ଦୁଇ ଦିନ ଧରି ପାଣି ଟାଙ୍କିରେ ଫସି ରହିଥିବା ନାବାଳକ ଉଦ୍ଧାର


ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ। ଏହି ଉକ୍ତିଟି ଅକ୍ଷର ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି ଜଣେ ନାବାଳକଙ୍କ କ୍ଷେତ୍ରରେ। ଦୁଇ ଦିନ ଧରି ପାଣି ଟାଙ୍କି ଭିତରେ ଫସି ରହିବା ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ନାବାଳକ ଜଣକ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡାର ସେକ୍ଟର-ବି’ରେ। ଉଦ୍ଧାର ନାବାଳକଙ୍କ ଘର ବନ୍ଧୁମଣ୍ଡା ଡୁମେର୍ତ୍ତା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବନ୍ଧମୁଣ୍ଡାର ସେକ୍ଟର-ବିରେ ଥିବା ପ୍ରାୟ ୫୦ ଫୁଟ୍‌ ଉଚ୍ଚତାର ଏକ ପାଣି ଟାଙ୍କି ନିକଟରେ ଗତ ସୋମବାର କେତେକ ପିଲା ଖେଳୁଥିଲେ। ପାଣି ଟଙ୍କି ଉପରେ ବସିଥିବା ଏକ ପାରାକୁ ଧରିବାକୁ ଉକ୍ତ ନାବାଳକ ଜଣକ ଟାଙ୍କି ଉପରେ ଚଢ଼ିଯାଇଥିଲେ। ପାଣି ଟାଙ୍କିର ଘୋଡ଼ଣି ଖୋଲା ଥିବାରୁ ସେ ଟାଙ୍କି ଭିତରକୁ ଗଳି ପଡ଼ିଥିଲେ। ଫଳରେ ସେ ପାଣି ଟାଙ୍କି ଭିତରେ ଫଶି ଯାଇଥିଲେ। ତେବେ ପାଣିଟାଙ୍କି ଭିତରୁ କିଛି ଶବ୍ଦ ଆସୁଥିବା ଶୁଣି କିଛି ସ୍ଥାନୀୟ ଲୋକ ଚଢ଼ି ଦେଖିବା ସହ ରେଳ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ରେଲେୱେ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ସୌଭାଗ୍ୟବଶତଃ ପାଣି ଟାଙ୍କିରେ ଅଳ୍ପ ପାଣି ଭର୍ତ୍ତି ହେଉଥିବାରୁ ନାବାଳକ ଜଣକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ନାବାଳକଙ୍କ ନିଖୋଜ ନେଇ ପରିବାର ଲୋକଙ୍କ ପକ୍ଷରୁ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ତେବେ ପ୍ରଶ୍ନ ଉଠୁଛି ପାଣି ଟାଙ୍କି ଦାୟିତ୍ୱରେ ଥିବା କର୍ମଚାରୀ ପ୍ରତ୍ୟେକ ଦିନ ପାଣି ଭର୍ତ୍ତି କରୁଥିବା ବେଳେ ଏହା ଜାଣିପାରି ନ ଥିଲେ କିଭଳି? ଟାଙ୍କି ଭିତରକୁ ଯିବା ପାଇଁ ବାଟ ଖୋଲା ରଖାଯାଇଥିଲା କାହିଁକି?

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ