୧୯ ବର୍ଷରୁ କମ୍‌ ଜାତୀୟ ଜୁନିୟର କରାଟେ ଚମ୍ପିଅନ୍‌ସିପ୍‌: ପ୍ରୟାସ ଦାଶଙ୍କୁ ରୌପ୍ୟ


ଭାରତୀୟ କରାଟେ ଆସୋସିଏସନ୍‌ (କାଇ) ଦ୍ବାରା ସ୍ବୀକୃତି ପ୍ରାପ୍ତ ସୁକୋକାଇ କରାଟେ ଟୁ ୟୁନିୟନ୍‌ ଇଣ୍ଡିଆ ଓ ଉତ୍କଳ କରାଟେ ସ୍କୁଲ୍‌ ଆନୁକୂଲ୍ୟରେ ରାଜଧାନୀ ଭୁବନେଶ୍ବର ଠାରେ ଆୟୋଜିତ ୧୦ମ ସର୍ବଭାରତୀୟ ଓପନ୍‌ କରାଟେ ଚମ୍ପିଅନ୍‌ସିପ୍‌ରେ ୧୯ ବର୍ଷରୁ କମ୍‌ ଜୁନିୟର ବିଭାଗରେ ପ୍ରୟାସ ଦାଶଙ୍କୁ ରୌପ୍ୟ ପଦକ ମିଳିଛି।

ଭାରତୀୟ ସ୍ଥରରେ ହେଉଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ପ୍ରତିଯୋଗୀଙ୍କୁ ସେ ପଛରେ ପକାଇ ଏହି ସଫଳତା ହାତେଇଛନ୍ତି। ପ୍ରୟାସ ଭଦ୍ରକ ଜିଲ୍ଲା କରାଟେ ଆସୋସିଏସନର ଗୁରୁ ଚିନ୍ମୟ ବେହେରାଙ୍କ ଦ୍ବାରା ପ୍ରଶିକ୍ଷିତ ହୋଇ ଏହି ପ୍ରତିଯୋଗିତା ରେ ଭାଗ ନେଇଥିଲେ।ଏବେ ସେ ଅସୁରାଳି ବିଇଏସ୍‌ଟି ଇଂଞ୍ଜିନିୟରିଂ କଲେଜର ୨ୟ ବର୍ଷର ଛାତ୍ର ଅଟନ୍ତି ଓ ଗେଲଟୁଆ ଗ୍ରାମର ପ୍ରତିଷ୍ଠିତ ଓକିଲ ବଟକୃଷ୍ଣ ଦାସଙ୍କର ପୁତୁରା ତଥା ରମେଶ ଦାସଙ୍କ ସୁପୁତ୍ର ଅଟନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ