ଗୁଗଲକୁ ୧୪୨୦ କୋଟି ଟଙ୍କାର ତଣ୍ଡ


ଟେକ୍ନୋଲୋଜିର ଗନ୍ତାଘର ଗୁଗଲ ଉପରେ ୧୪୨୦ କୋଟି ଟଙ୍କାର ଜରିମାନା ଲଗାଯାଇଛି। 'ୟୁଟ୍ୟୁବରେ ଚିଲଡ୍ରେନ ପ୍ରାଇଭେସି ଲ' ର ଉଲ୍ଲଂଘନ କାରଣରୁ ଗୁଗଲ ଉପରେ ଏହି ଜରିମାନା ଲଗାଯାଇଛି। ତେଣୁ ଏଥିପାଇଁ ବର୍ତ୍ତମାନ ଗୁଗଲକୁ ୧୪୨୦ କୋଟି ଟଙ୍କା ଭରିବାକୁ ପଡିବ। ସୂଚନା ଅନୁଯାୟୀ ବିଞାପନ ପାଇଁ ଡାଟା ଏକତ୍ରିତ କରିବା ସମୟରେ ୟୁଟ୍ୟୁବ 'ଚିଲଡ୍ରେନ ପ୍ରାଇଭେସି ଲ' ଉଲ୍ଲଂଘନ କରିଥିଲା।

ଆମେରିକାର ଫେଡେରାଲ ଟ୍ରେଡ଼ କମିଶନ ଗୁଗଲ ଉପରେ ଏହି ଜରିମାନା ଲଗାଇଛି। ଏହାପରେ ବର୍ତ୍ତମାନ ଏହି ମାମଲା ନ୍ୟାୟ ବିଭାଗ ପାଖକୁ ଯିବ ଏବଂ ଯଦି ସେଠାରୁ ସ୍ୱୀକୃତି ମିଳେ, ତେବେ ଏ ପର୍ଯ୍ୟନ୍ତ ହୋଇଥିବା ଚିଲଡ୍ରେନ ପ୍ରାଇଭେସି ଉଲ୍ଲଂଘନ ସହ ଜଡ଼ିତ ଏହା ସବୁଠାରୁ ବଡ଼ କ୍ଷତିପୂରଣ ମାମଲା ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ