ବ୍ୟାଙ୍କ ମିଶ୍ରଣରେ କେହି ଚାକିରି ହରାଇବେ ନାହିଁ: ସୀତାରମଣ


୧୦ଟି ପବ୍ଲିକ୍‌ ସେକ୍ଟର ବ୍ୟାଙ୍କକୁ ମିଶାଇ ୪ଟି ବୃହତ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସର୍ବଭାରତୀୟ ବ୍ୟାଙ୍କସହ ମହାସଂଘ ବିରୋଧ କରିବା ଆରମ୍ଭ କରିଥିଲା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ଯେଉଁ ଆାଶଙ୍କା କରି ସର୍ବଭାରତୀୟ ବ୍ୟାଙ୍କର୍ସ ମହାସଂଘ ବିରୋଧ କରୁଛି, ତାହା ଅମୂଳକ। କେହି ଜଣେ ହେଲେ ବ୍ୟାଙ୍କ କର୍ମଚାରୀ ଚାକିରି ହରାଇବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

କଷ୍ଟମ୍ସ, ଜିଏସ୍‌ଟି ଓ ଆୟକର ବିଭାଗର ଏକ ମିଳିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସୀତାରମଣ ଆହୁରି କହିଛନ୍ତି ଯେ ମିଶ୍ରଣ ହେବାକୁ ଥିବା ବ୍ୟାଙ୍କଗୁଡିକୁ କିଛି ଅତିକରିକ୍ତ କାର୍ଯ୍ୟ କରିବାକୁ କୁହାଯିବ ନାହିଁ କିମ୍ବା କୌଣସି କର୍ମଚାରୀ ଛଟେଇ ହେବେ ନାହିଁ। ବ୍ୟାଙ୍କଗୁଡ଼ିକୁ ଆଗରୁ ଯେତକି ପୁଞ୍ଜି ଦିଆଯାଉଥିଲା, ତାହାଠାରୁ ମଧ୍ୟ ଅଧିକ ଅର୍ଥ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ।

ସେହିପରି ଅଟୋମୋବାଇଲ କମ୍ପାନୀମାନଙ୍କୁ ବାର୍ତ୍ତା ଦେଇ ସୀତାରମଣ କହିଛନ୍ତି ଯେ ୨୦୨୦ ଏପ୍ରିଲ ୧ରୁ ଆଉ ବିଏସ୍‌-୪ ଗାଡ଼ି ଚାଲିବ ନାହିଏ କେବଳ ବିଏସ୍‌-୬ ଗାଡ଼ି ବଜାରକୁ ଆସିବ। ମାତ୍ର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ନୁହେଁ। ଏହି ନିଷ୍ପତ୍ତି ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ପ୍ରଦୂଷଣ ରୋକିବା ପାଇଁ ସର୍ବୋଚ୍ଚ କୋର୍ଟ ଯେଉଁ ଉପଦେଶ ଦେଇଛନ୍ତି, ତାହାକୁ ମାନିବାକୁ ପଡ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ