ମହିଳା ସମାନତା ଦିବସରେ ମର୍ମସ୍ପର୍ଶୀ ଭିଡ଼ିଓ ଭାଇରାଲ

ଘରୋଇ ହିଂସାର ଶିକାର ହେଉଛନ୍ତି ମହିଳା

ଗୋଟିଏ ପଟେ ୨୬ ଅଗଷ୍ଟରେ ସାରା ବିଶ୍ବରେ ୱିମେନସ୍‌ ଇକ୍ବାଲିଟି ଡେ’ ବା ମହିଳା ସମାନତା ଦିବସ ପାଳନ କରାଯାଉଥିବାବେଳେ, ଅପରପକ୍ଷେ ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ମହିଳାଙ୍କ ସହିତ ହେଉଥିବା ଘରୋଇ ହିଂସା ସମ୍ପର୍କରେ ସଚେତନ କରାଉଛି। ମହିଳାଙ୍କୁ ସମାଜରେ ସମାନ ସ୍ଥାନ ଦେବା ଲାଗି ପ୍ରତ୍ୟେକ ବର୍ଷ ୨୬ ଅଗଷ୍ଟକୁ ୱିମେନ୍‌ ଇକ୍ୟୁଲିଟି ଡେ’ ଭାବେ ପାଳନ କରାଯାଉଛି।

ଘରୋଇ ହିଂସାର ପର୍ଦ୍ଦାଫାସ୍‌ କରୁଥିବା ଏହି ଭିଡ଼ିଓକୁ ଜେନାନ ମାଉସା ଶେୟାର କରିଛନ୍ତି। ଏହି ଭିଡ଼ିଓ ଶେୟାର କରି ଜେନାନ କ୍ୟାପସନରେ ଲେଖିଛନ୍ତି ଯେ ଘରୋଇ ହିଂସା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏହା ଏକ ସୁନ୍ଦର ଭିଡ଼ିଓ। ୧ ମିନିଟ୍‌ର ଏହି ଭିଡ଼ିଓରେ ମହିଳାମାନେ ରିଲେସନଶିପ୍‌ରେ ରହିବା ପରର ସେମାନଙ୍କ ଜୀବନ ଯାତ୍ରାକୁ ବହୁତ ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଛି। ଏହି ଭିଡ଼ିଓ ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ନିହାତି ଭାବେ ଆସିଯିବ। କାହାରି ଭରସା କରି ତାଙ୍କ ସହିତ ରିଲେସନଶିପ୍‌ରେ ଆସିବା ପରେ ମହିଳାଙ୍କ ସହିତ ସାଧାରଣତଃ କ’ଣ ହୋଇଥାଏ, ଏହି ଭିଡ଼ିଓରେ ତାହା ବହୁତ ସୁନ୍ଦର ଭାବେ ବ୍ୟାଖ୍ୟା କରାଯାଇଛି।

ଭିଡ଼ିଓରେ ନଜର ଆସୁଥିବା ମହିଳା ଜଣକ ପ୍ରଥମେ ବହୁତ ଖୁସି ଦେଖାଯାଉଛନ୍ତି। ଲୋକେ ତାଙ୍କୁ ଫୁଲ ଓ ମୁଦି ଭଳି ସୁନ୍ଦର ସୁନ୍ଦର ଉପହାର ଦେଉଛନ୍ତି। ଯେମିତି ସାଧାରଣତଃ ସବୁ ଝିଅଙ୍କ କ୍ଷେତ୍ରରେ ହୋଇଥାଏ। ଏହାପରେ ଝିଅର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଉଥିବା ଦେଖିବାକୁ ମିଳୁଛି। ଭିଡ଼ିଓରେ ମହିଳା ଜଣକ ସବୁ ଦୁଃଖ ସହିବା ପରେ ମଧ୍ୟ କିଭଳି ଭାବେ ଚେହେରାରେ ହସ ଫୁଟାଉଛନ୍ତି, ତାହା ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ଏପରି  କେତେକ ଦୃଶ୍ୟ ମଧ୍ୟ ଦେଖାଯାଇଛି, ଯେଉଁଥିରେ ନିଜ ଚେହେରାରେ ଲାଗିଥିବା ଆଘାତକୁ ଲୁଚାଇବାକୁ ଯାଇ ସେ ମେକ୍‌ଅପ୍‌ର ସାହାରା ମଧ୍ୟ ନେଉଛନ୍ତି। ଘରୋଇ ହିଂସାରେ ମହିଳାଙ୍କ ସହିତ ହେଉଥିବା ଦୁର୍ବ୍ୟବହାରକୁ ଖୁବ୍‌ ନିଖୁଣ ଭାବେ ଏହି ଭିଡ଼ିଓରେ ଦର୍ଶାଯାଇଛି। ଠିକ୍‌ ଏହିପରି ଭାରତରେ ଆଜି ବି ଅନେକ ପରିବାରର ମହିଳାଙ୍କ ସହିତ ଖରାପ ବ୍ୟବହାର ଓ ଘରୋଇ ହିଂସା ହେଉଥିବା ଦେଖିବାକୁ ମିଳୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ