ପିଲା ଜନ୍ମ ହେବା ପରେ ରୋମାନ୍ସ ଶେଷ ହୋଇଯାଇଥିଲେ ଏଭଳି ଭରନ୍ତୁ ରଙ୍ଗ


ପିଲା ଜନ୍ମ ହେବା ପରେ ସାଧାରଣତଃ କପଲଙ୍କ ଜୀବନ ପୂର୍ବଭଳି ରହି ନ ଥାଏ। ଅନେକ ଲୋକ ଅଭିଯୋଗ କରନ୍ତି ଯେ ପିଲା ଜନ୍ମ ହେବା ପରେ ସେମାନଙ୍କ ଜୀବନରେ ରୋମାନ୍ସ ବହୁତ କମିଯାଏ। ଏହାର କାରଣ ଦାୟିତ୍ବବୋଧ, କମ୍‌ ନିଦ, ପରସ୍ପରଙ୍କୁ ଦୋଷ ଦେବା, ଅଫିସ୍‌ର ଚାପ ଆଦି ବୋଲି କୁହାଯାଏ। ତେବେ ଏଠାରେ ଏପରି କେତେକ ଟିପ୍ସ ଦିଆଯାଇଛି, ଯାହାକୁ ଆପଣାଇ ପିଲା ଜନ୍ମ ହେବା ପରେ ମଧ୍ୟ ଆପଣଙ୍କ ସମ୍ପର୍କ ପୂର୍ବ ଭଳି ରହିବ।

କ’ଣ ସମସ୍ୟା
ସାଧାରଣତଃ କପଲମାନେ ସେମାନଙ୍କ ସମ୍ପର୍କରେ କେଉଁଠି ସମସ୍ୟା ରହିଛି, ତାହା ଜାଣିବା ବଦଳରେ ପରସ୍ପରଙ୍କର ଦୋଷ ଖୋଜିବାରେ ଲାଗିଯାଆନ୍ତି। ତେଣୁ ପ୍ରଥମେ ଏହି ସମସ୍ୟାକୁ ଚିହ୍ନି ସମ୍ପର୍କକୁ ସଠିକ୍‌ ଦିଗରେ ନେଇଯିବା ଆବଶ୍ୟକ। ଅଯଥାରେ କୌଣସି କଥା ଉପରେ ଯୁକ୍ତିତର୍କ କରିବା ବଦଳରେ ଏହାକୁ ପ୍ରଥମେ ସୁଧାରିବା ଦରକାର।

ଫିଲିଙ୍ଗସ୍‌ ବୁଝନ୍ତୁ
ପ୍ରତ୍ୟେକ କଥା ପାଇଁ ନିଜ ପାର୍ଟନରଙ୍କୁ ଦୋଷ ଦେବା ବଦଳରେ ତାଙ୍କ ସହିତ ବସି କଥା ହେବା ଫଳରେ ସବୁ ସମସ୍ୟାର ସମାଧାନ ବାହାରିପାରିବ। ଅନେକ ସମୟରେ ପିଲା ଜନ୍ମ ହେବା ପରେ କପଲଙ୍କୁ ପରସ୍ପରଙ୍କ ସହ କଥା ହେବାକୁ ସମୟ ମିଳି ନ ଥାଏ। କିନ୍ତୁ କପଲଙ୍କୁ ପରସ୍ପରଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଉଚିତ।

ସମୟର ସଠିକ୍ ବ୍ୟବହାର କରନ୍ତୁ

ଅନେକ ସମୟରେ ଲୋକଙ୍କ ପାଇଁ ଫୁଟ୍‌ବଲ ଓ କ୍ରିକେଟ୍‌ ମ୍ୟାଚ୍‌ର ସ୍କୋର୍‌ ସମ୍ପର୍କଠାରୁ ଅଧିକ ମୂଲ୍ୟବାନ ହୋଇଥାଏ। ଏପରି ସମୟରେ ଆପଣ ଅନୁଭବ କରିପାରନ୍ତି ନାହିଁ ଯେ ଆପଣଙ୍କ ସାଥୀଙ୍କୁ ଏହି ସମୟର ଆବଶ୍ୟକତା ରହିଛି। ତେଣୁ କେବେ କେବେ ନିଜ ଖୁସି ବଦଳରେ ପାର୍ଟନରଙ୍କ ଖୁସିକୁ ଗୁରୁତ୍ବ ଦେବା ଆବଶ୍ୟକ।

ବନ୍ଧୁଙ୍କଠାରୁ ନିଅନ୍ତୁ ପରାମର୍ଶ
ଆପଣଙ୍କର ଏଭଳି ଅନେକ ବନ୍ଧୁ ଥିବେ, ଯେଉଁମାନଙ୍କର ପିଲା ଜନ୍ମ ହେବା ପରେ ସମ୍ପର୍କ ଟିକେ ବି ମଳିନ ପଡ଼ି ନ ଥାଏ। ଆପଣଙ୍କ ସମ୍ପର୍କରେ ପ୍ରେମର ରଙ୍ଗ ଭରିବା ଲାଗି ଆପଣ ସେହି ବନ୍ଧୁମାନଙ୍କଠାରୁ ପରାମର୍ଶ ନେଇପାରିବେ। ନିଜ ରିଲେସନଶିପ୍‌କୁ ଅକ୍ଷୂଣ୍ଣ ରଖିବା ଲାଗି ଆପଣଙ୍କୁ ତାଙ୍କଠାରୁ ଅନେକ ପରାମର୍ଶ ମିଳିଯାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ