ପୋଲିସ୍‌ ବେଶରେ ଲୁଟେରା: ବୃଦ୍ଧାଙ୍କଠୁ ଝାମ୍ପିନେଲେ ସୁନାଚେନ୍


ପୋଲିସ୍‌ର ପରିଚୟ ଦେଇ ଲୁଟ୍। ଏହାର ଶୀକାର ହୋଇଛନ୍ତି ଜନୈକା ୭୦ ବର୍ଷର ବୃଦ୍ଧା। ଏ ସମ୍ପର୍କରେ ଚରମ୍ପା କଣ୍ଟାପାଳ ଗ୍ରାମର ଜନୈକ ଗଣମାଧ୍ୟମ ପ୍ରତିନିଧି ସଞ୍ଜୟଦାସଙ୍କ ମା’ କୁସୁମଲତା ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍‌ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କୁସୁମଲତା ଦାସ ନିଜ ଘରକୁ ଫେରିବା ସମୟରେ ପଥରବାଡ଼ି ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ନିକଟରେ ତାଙ୍କୁ ୨ ଜଣ ଯୁବକ ଅଟକାଇ ନିଜକୁ ପୋଲିସ୍‌ ବୋଲି ପରିଚୟ ଦେଇଥିଲେ। ଚୋରି ହେଉଥିବାରୁ ଏପରି ସୁନା ଚେନ୍‌ ପିନ୍ଧି ବାହାରକୁ ଆସିବାକୁ ବାରଣ କରିଥିଲେ। ସେମାନଙ୍କ କଥାରେ ପ୍ରଭାବିତ ହୋଇ କୁସୁମ ପିନ୍ଧିଥିବା ସୁନା ଚେନ୍‌କୁ ଓହ୍ଲାଇ ତାଙ୍କ ବ୍ୟାଗ୍‌ରେ ରଖୁଥିବା ବେଳେ ତାକୁ ଝାମ୍ପିନେଇ ଚମ୍ପଟ ମାରିଥିଲେ। ଏନେଇ ସେ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଘଟଣାସ୍ଥଳ ଠାରୁ ଅଳ୍ପ ଦୂରରେ ଥିବା ଏକ ଔଷଧ ଦୋକାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ୍। ସିସଟିଭିରୁ ୨ ଜଣ ଲୁଟେରାଙ୍କୁ ଚିହ୍ନଟ କରିଛି ପୋଲିସ୍‌। ଖୁବ୍‌ଶିଘ୍ର ସେମାନଙ୍କୁ ଧରାଯିବ ବୋଲି ପୋଲିସ୍‌ ସୂଚନା ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ