ପୁଣି ନକଲି ତେଲ କାରଖାନା ଠାବ: ମେଶିନ୍‌ ସହ ବିଭିନ୍ନ ସାମଗ୍ରୀ ଜବତ


ପୁଣି କଟକ ଅଞ୍ଚଳରୁ ନକଲି ଖାଇବା ତେଲ କାରଖାନା ଠାବ କରାଯାଇଛି। କଟକ ସଦର ଥାନା ପୋଲିସ୍‌ ବମ୍ଫକୁଦ ଅଞ୍ଚଳରେ ଚାଲିଥିବା ଏହି ନକଲି ଖାଇବା ତେଲ କାରଖାନା ଉପରେ ଚଢ଼ାଉ କରିଛି। ଏଥିରେ ୧୦ ହଜାର ଅପମିଶ୍ରିତ ତେଲ ଟିଣ, ମେଶିନ, ଖାଲି ବୋତଲ, ଲୋଗୋ ଜବତ କରାଯାଇଛି। ପୋଲିସ୍‌ କାରଖାନା ମାଲିକ କଟକ ଖାନ୍‌ନଗରସ୍ଥିତ ଜଗନ୍ନାଥ ସାହୁଙ୍କ ସମେତ କେତେକ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷ ଧରି ଚାଲିଆସୁଥିବା ଏହି କାରଖାନାକୁ କଲିକତା ହଳଦିଆରୁ କଞ୍ଚାମାଲ ଆସୁଥିଲା। ପରେ ଏହାକୁ ଖୁସିଗୋଲ୍ଡ, ଡାଲ୍‌ଡା, ପାଓ୍ବାର ଆଦି ନାମରେ ଅପମିଶ୍ରିତ କରାଯାଇ କଟକ ମାଲ୍‌ଗୋଦାମ, କେନ୍ଦ୍ରାପଡ଼ା, ଫଟ୍ଟାମୁଣ୍ଡାଇ, ଯାଜପୁର, ମଙ୍ଗଳପୁର ବିକ୍ରି ପାଇଁ ଯାଉଥିଲା। ମଙ୍ଗଳବାର ଏହି ତେଲ ନକଲି ବୋଲି ଜାଣି ଜଣେ ବ୍ୟବସାୟୀ ମାଲ୍‌ଗୋଦାମ ଥାନାରେ ଖବର ଦେଇଥିଲେ। ପରେ ମାଲ୍‌ଗୋଦାମ ପୋଲିସ୍‌ କଟକ ସଦର ଥାନାକୁ ଜଣାଇଥିଲା। ଉଭୟ ଥାନାର ୨ ଅଧିକାରୀ ମଙ୍ଗଳବାର ରାତିରେ କାରଖାନା ଠାବ କରିଥିବା ବେଳେ ବୁଧବାର ଚଢ଼ାଉ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ