ପ୍ରତିଦିନ ଗଜାଶସ୍ୟ ଖାଇବାର ଫାଇଦା ସମ୍ପର୍କରେ ଜାଣନ୍ତୁ


କିଛି ଦିନ ହେଲାଣି ସ୍ପ୍ରାଉଟ୍‌ସ ବା ଗଜାଶସ୍ୟର ଲୋକପ୍ରିୟତା ଲୋକଙ୍କ ମଧ୍ୟରେ ଦ୍ରୁତ୍‌ ବେଗରେ ବଢ଼ିବାର ଲାଗିଛି। ଓଜନ କମ୍‌ କରିବା ଚାହୁଥିବା ଓ ସ୍ବାସ୍ଥ୍ୟକର ଲାଇଫ୍‌ଷ୍ଟାଇଲ୍‌ ଅନୁସରଣ କରିବାକୁ ଚାହୁଥିବା ବ୍ୟକ୍ତିଙ୍କ ପାଇଁ ସ୍ପ୍ରାଉଟ୍‌ସ ପ୍ରଥମ ପସନ୍ଦ ପାଲଟିବାରେ ଲାଗିଛି। କାରଣ ଗଜାଶସ୍ୟ ପୋଷକତତ୍ତ୍ବରେ ଭରପୁର ହୋଇଥିବାରୁ ସ୍ବାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ। ଏଥିରେ କ୍ୟାଲୋରୀ କାଉଣ୍ଟ ମଧ୍ୟ ବହୁତ କମ୍‌ ରହିଛି। ସ୍ପ୍ରାଉଟ୍‌ରେ ପ୍ରଚୁର ପରିମାଣର ଫାଇବର, ଏଞ୍ଜାଇମ୍‌, ପ୍ରୋଟିନ୍‌ ଓ ଅନ୍ୟାନ୍ୟ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ରେ ଭରପୁର ମାତ୍ରାରେ ରହିଛି। ଏସବୁ ସହିତ ଏହା ତିଆରି କରିବା ମଧ୍ୟ ବହୁତ ସହଜ। ଏହାକୁ ଆପଣ ସାଲାଡ଼ ଭାବେ ମଧ୍ୟ ଖାଇପାରିବେ। ଚାଲନ୍ତୁ ଜାଣିବା ସ୍ପ୍ରାଉଟ୍‌ସର ଫାଇଦା ସମ୍ପର୍କରେ।

ଓଜନ ହ୍ରାସ କରେ
ଓଜନ କମ୍‌ କରିବାକୁ ଚାହୁଥିଲେ ଭରପୂର ମାତ୍ରାରେ ପ୍ରୋଟିନ୍‌ ଥିବା ସ୍ପ୍ରାଉଟ୍‌ସ ଖାଇବା ଉଚିତ। ଏଥିରେ କମ୍‌ ମାତ୍ରାରେ କ୍ୟାଲୋରୀ ଥିବାବେଳେ ଭରପୂର ମାତ୍ରାରେ ଫାଇବର ରହିଛି। ଏକ ଗିନା ସ୍ପ୍ରାଉଟ୍‌ସ ଖାଇବା ଦ୍ବାରା ବହୁତ ସମୟ ଯାଏ ଭୋକ ଲାଗି ନ ଥାଏ। ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।

ପେଟ ପାଇଁ ଲାଭଦାୟକ
ଫାଇବରଯୁକ୍ତ ସ୍ପ୍ରାଉଟ୍‌ସ ଆପଣଙ୍କ ପାଚନ ତନ୍ତ୍ର ପାଇଁ ଉତ୍ତମ ହୋଇଥାଏ। ଏହା ସେବନ କରିବା ଦ୍ବାରା ପେଟ ସଫା ରହିଥାଏ ଓ କୋଷ୍ଠକାଠିନ୍ୟ ସମସ୍ୟା ହୋଇ  ନ ଥାଏ। ଏଥିସହିତ ସ୍ପ୍ରାଉଟ୍‌ସରେ ମେଟାବଲିଜମ୍‌ ବୁଷ୍ଟ କରିବା ଲାଗି ଏଞ୍ଜାଇମ୍ସ ରହିଛି। ଏହା ଖାଇବା ଦ୍ବାରା ଶରୀର ପୋଷକତତ୍ତ୍ବ ସହଜରେ ଗ୍ରହଣ କରିଥାଏ।

ଠିକ୍‌ ରଖେ ବ୍ଲଡ୍‌ ସୁଗାର ଲେବଲ
ପ୍ରତ୍ୟେକ ଦିନ ଗଜା ଶସ୍ୟ ସେବନ କରିବା ଦ୍ବାରା ଆପଣଙ୍କ ବ୍ଲଡ୍‌ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ। ଗବେଷଣା ମୁତାବକ ଗଜା ହେବା ଦ୍ବାରା ସ୍ପ୍ରାଉଟ୍‌ସର କାର୍ବୋହାଇଡ୍ରେଟ୍‌ ମାତ୍ରା କମ୍‌ ହୋଇଯାଏ। କିନ୍ତୁ ସମସ୍ତ ଗବେଷଣାରେ ଏହା ସଠିକ୍‌ ବୋଲି ସ୍ପଷ୍ଟ ହୋଇନାହିଁ।

ହୃତ୍‌ପିଣ୍ଡକୁ ସୁସ୍ଥ ରଖେ
ସ୍ପ୍ରାଉଟ୍‌ସ ଆପଣଙ୍କ ହୃତ୍‌ପିଣ୍ଡର ମଧ୍ୟ ଯତ୍ନ ନିଏ। ଉଚ୍ଚ ରକ୍ତଚାପ ଭଳି ଅନେକ ରୋଗକୁ ଏହା ନିୟନ୍ତ୍ରଣରେ ରଖେ। ଯାହାଫଳରେ ହୃଦ୍‌ଜନିତ ରୋଗ ଆଶଙ୍କା କମ୍‌ ହୋଇଯାଏ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ସ୍ପ୍ରାଉଟ୍‌ସ୍‌ ସେବନ କରିବା ଦ୍ବାରା ଉତ୍ତମ କୋଲେଷ୍ଟ୍ରଲ ବଢ଼ିଥାଏ ଓ ଖରାପ କୋଲେଷ୍ଟ୍ରଲ୍‌ ହ୍ରାସ ପାଇଥାଏ।

ରୋଗପ୍ରତିରୋଧକ ଶକ୍ତି ବଢ଼ାଏ
ସ୍ପ୍ରାଉଟ୍‌ସରେ ଭିଟାମିନ୍‌ ସି’ର ମାତ୍ରା ଅଧିକ ରହିଛି, ଯାହା ଶରୀରରେ ହ୍ବାଇଟ୍‌ ବ୍ଲଡ୍‌ ସେଲ୍‌ସକୁ ବଢ଼ାଇଥାଏ। ଏହି ବ୍ଲଡ୍‌ ସେଲ୍‌ସ ସଂକ୍ରମଣ ସହିତ ଲଢ଼ିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ରୋଗପ୍ରତିରୋଧକ ଶକ୍ତି ପାଇଁ ଉତ୍ତମ ହୋଇଥାଏ।

ଆଖିର ରଶ୍ମୀ ବଢ଼ାଏ
ଭିଟାମିନ୍‌ ଏ’ ଆଖି ପାଇଁ ଉତ୍ତମ ହୋଇଥାଏ। ଗଜା ଶସ୍ୟରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆଖିର ସେଲ୍‌ସକୁ ଫ୍ରି ରାଡିକାଲ୍ସରୁ ରକ୍ଷା କରିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ