ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ


ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଜଣେ ଆଇନ ବିଭାଗର ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଏକ ଭିଡିଓ ଜାରି କରି ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିବା ପରେ ହଠାତ୍‌ ନିଖୋଜ ହୋଇଯାଇଛନ୍ତି। ସେ ଭିଡିଓ ଜାରି କରି କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଥିବା ସ୍ୱାମୀ ଚନ୍ମୟାନନ୍ଦ ଅନେକ ଯୁବତୀଙ୍କ ସମେତ ମୋ ଜୀବନକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ପ୍ରମାଣ ମୋ ପାଖରେ ରହିଛି। ସେ ପ୍ରଭାବଶାଳୀ ହୋଇଥିବାରୁ ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ଏସ୍‌ପି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯଦି ମୁଁ ମୁହଁ ଖୋଲିବି, ତା’ହେଲେ ତାଙ୍କ ସମର୍ଥକମାନେ ମୋ ପରିବାରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଧମକ ମଧ୍ୟ ଦେଇଥିଲେ।

ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ତେବେ ଅଭିଯୋଗ କରିଥିବା ଯୁବତୀଙ୍କ ପତ୍ତା ମିଳୁନାହିଁ। ଏନେଇ ଯୁବତୀଙ୍କ ପରିବାର ଲୋକ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଶାହଜହାନପୁର ପୋଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଜଣେ କେହି ଫୋନ କରି ସ୍ୱାମୀ ଚିନ୍ମୟାନନ୍ଦଙ୍କ ଠାରୁ ୫ କୋଟି ଟଙ୍କା ମାଗୁଥିବା ଅଭିଯୋଗ ମଧ୍ୟ ପୋଲିସ୍‌ ନିକଟରେ ପହଞ୍ଚିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ