ଲୁଟେରାଙ୍କ ନାରକୀୟ କାଣ୍ଡ: ୪ ଜଣଙ୍କୁ ହାଣିଦେଲେ


ଗୁରୁବାର ବିଳମ୍ବିତ ରାତ୍ରୀରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଏଥିସହ ଡକାୟତମାନେ ଘରର ୪ ଜଣ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଲୁଟ୍‌କୁ ବିରୋଧ କରିବାରୁ ନାରକୀୟ କାଣ୍ଡ ଘଟାଇଛନ୍ତି ଡକାୟତମାନେ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ହେଲେ ହାଡ଼ିବନ୍ଧୁ ସାହୁ ଓ  ତାଙ୍କ ପୁଅ ବାସୁଦେବ। ଅନ୍ୟ ୨ ସଦସ୍ୟଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଏହାର ପ୍ରତିବାଦରେ ଉତ୍ତେଜନା ଦେଖାଦେଇଥିବା ବେଳେ କଟକ-ଚାନ୍ଦବାଲି ରାସ୍ତା ଭରତପୁର ଛକରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ।

ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ବାଲେଶ୍ବର ଗ୍ରାମର ହାଡ଼ିବନ୍ଧୁ ସାହୁଙ୍କ ଘରେ ଗ୍ରୀଲ୍‌ ତାଡ଼ି ଚୋରି ଉଦ୍ଦେଶ୍ୟରେ ପଶିଥିଲେ ୪ ଜଣ ଦୁର୍ବୃତ୍ତ। ହେଲେ ହଠାତ୍ ହାଡ଼ିବନ୍ଧୁଙ୍କ ପରିବାର ସମସ୍ତ ସଦସ୍ୟ ଉଠିଯାଇ ସେମାନଙ୍କୁ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ହାଡ଼ିବନ୍ଧୁଙ୍କ ପରିବାର ସଦସ୍ୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରିବାରଲୋକଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଉଠିବାରୁ ଘଟଣାସ୍ଥଳରୁ ସେମାନେ ଫେରାର୍ ହୋଇଯାଇଛନ୍ତି। ତେବେ ଗୁରୁତର ଅବସ୍ଥାରେ ହାଡ଼ିବନ୍ଧୁ, ତାଙ୍କ ସ୍ତ୍ରୀ, ପୁଅ ଓ ବୋହୁଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ହାଡ଼ିବନ୍ଧୁ ଓ ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଘଟଣାକୁ ବିରୋଧ ଓ  ଦୁର୍ବୃତ୍ତଙ୍କ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ କଟକ-ଚାନ୍ଦବାଲି ରାସ୍ତାର ଭରତପୁର ଛକରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।

ସେହିପରି ଏହାପରେ ଅଲେଖ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟ ସମାନ ଢଙ୍ଗରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲା କୁସମାଟି ଶ୍ରୀଜଗନ୍ନାଥ ମନ୍ଦିରରୁ ବିଳମ୍ବିତ ରାତିରେ ହୁଣ୍ଡି ଓ ସାଉଣ୍ଡ ସିଷ୍ଟମ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜଟଣୀ ଥାନା ପୋଲିସ୍‌ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ