ଅଷ୍ଟ୍ରେଲିଆ ଯାଉଥିଲେ ଦେଖିବାକୁ ଭୁଲନ୍ତୁନି ଏ ସବୁ ସୁନ୍ଦର ସ୍ଥାନ


ଚମକୁଥିବା ବାଲୁକା ରାଶି, ଦୂର ଦୂରାନ୍ତ ଯାଏ ବ୍ୟାପିଥିବା ବେଳାଭୂମି, ସୁନ୍ଦର ତଥା ମନମୋହକ ଜଳବାୟୁ ଅଷ୍ଟ୍ରେଲିଆର ସ୍ବାତନ୍ତ୍ର୍ୟ ଅଟେ। ଯଦି ଆପଣ ଛୁଟିରେ ଫରେନ୍‌ ଟ୍ରିପ୍‌ ଯିବାକୁ ଯୋଜନା କରୁଛନ୍ତି, ତେବେ ଅଷ୍ଟ୍ରେଲିଆ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ଅଟେ। ଖାଇବା ପିଇବାଠାରୁ ଆରମ୍ଭ କରି ପ୍ରାକୃତିକ ପରିବେଶରେ ଭରପୂର ଏହି ଦେଶ ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଜଣାଶୁଣା। ଏଠାର ସତେଜ ଜଳବାୟୁ ଆପଣଙ୍କ ମନ ଓ ହୃଦୟକୁ ପୂରାପରି ତାଜା କରିଦେବ। ଚାଲନ୍ତୁ ଜାଣିବା ଅଷ୍ଟ୍ରେଲିଆ ବୁଲି ଯାଉଥିଲେ, କେଉଁ ସବୁ ସ୍ଥାନ ନିହାତି ବୁଲି ଦେଖିବା ଉଚିତ।

ଆକର୍ଷକ ବେଳାଭୂମିର ଦୃଶ୍ୟ

ଅଷ୍ଟ୍ରେଲିଆ ବୁଲି ଗଲାବେଳେ ଏହାର ସୁନ୍ଦର ବେଳାଭୂମି ନ ଦେଖିଲେ, ଆପଣଙ୍କ ଟ୍ରିପ୍‌ ଅଧୁରା ହୋଇପାରେ। ଅଷ୍ଟ୍ରେଲିଆରେ ଅନେକଗୁଡ଼ିଏ ଆକର୍ଷକ ସମୁଦ୍ର କୂଳ ରହିଛି। ଯେଉଁଠାର ମନମୋହକ ଜଳବାୟୁ ଓ ସ୍ବଚ୍ଛ ପାଣି ଆପଣଙ୍କ ମନ ଓ ମସ୍ତିଷ୍କକୁ ଏକଦମ୍‌ ତାଜା କରି ରଖିଦେବ।

କଙ୍ଗାରୁ ଆଇଲ୍ୟାଣ୍ଡ
କଙ୍ଗାରୁ ଅଷ୍ଟ୍ରେଲିଆର ଜାତୀୟ ପଶୁ ଅଟେ। ଏହି କାରଣରୁ ଅଷ୍ଟ୍ରେଲିଆ ନିଜର ଏକ ଆଇଲ୍ୟାଣ୍ଡ କଙ୍ଗାରୁ ନାମରେ ନାମିତ କରିଛି। ଏହି କଙ୍ଗାରୁ ଆଇଲ୍ୟାଣ୍ଡରେ ଆପଣଙ୍କୁ କଙ୍ଗାରୁ ବ୍ୟତୀତ ଡଲ୍‌ଫିନ୍‌, ସି’ ଲାଏନ୍‌, ପେଙ୍ଗୁଇନ୍‌, ଇଗଲ ଓ ବିଭିନ୍ନ ପ୍ରକାରର ତିମି ଦେଖିବାକୁ ମିଳନ୍ତି।

ଅଷ୍ଟ୍ରେଲିଆର ଗୌରବ ସିଡ୍‌ନୀ

ସିଡ୍‌ନୀ ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ଓ ଲୋକପ୍ରିୟ ସହର ଅଟେ। ସିଡ୍‌ନୀର ଲୋକପ୍ରିୟ ଓପେରା ହାଉସ୍‌ ଆପଣଙ୍କୁ ସେଠାକୁ ଯାଇ ନିହାତି ଦେଖିବା ଉଚିତ। ଏହାବ୍ୟତୀତ ସିଡ୍‌ନୀ ନିଜ ଫାଷ୍ଟଫୁଡ୍‌ ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ। ଆପଣଙ୍କୁ ସିଡ୍‌ନୀରେ ବିଭିନ୍ନ ସ୍ଥାନରେ ଫୁଡ୍‌ ଭ୍ୟାନ୍‌ ଦେଖିବାକୁ ମିଳିଥାଏ। ଏହାର ସ୍ବାଦ ଥରେ ଚାଖିବା ପରେ ଏହାକୁ ସାରା ଜୀବନ ଭୁଲି ପାରିବେ ନାହିଁ।

ଆକର୍ଷଣର ଦ୍ବିତୀୟ ନାମ ପର୍ଥ

ସିଡ୍‌ନୀ ପରେ ପର୍ଥ ମଧ୍ୟ ନିଜ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ବରେ ଲୋକପ୍ରିୟ। ପର୍ଥରେ ଆପଣଙ୍କୁ ଅନେକଗୁଡ଼ିଏ ମନୋହର ପ୍ରାକୃତିକ ଦୃଶ୍ୟ, ୱାଇଲ୍ଡ ଲାଇଫ୍‌ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଆନନ୍ଦ ଉଠାଇ ଯାଇ ପାରୁଥିବା ସ୍ଥାନ ରହିଛି। ଏଠାରେ ଥିବା ପର୍ଥ ଜୁ, ଦ ପର୍ଥ ମିଣ୍ଟ, ଷ୍ଟର୍ଲିଙ୍ଗ ଗାର୍ଡେନ୍ସ‌, ଲେକ୍‌ ମୋଙ୍ଗେର, ହିଜ୍‌ ମାଜେଷ୍ଟି ଥିଏଟର ଏଠାର ଲୋକପ୍ରିୟ ସ୍ଥାନ ଅଟେ। ଯେଉଁଠି ଆପଣ ବୁଲି ମଜା ନେଇପାରିବେ।

ଫ୍ରେଜରର ଆଇଲ୍ୟାଣ୍ଡ
ଫ୍ରେଜରର ଆଇଲ୍ୟାଣ୍ଡ ବିଶ୍ବର ସବୁଠାରୁ ବଡ଼ ବାଲୁକା ଆଇଲ୍ୟାଣ୍ଡ ଅଟେ। ଏହି ଆଇଲ୍ୟାଣ୍ଡରେ ବିଭିନ୍ନ ପ୍ରକାରର ଦୁର୍ଲଭ ମାଛ ଦେଖିବାକୁ ମିଳିଥାଏ। ସ୍ବର୍ଗ ଭଳି ଦେଖାଯାଉଥିବା ଏହି ଆଇଲ୍ୟାଣ୍ଡକୁ ଦେଖିବା ଲାଗି ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଆସିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ