ଫ୍ୟାଶନ
ସଜାଡ଼ନ୍ତୁ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ, ବର୍ଷା ଦିନେ ବି ଦେଖାଯିବେ ଟିପ୍ ଟପ୍

କଲେଜ୍ ଯାଉଥିବା ଝିଅ ଓ ଅଫିସ୍ ଯାଉଥିବା ମହିଳା ବର୍ଷା ଦିନେ ନିଜ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟକୁ କ୍ୟାରି କରିବାରେ ଅଧିକ ସମସ୍ୟାରେ ପଡ଼ିଥାନ୍ତି। ଏଭଳି କ’ଣ ପିନ୍ଧିଲେ ବର୍ଷା କାରଣରୁ ଓଦା ଓ କାଦୁଅ ସମସ୍ୟା ହେବ ନାହିଁ, ଏହି ଚିନ୍ତାରେ ସେମାନେ ପଡ଼ିଯାଆନ୍ତି। ଏଥିସହିତ କ’ଣ ପିନ୍ଧିଲେ ଅନ୍କମ୍ଫର୍ଟେବଲ ଅନୁଭବ ହେବନାହିଁ, ତାହକୁ ମଧ୍ୟ ଦୃଷ୍ଟିରେ ରଖିବାକୁ ପଡ଼ିଥାଏ। ଚାଲନ୍ତୁ ଜାଣିବା ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ ସହ ବୁଝାମଣା ନ କରି ବରଂ କିଭଳି ଭାବେ ଏହାକୁ ସଜାଡ଼ି ବର୍ଷା ଦିନେ ଟିପ୍ ଟପ୍ ଦେଖାଯିବେ।
ହ୍ବାଇଟ୍ ଓ କ୍ରୀମ୍ ରଙ୍ଗର ପୋଷାକ ରଖି ଦିଅନ୍ତୁ
ହ୍ବାଇଟ୍, କ୍ରୀମ୍, ଅଫ୍ହ୍ବାଇଟ୍, ଲାଇଟ୍ ୟେଲୋ ଓ ଲାଇଟ୍ ପିଙ୍କ୍ ଭଳି ରଙ୍ଗକୁ ସାଧାରଣତଃ ଗରମ ଦିନେ ପିନ୍ଧିବାକୁ ଅଧିକ ପସନ୍ଦ କରାଯାଏ। କିନ୍ତୁ ବର୍ଷା ଦିନେ ଏଭଳି ରଙ୍ଗର ପୋଷାକକୁ ପ୍ୟାକ୍ କରି ୱାର୍ଡରୋବ୍ରେ ରଖିଦେବା ଉଚିତ। ଏହା ସ୍ଥାନରେ ବ୍ରାଇଟ୍ କଲର ଶେଡସ୍ ନିଜ କଲେକ୍ସନ୍ରେ ସାମିଲ୍ କରନ୍ତୁ।
ଲୁକ୍ ଚେଞ୍ଚ କରନ୍ତୁ
ମହିଳାମାନେ ସବୁବେଳେ ଗୋଟିଏ ଭଳି ପୋଷାକ ପିନ୍ଧି ଶୀଘ୍ର ବୋର୍ ହୋଇଯାଆନ୍ତି। ଏହି ବୋର୍ରୁ ରକ୍ଷା ପାଇବା ଲାଗି ଆପଣ ନିଜ ବର୍ଷା ଦିନିଆ କଲେକ୍ସନ୍ରେ ପେନ୍ସିଲ୍ ସ୍କର୍ଟସ୍, ଶର୍ଟ ରଫଲ ସ୍କର୍ଟ ଆଦି ସାମିଲ୍ କରିପାରିବେ।
ବ୍ରାଇଟ୍ କଲର ଓ ଫ୍ଲାୱାର ଫ୍ରିଣ୍ଟ
ବର୍ଷା ଦିନିଆ କଲେକ୍ସନ୍ ରେଡି କରିବା ପୂର୍ବରୁ ପରାମର୍ଶ ଦିଆଯାଏ, ଆପଣ ଯେ କୌଣସି ପୋଷାକ ଚୟନ କରୁଛନ୍ତି, ତାହା ବ୍ରାଇଟ୍ କଲରର ହେଲେ ଅଧିକ ମାନିଥାଏ। ପ୍ରିଣ୍ଟେଡ୍ ପୋଷାକ କିଣିବାବେଳେ ଫ୍ଲାୱର ପ୍ରିଣ୍ଟକୁ ଅଧିକ ପ୍ରାଥମିକତା ଦିଅନ୍ତୁ।
ଟପ୍ସ୍
ଯଦି ଆପଣଙ୍କୁ ଟପ୍ ପିନ୍ଧିବାକୁ ପସନ୍ଦ, ତେବେ କଟନ୍, ରେୟନ୍ ଓ ଶିଫନ୍ ଟପ୍ ପିନ୍ଧନ୍ତୁ। ଏହି ଫ୍ୟାବ୍ରିକ୍ ଆପଣଙ୍କୁ ଲାଇଟ୍ ଫିଲ୍ କରାଇବ। ଏଥିସହିତ ଏହା ପିନ୍ଧିବା ଦ୍ବାରା ଅସହଜ ମଧ୍ୟ ଅନୁଭବ ହୁଏ ନାହିଁ।
ଜିନ୍ସ ଓ ପ୍ୟାଣ୍ଟ
ବର୍ଷାଦିନେ ଆଙ୍କେଲ ଜିନ୍ସ କିମ୍ବା କ୍ୟାପ୍ରି ଚୟନ କରନ୍ତୁ। ଅଙ୍କେଲ ଫିଟ୍ ପ୍ୟାଣ୍ଟ ମଧ୍ୟ ଏକ ଉପଯୁକ୍ତ ବିକଳ୍ପ। ଆଜିକାଲି ଅଲଗା ଅଲଗା ଫ୍ୟାବ୍ରିକ୍ର ଜିନ୍ସ ବଜାରରେ ଉପଲବ୍ଧ ହେଉଛି। ଆପଣ ଏଭଳି ଫ୍ୟାବ୍ରିକ୍ ଚୟନ କରନ୍ତୁ, ଯାହା ବର୍ଷାଦିନେ ଆପଣଙ୍କୁ ଆରାମ ଦେବ। ଆପଣ ନିଜ ପୁରୁଣା ଡେନିମ୍ ଜିନ୍ସକୁ ମଧ୍ୟ ତଳ ପଟୁ ଫୋଲ୍ଡ କରି ପିନ୍ଧିପାରିବେ। ଏହାଦ୍ବାରା ଆପଣଙ୍କୁ ଭିନ୍ନ ଏକ ଲୁକ୍ ମିଳିବ ଓ କାଦୁଅ ଛିଟାରୁ ମଧ୍ୟ ରକ୍ଷା ମିଳିବ।
ହିଲ୍
ଯଦି ଆପଣଙ୍କୁ ହିଲ୍ ପିନ୍ଧିବାକୁ ପସନ୍ଦ, ତେବେ ଏହି ସିଜନ୍ ଆପଣଙ୍କ ପାଇଁ ଉପଯୁକ୍ତ ଅଟେ। କାରଣ ହିଲ୍ ଆପଣଙ୍କୁ ଦୈନନ୍ଦିନ ଜୀବନରେ କଲେଜ୍ କିମ୍ବା ଅଫିସ୍ ଗଲାବେଳେ ରାସ୍ତାରେ କାଦୁଅ ଓ ପାଣିରୁ ରକ୍ଷା କରିଥାଏ। କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ଏହି ହିଲ୍ ପାଦକୁ ସମ୍ପୂର୍ଣ୍ଣ ଭାବେ କଭର କରି ରଖିବା ଉଚିତ ନୁହେଁ। ଏପରି ହେଲେ ଓଦା ହେବା ପରେ ଆପଣଙ୍କୁ ଏହା ପିନ୍ଧିବାରେ ଅସହଜ ଅନୁଭବ ହେବ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ