ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରାକ୍‌ ପ୍ରସ୍ତୁତି: ଶପିଂ ମଲ୍‌ରେ ମକ୍‌ଡ୍ରିଲ୍‌


ଦେଶରେ ସବୁଠାରୁ ବର୍ତ୍ତମାନ ବଡ଼ ସମସ୍ୟା ହେଉଛି ଆତଙ୍କବାଦ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ସାରା ଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଥିବା ବାରମ୍ବାର ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଉଛି। ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଯଦି ଆତଙ୍କବାଦୀମାନେ ଆକ୍ରମଣ କରନ୍ତି, ତେବେ କିଭଳି ସୁରକ୍ଷାକର୍ମୀମାନେ ଏହାକୁ ପ୍ରତିହତ କରିବେ ସେନେଇ ଆରମ୍ଭ ହୋଇଛି ମକ୍‌ଡ୍ରିଲ୍‌। ଏନେଇ ରାଜଧାନୀ ଭୁବନେଶ୍ୱରର ଏକ ଶପିଂ ମଲ୍‌ରେ ମକ୍‌ଡ୍ରିଲ କରାଯାଇଛି। ବୋମା ନିଷ୍କ୍ରିୟକାରୀ ଟିମ୍‌, ଆଣ୍ଟି ଟେରୋରିଷ୍ଟ୍‌ ସ୍ୱାର୍ଡ , ଏନ୍‌ଡିଆରଏଫ୍‌ ଟିମ୍‌, ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ମକ୍‌ଡ୍ରିଲରେ ସାମିଲ୍‌ ହୋଇଛନ୍ତି।

ଶୁକ୍ରବାର ସକାଳେ ଭୁବନେଶ୍ବର ରସୁଲଗଡ଼ସ୍ଥିତ ବଡ଼ ଶପିଂ ମଲ୍‌ ଏସ୍‌ପ୍ଲାନେଡ଼ରେ ଆଜି ଆତଙ୍କୀ ଆକ୍ରମଣ ପ୍ରତିହିତ ପାଇଁ ମକ୍‌ଡ୍ରିଲ୍‌ କରାଯାଇଛି। ପ୍ରଥମେ ମଲ୍ ବାହାରେ ଏକ ବୋମା ବ୍ଲାଷ୍ଟ୍‌ ହୋଇଥିଲା। ସୂଚନା ପାଇ ସଙ୍ଗେସଙ୍ଗେ ମଲ୍‌ରେ ପହଞ୍ଚିଥିଲା ଟାକ୍ସଫୋର୍ସ ସହ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ, ପୋଲିସ୍‌ ସହ ଅନ୍ୟ ସମସ୍ତ ବିଭାଗ। ଏହାପରେ ଆରମ୍ଭ ହୋଇଥିଲା ମିଶନ। ସତର୍କତା ମୂଳକ ଭାବେ ଆଣ୍ଟି ଟେରରିଷ୍ଟ ଫୋର୍ସ ମଲ୍ ଭିତରକୁ ପ୍ରବେଶ କରିଥିବାବେଳେ, ଦୁଇଜଣ ଆତଙ୍କବାଦୀଙ୍କୁ କାବୁ କରିଥିଲେ। ପରେ ବୋମା ନିଷ୍କ୍ରୟ ଟିମ୍ ଆସି ଗୋଟିଏ ବୋମା ଥିବା ପେଟିକୁ ଜବତ କରିବା ସହ ପରେ ବୋମା ନିଷ୍କ୍ରୟ କରିଥିଲା। ଖାଲି ସେତିକି ନୁହେଁ ମକ୍ ଡ୍ରିଲ୍‌ରେ ଆତଙ୍କବାଦୀ ଆକ୍ରମଣ ସମୟରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ କିଭଳି ଉଦ୍ଧାର କରାଯିବ ସେନେଇ ମଧ୍ୟ ଅଗ୍ନିଶମ ବିଭାଗ ତରଫରୁ ମକ୍‌ଡ୍ରିଲ୍ କରାଯାଇଥିଲା। ଏଥିସହ ଡ୍ରୋନ୍ ସାହାଯ୍ୟରେ ପୁରା ଏରିଆକୁ ଛାନ୍‌ଭିନ୍ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ