ପିଲା ଆଙ୍ଗୁଠି ଚୁଚୁମୁଥିଲେ ଆପଣାନ୍ତୁ ଏହି ଟିପ୍ସ


ସାଧାରଣତଃ ପିଲାମାନେ ଛୋଟବେଳେ ଆଙ୍ଗୁଠି ଚୁଚୁମୁଥିବା ଦେଖିବାକୁ ମିଳିଥାଏ। ପାଖାପାଖି ୩ ବର୍ଷ ଯାଏ ଆଙ୍ଗୁଠି ଚୁଚୁମିବା ଏକ ସାଧାରଣ କଥା ବୋଲି କୁହାଯାଏ। କିନ୍ତୁ ୫ ବର୍ଷ ବୟସ ପରେ ଏପରି କରିବା ନର୍ମାଲ ହୋଇ ନ ଥାଏ। କାରଣ ଦୀର୍ଘ ଦିନ ଯାଏ ଆଙ୍ଗୁଠି ଚୁଚୁମିବା ଫଳରେ ଦାନ୍ତ ସମ୍ବନ୍ଧିତ ସସମ୍ୟା ସହିତ ସ୍କିନ୍‌ ଓ ସ୍ପିଚ୍‌ ସମ୍ବନ୍ଧିତ ସମସ୍ୟା ହୋଇପାରେ। ଏହାବ୍ୟତୀତ ଦାନ୍ତ ତେଢ଼ା ମେଢ଼ା ହୋଇଯାଏ ଓ ଦାନ୍ତ ମଝିରେ ଫାଙ୍କ ମଧ୍ୟ ହୋଇଯାଏ। ତେଣୁ ମା’ବାପାମାନେ ଯଥାଶୀଘ୍ର ପିଲାଙ୍କ ଆଙ୍ଗୁଠି ଚୁଚୁମିବା ଅଭ୍ୟାସ ଛଡ଼ାଇବା ଉଚିତ। ଏଥିପାଇଁ କେତେକ ଟିପ୍ସ ଅନୁସରଣ କରିପାରିବେ।

  • ପ୍ରଥମେ ଆପଣଙ୍କ ପିଲା କେତେବେଳେ ଓ କେତେ ସମୟ ଆଙ୍ଗୁଠି ଚୁଚୁମୁଛନ୍ତି, ତାହା ଉପରେ ନଜର ଦିଅନ୍ତୁ। ଆଙ୍ଗୁଠି ଚୁଚୁମିବା ଫଳରେ କ’ଣ ସବୁ ଅସୁବିଧା ହୋଇଥାଏ, ତାହା ତାଙ୍କୁ ବୁଝାନ୍ତୁ। କିଛି ବି ବାହାନା କରି ପିଲାଙ୍କୁ ଏହା ବୁଝାନ୍ତୁ। ଆଙ୍ଗୁଠି ଚୁଚୁମିଲେ ପେଟରେ ପୋକ ହୋଇଯିବ କିମ୍ବା ରାତିରେ ଶୋଇବାବେଳେ କେବଳ ଆଙ୍ଗୁଠି ଚୁଚୁମିବା ଉଚିତ ବୋଲି ମିଛ ବାହାନା କରି ପିଲାଙ୍କର ଏହି ଅଭ୍ୟାସ ଛଡ଼ାଇପାରିବେ।
  • ଏହାପରେ ମଧ୍ୟ ପିଲା ଆଙ୍ଗୁଠି ଚୁଚୁମିବା ବନ୍ଦ ନ କରେ, ତେବେ ତାଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ପିଲା କୌଣସି ଦୁଃଖ କିମ୍ବା ସମସ୍ୟା କିମ୍ବା ଚିନ୍ତାରେ ରହିଥାନ୍ତି, ତେବେ ଆଙ୍ଗୁଠି ଚୁଚୁମି ଥାନ୍ତି। ତେଣୁ ସେମାନଙ୍କୁ ଏପରି କରିବାରୁ ରୋକନ୍ତୁ। ତେଣୁ ଯଦି ସେମାନେ କୌଣସି କାରଣକୁ ନେଇ ଚିନ୍ତିତ ଥାଆନ୍ତି,  ତେବେ ଆପଣଙ୍କୁ ଏ ସମ୍ପର୍କରେ ଜଣାଇବା ଲାଗି ବୁଝାନ୍ତୁ।
  • କେତେକ ପିଲା ଭୋକ ଲାଗିଲେ ଆଙ୍ଗୁଠି ଚୁଚୁମିବାରେ ଲାଗିଥାନ୍ତି। ତେଣୁ ପିଲାଙ୍କୁ ଅଧିକ ସମୟ ଭୋକରେ ରଖନ୍ତୁ ନାହିଁ। ନିୟମିତ ଅନ୍ତରାଳରେ ପିଲାଙ୍କୁ କିଛି ନା କିଛି ଖୁଆନ୍ତୁ ଓ ପିଆନ୍ତୁ।
  • ଆଙ୍ଗୁଠି ଚୁଚୁମିବା ଅଭ୍ୟାସ ଛଡ଼ାଇବା ଲାଗି ଆପଣ କେତେକ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରିପାରିବେ। ସ୍ବାସ୍ଥ୍ୟ ପାଇଁ ଅସ୍ବାସ୍ଥ୍ୟକର ହୋଇ ନ ଥିବା କୌଣସି କଡ଼ା, ଖଟା କିମ୍ବା ପିତା ପିଲାଙ୍କ ଆଙ୍ଗୁଠିରେ ଲଗାନ୍ତୁ। ଯାହାଫଳରେ ପିଲା ପାଟିରେ ଆଙ୍ଗୁଠି ଲଗାଇବା ମାତ୍ରେ ତାଙ୍କ ଜିଭର ସ୍ବାଦ ଖରାପ କରିଦେବ। ଏପରି କରିବା ଦ୍ବାରା ପିଲା ଧିରେ ଧିରେ ଆଙ୍ଗୁଠି ଚୁଚୁମିବା ଛାଡ଼ି ଦେବେ।
  • ପିଲାଙ୍କ ପାଟିରେ ନିପ୍ପଲ କିମ୍ବା ମିଠା ଗୋଲି ଦେଇପାରିବେ। ଯାହାଫଳରେ ସେ ଏହା ଚୁଚୁମିବାରେ ବ୍ୟସ୍ତ ରହିଯିବେ ଓ ଆଙ୍ଗୁଠି ଚୁଚୁମିବେ ନାହିଁ। କେତେକ ପିଲା ନିଜ ପ୍ୟାରେଣ୍ଟଙ୍କଠାରୁ ଦୂରରେ ଥିଲେ କିମ୍ବା ଏକୁଟିଆପଣ ଅନୁଭବ କଲେ ଆଙ୍ଗୁଠି ଚୁଚୁମିଥାନ୍ତି। ଏକୁଟିଆ ରହିଲେ ପିଲାମାନେ ବ୍ୟତିବ୍ୟସ୍ତ ହୋଇଯାଆନ୍ତି। ତେଣୁ ଯଥାସମ୍ଭବ ପିଲାଙ୍କୁ ସମୟ ଦିଅନ୍ତୁ।
  • ଯେତେବେଳେ ଦେଖିବେ ଆପଣଙ୍କ ପିଲା ଆଙ୍ଗୁଠି ଚୁଚୁମୁଛନ୍ତି, ତାଙ୍କୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ କିମ୍ବା ତାଙ୍କ ସହିତ କଥା ହୁଅନ୍ତୁ। ଯାହାଫଳରେ ପିଲାଙ୍କ ଧ୍ୟାନ ଭଗ୍ନ ହୋଇଯିବ।
  • ଆଙ୍ଗୁଠି ଚୁଚୁମିବା ଛଡ଼ାଇବା ଲାଗି ଆପଣ ପିଲାଙ୍କ ଆଙ୍ଗୁଠିରେ ଥମ୍ବ ଗାର୍ଡ କିମ୍ବା ପ୍ରୋଟେକ୍ଟିଭ୍‌ କଭରିଂ ଲଗାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ