ଶୋଇବା ପୂର୍ବରୁ ଗାଧୋଇଲେ ଶୀଘ୍ର ଆସେ ନିଦ


ଉତ୍ତମ ନିଦ ସମସ୍ତେ ଚାହିଥାନ୍ତି। ବିଶେଷକରି ଆଜିକାଲିର ଚାପପୂର୍ଣ୍ଣ ଜୀବନରେ ସାଧାରଣତଃ ଲୋକମାନେ ନିଦ ହେଉ ନ ଥିବା ସମସ୍ୟା ଭୋଗୁଥିବା ଅଭିଯୋଗ କରିଥାନ୍ତି। ଏବେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଶୋଇବାର ୧ରୁ ୨ ଘଣ୍ଟା ପୂର୍ବରୁ ଗାଧୋଇବା ଫଳରେ ଉତ୍ତମ ନିଦ ହୋଇଥାଏ। ଏହାଫଳରେ ନିଦ ନ ଆସିବା ସମସ୍ୟା କିଛି ମାତ୍ରାରେ କମ୍‌ ହୋଇପାରେ। 

ଏହି ଗବେଷଣାରେ ଶରୀରର ତାପମାତ୍ରା ଓ ନିଦର କ୍ବାଲିଟି ମଧ୍ୟରେ ଥିବା ସମ୍ବନ୍ଧ ସମ୍ପର୍କରେ କୁହାଯାଇଛି। ଏଥିରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନେ ଶୋଇବାର ୧-୨ ଘଣ୍ଟା ମଧ୍ୟରେ ଗାଧୋଇଥାନ୍ତି, ସେମାନଙ୍କୁ ଭଲ ନିଦ ହୋଇଥାଏ। ଶୋଇବା ଓ ଉଠିବାରେ ଶରୀରର ତାପମାତ୍ରାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଶରୀରର ତାପମାତ୍ରା ଶୋଇବା ସମୟରେ ସବୁଠାରୁ କମ୍‌ ହୋଇଥାଏ। ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ଏହି ତାପମାତ୍ରା ଅଳ୍ପ ଅଧିକ ରହିଥାଏ।

ଶରୀରର ବଡି କ୍ଲକ୍‌ ଶରୀରର ତାପମାତ୍ରା ଉପରେ ନିର୍ଭର କରିଥାଏ। ଏହା ଶୋଇବା ପୂର୍ବରୁ କିଛି ମାତ୍ରାରେ କମ୍‌ ହୋଇଥାଏ। ନିଦ ହୋଇଗଲା ପରେ ଏହା ସବୁଠାରୁ କମ୍‌ ହୋଇଥାଏ ଓ ଉଠିବା ପରେ ଏହା ଧିରେ ଧିରେ ବଢ଼ିଥାଏ। ଆମ ଶରୀରର ଆଲାର୍ମ ଏଭଳି କାମ କରିଥାଏ ଓ ସକାଳୁ ସକାଳୁ ଆମକୁ ଉଠାଇ ଦିଏ। ଏହିପରି ଭାବେ ତାପମାତ୍ରା ସାଇକେଲ ଓ ସ୍ଲିପ୍‌ ସାଇକେଲ ପରସ୍ପର ସହିତ ଜଡ଼ିତ। ତେଣୁ ଶୋଇବା ପୂର୍ବରୁ ଶରୀରର ତାପମାତ୍ରା କମ୍‌ କରି ଆପଣଙ୍କୁ ଶୀଘ୍ର ଓ ଉତ୍ତମ ନିଦ ଆସିପାରେ। ବିଛଣାକୁ ଯିବାର ପାଖାପାଖି ୯୦ ମିନିଟ୍‌ ପୂର୍ବରୁ ଗାଧୋଇବା ଦ୍ବାରା ଉତ୍ତମ ନିଦ ହୋଇପାରେ ବୋଲି ଗବେଷଣାରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ