ଜାଣନ୍ତୁ ବ୍ୟାଡମିଣ୍ଟନ୍‌ କ୍ବୀନ୍‌ ପିଭି ସିନ୍ଧୁଙ୍କ ଫିଟ୍‌ନେସ୍‌ ପ୍ଲାନ୍‌


ଏବେ ଚାରିଆଡ଼େ ପିଭି ସିନ୍ଧୁଙ୍କୁ ନେଇ ଭୁରି ଭୁରି ଚର୍ଚ୍ଚା। ହେବ ନି ବା କାହିଁକି? ଶେଷରେ ସେ ୱାର୍ଲ୍ଡ ଚାମ୍ପିଅନଶିପ୍‌ରେ ସ୍ବର୍ଣ୍ଣପଦକ ହାସଲ କରି ବିଶ୍ବ ବିଜେତା ହେବା ସହ ଭାରତକୁ ଗୌରବାନ୍ବିତ କରିଛନ୍ତି। ଏପରି କରିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ଏହାର କାରଣ କେବଳ ତାଙ୍କ କଠୋର ପରିଶ୍ରମ ଓ ନିଷ୍ଠା ନୁହେଁ, ତାଙ୍କ ଶାରୀରିକ ଫିଟ୍‌ନେସ୍‌ ମଧ୍ୟ। ଯାହା ଅନ୍ୟ ଆଥେଲେଟ୍‌ଙ୍କ ପାଖରେ ନାହିଁ।

ସୁଚିତ୍ରା ବ୍ୟାଡମିଣ୍ଟନ ଏକାଡେମୀର ମାଲିକ ତଥା ସିନ୍ଧୁଙ୍କ ପିତା ରମନ୍ନାଙ୍କ ବନ୍ଧୁ ପ୍ରଦୀପ ରାଜୁଙ୍କ ମୁତାବକ କଠୋର ପରିଶ୍ରମ କରିବା କିମ୍ବା କୌଣସି କାମରେ ଜୋର୍‌ରେ ଶକ୍ତି ପ୍ରୟୋଗ କରିବା ପରେ ସିନ୍ଧୁଙ୍କ ହୃଦ୍‌ସ୍ପନ୍ଦନ ତୀବ୍ର ହୋଇଯାଏ। ଏହାକୁ ନର୍ମାଲ ହେବା ଲାଗି ୩୦ରୁ ୩୫ ସେକେଣ୍ଡ ସମୟ ଲାଗିଥାଏ। ଏହା ବହୁତ କମ୍‌ ଆଥଲେଟ୍‌ଙ୍କଠାରେ ଦେଖିବାକୁ ମିଳିଥାଏ। ତେବେ ସିନ୍ଧୁଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌ କ’ଣ? ସେ ନିଜକୁ କିଭଳି ଭାବେ ସବୁବେଳେ ଏତେ ଫିଟ୍‌ ଓ ଫୂର୍ତ୍ତିଲା ରଖିଥାନ୍ତି? ଏ ସମ୍ପର୍କରେ ସିନ୍ଧୁ ଏକ ବ୍ୟୁଟି ଓ ଫ୍ୟାଶନ୍‌ ମ୍ୟାଗାଜିନ୍‌କୁ କହିଛନ୍ତି ଯେ ସେ ବହୁତ କଠିନ ଫିଟ୍‌ନେସ୍‌ ପ୍ଲାନ୍‌ ଅନୁସରଣ କରିଥାନ୍ତି। ସିନ୍ଧୁ କହିଛନ୍ତି ଯେ ସେ ତାଙ୍କ ମର୍ଣ୍ଣିଂ ସେସନ୍‌ର ଆରମ୍ଭ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କରିଥାନ୍ତି। ଏହାପରେ ମଧ୍ୟାହ୍ନ ୧ଟାରେ ମଧ୍ୟାହ୍ନ ଭୋଜନ କରିଥାନ୍ତି।

ସିନ୍ଧୁ ନିଜ ଡାଏଟ୍‌ର ପୂରା ଧ୍ୟାନ ରଖିଥାନ୍ତି। ସେ ତାଙ୍କ ଡାଏଟ୍‌ରେ କାର୍ବୋହାଇଡ୍ରେଟ୍‌ ଓ ପ୍ରୋଟିନ୍‌ର ଉପଯୁକ୍ତ ବାଲାନ୍ସ ରଖିଥାନ୍ତି। ଏଥିପାଇଁ ସେ ତାଙ୍କ ବ୍ରେକ୍‌ଫାଷ୍ଟରେ କ୍ଷୀର, ଅଣ୍ଡା ଓ ଫଳ ସେବନ କରିଥାନ୍ତି। ଏଥିସହିତ ଦିନ ସାରା ପ୍ରାକ୍ଟିସ୍‌ ସେସନ୍‌ ସମୟରେ ମଝିରେ ମଝିରେ ପ୍ରଚୁର ପାଣି ଓ ତରଳ ପଦାର୍ଥ ନେଇଥାନ୍ତି। ମଧ୍ୟାହ୍ନ ଭୋଜନ ଓ ରାତ୍ରିଭୋଜନରେ ସିନ୍ଧୁ ଭାତ, ଡାଲି ଓ ମାଂସ ଖାଇଥାନ୍ତି। କେବଳ ସେତିକି ନୁହେଁ, ବ୍ୟାୟାମ କରିବା ସମୟରେ ମଧ୍ୟ ସେ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେଇଥାନ୍ତି। ଏଥିପାଇଁ ସେ ସବୁବେଳେ ନିଜ ସହିତ ଫଳ ଓ ଡ୍ରାଏଫ୍ରୁଟ୍‌ ରଖିଥାନ୍ତି। ଯାହାଫଳରେ ତାଙ୍କୁ ସାରା ଦିନ ଏନର୍ଜି ମିଳିପାରିବ। ଏହରବ୍ୟତୀତ ସିନ୍ଧୁ ନିୟମିତ ଭାବେ ମେଡିଟେସନ୍‌ ଓ ଷ୍ଟ୍ରେଚିଙ୍ଗ ଏକ୍ସରସାଇଜ୍‌ କରିଥାନ୍ତି।

ବିନା ରନିଂ କରି ସିନ୍ଧୁ ନିଜ ୱାର୍କଆଉଟ୍‌ ସେସନ୍‌କୁ ପୂରା ମାନନ୍ତି ନାହିଁ। ପିଭି ସିନ୍ଧୁଙ୍କ ୱାର୍କଆଉଟ୍‌ ସେସନ୍‌ର ଏକ ବିଶେଷତ୍ବ ହେଉଛି, ସେ ଏହାକୁ ନିୟମିତ ଭାବେ ପରିବର୍ତ୍ତନ କରିଥାନ୍ତି। ସିନ୍ଧୁଙ୍କ ଅନୁସାରେ ଏହି ୱାର୍କଆଉଟ୍‌ ସେସନ୍‌ର ଯୋଜନା ସେ ମାସ ଆରମ୍ଭରୁ କରିଥାନ୍ତି। ତାଙ୍କ ବ୍ୟାୟାମରେ ଆଣ୍ଠୁରୁ ଆରମ୍ଭ କରି କାନ୍ଧ ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟାୟାମ ସାମିଲ୍‌ ରହିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ