ଗଣେଶ ଚତୁର୍ଥୀରେ ଘରକୁ ଆଣନ୍ତୁ ଇକୋଫ୍ରେଣ୍ଡଲି ବିଘ୍ନରାଜ


ଗଣେଶ ଚତୁର୍ଥୀରେ ସମସ୍ତେ ନିଜ ଘରକୁ ସବୁଠାରୁ ସୁନ୍ଦର ଗଣେଶ ମୁର୍ତ୍ତି ଆଣିବାକୁ ଇଚ୍ଛା କରିଥାନ୍ତି। କିନ୍ତୁ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ନିର୍ମାଣ କରାଯାଇଥିବା ମୂର୍ତ୍ତି ଦେଖିବାକୁ ଯଦିଓ ବହୁତ ସୁନ୍ଦର ହୋଇଥାଏ, କିନ୍ତୁ ପରିବେଶ ପ୍ରତି ଏହା ବହୁତ କ୍ଷତି ପହଞ୍ଚାଇଥାଏ। ତେଣୁ ଆପଣ ଏଥର ଘରକୁ ଇକୋଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ଆଣିପାରିବେ।

ମାଟିରେ ତିଆରି ମୂର୍ତ୍ତି

ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତି ବଦଳରେ ମାଟିରେ ତିଆରି କରାଯାଇଥିବା ମୂର୍ତ୍ତି ଆଣିପାରିବେ। କିନ୍ତୁ ଧ୍ୟାନରେ ରଖନ୍ତୁ ବଜାରରେ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ମୂର୍ତ୍ତିକୁ ମଧ୍ୟ ମାଟିରେ ତିଆରି କରାଯାଇଥିବା ମୂର୍ତ୍ତି କହି ବିକ୍ରି କରି ଦେଉଛନ୍ତି। ତେଣୁ ମୂର୍ତ୍ତି କିଣିବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ।

ମଞ୍ଜିରେ ତିଆରି ମୂର୍ତ୍ତି

ଆଜିକାଲି ବଜାରରେ ଏଭଳି ମୂର୍ତ୍ତି ମିଳୁଛି, ଯାହା ମାଟିରେ ତିଆରି କରାଯିବା ସହ ଏଥିରେ କେତେକ ଫଳର ମଞ୍ଜି ମଧ୍ୟ ବ୍ୟବହାର କରାଯାଉଛି। ମୂର୍ତ୍ତିକୁ ମାଟି କୁଣ୍ଡରେ ରଖି ବିସର୍ଜିତ କରାଗଲା ପରେ ଏଥିରେ ଥିବା ମଞ୍ଜି ମାଟି ସହିତ ମିଶିଯାଏ ଓ କିଛି ଦିନ ପରେ ଗଛ ଉଠି ପାରିବ।

ପେପରରେ ତିଆରି କରାଯାଇଥିବା ମୂର୍ତ୍ତି

ମାର୍କେଟ୍‌ରେ ପେପର ମାଶରେ ତିଆରି କରାଯାଇଥିବା ମୂର୍ତ୍ତି ମଧ୍ୟ ମିଳୁଛି। ଯଦିଓ ଏଭଳି ମୂର୍ତ୍ତି କେଉଁଠି ମିଳୁଛି, ଏହା ଜାଣିବା ଲାଗି ଆପଣଙ୍କୁ କିଛିଟା ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କାରଣ ବହୁତ କମ୍‌ ଲୋକ ପେପରରେ ମୂର୍ତ୍ତି ତିଆରି କରିଥାନ୍ତି। ପେପରରେ ତିଆରି କରାଯାଇଥିବା ମୂର୍ତ୍ତି ବିସର୍ଜନ କରିବା ପରେ ମାଟିରେ ସହଜରେ ମିଶିଯାଇଥାଏ ଓ ପରିବେଶକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ।

ଗୋବରରେ ତିଆରି କରାଯାଇଥିବା ମୂର୍ତ୍ତି
ଯଦିଓ ଏହା ଚକିତ କରିଦେବା ଭଳି କଥା, କିନ୍ତୁ କିଛି ସ୍ଥାନରେ ଗୋବର ଓ ପେପର ସହାୟତାରେ ମଧ୍ୟ ମୂର୍ତ୍ତି ତିଆରି କରାଯାଇଥାଏ। ଏହାର ଦାମ୍‌ ଯଦିଓ ଟିକେ ଅଧିକ, କିନ୍ତୁ ପ୍ରକୃତି ପାଇଁ ଅଧିକ କିଛି ଖର୍ଚ୍ଚ କରିବାରେ କୌଣସି ଖରାପ ନାହିଁ।

ଇକୋଫ୍ରେଣ୍ଡଲି କମ୍ବିନେସନ୍‌
ଅନେକ ମୂର୍ତ୍ତି ଏପରି ମଧ୍ୟ ତିଆରି କରାଯାଏ, ଯେଉଁଥିରେ ଏକାଧିକ ପ୍ରକାରର ପ୍ରାକୃତିକ ସାମଗ୍ରୀ ବ୍ୟବହୃତ ହୋଇଥାଏ। ଏହି ମୂର୍ତ୍ତି ତିଆରି କରିବା ଲାଗି ମାଟି, ପେପର, କୁମ୍‌କୁମ୍‌, ପ୍ରାକୃତିକ ରଙ୍ଗ ଭଳି ଜିନିଷ ବ୍ୟବହାର କରାଯାଏ। ଏହା ପରିବେଶକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ