ଫାରସୀ ପୁରି ସ୍ନାକ୍‌ସର ମଜା ନିଅନ୍ତୁ


ଫାରସୀ ପୁରି ଏକ ଗୁଜରାଟି ସ୍ନାକସ୍‌, ଯାହାକୁ ଆପଣ ପୂରା ପରିବାର ସହିତ ମଜା ନେଇପାରିବେ। ଚା’ ଓ କଫି ସହିତ ଏହି ସ୍ନାକସ୍‌ର ମଜା ଦୁଇଗୁଣା ହୋଇଯାଏ। ତେଣୁ ସନ୍ଧ୍ୟାରେ ଚା’ ପିଇବାବେଳେ ଏହି ଫାରସୀ ପୁରିର ମଜା ନେଇପାରିବେ।

କ’ଣ ଦରକାର
ଦେଢ଼ ଚାମଚ ସୁଜି, ଦେଢ଼ ଚାଚମ ଘିଅ, ସ୍ବାଦାନୁସାରେ ଲୁଣ, ଅଧ ଚାମଚ ଜିରା, ତିନି ଚତୁର୍ଥାଂଶ ମଇଦା, ପାଣି ଓ ଛାଣିବା ପାଇଁ ରିଫାଇନ୍‌ ତେଲ।

ପ୍ରସ୍ତୁତ ପ୍ରଣାଳୀ
ଏହି ସ୍ନାକସ୍‌ ତିଆରି କରିବା ପାଇଁ ଏକ ପାତ୍ରରେ ମଇଦା, ସୁଜି, ଜିରା, ଘିଅ ଓ ଦରକାର ଅନୁସାରେ ଲୁଣ ମିଶାନ୍ତୁ। ଏବେ ପାଣି ମିଶାଇ ଏହାକୁ ଚକଟନ୍ତୁ। ଏହାପରେ ୭ରୁ ୮ ମିନିଟ୍‌ ଏହାକୁ ଛାଡ଼ି ଦିଅନ୍ତୁ। ଏବେ କଡ଼େଇରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ। ଏହି ସମୟରେ ଚକଟା ଯାଇଥିବା ସୁଜି, ମଇଦା ଆଦିର ମିଶ୍ରଣକୁ ଛୋଟ ଛୋଟ ଗୁଳା କରି ବେଲନ୍ତି। ତେଲ ଗରମ ହୋଇଗଲେ ଆଞ୍ଚ ଧିମା କରି ବେଲା ଯାଇଥିବା ଛୋଟ ପୁରିକୁ ଏଥିରେ ଛାଣନ୍ତୁ। ପୁରି ଭଲ ଭାବେ ଛାଣି ହୋଇଗଲା ପରେ ଏହାକୁ ବାହାରକୁ ବାହାର କରି ଥଣ୍ଡା କରନ୍ତୁ। ପୁରି ଥଣ୍ଡା ହୋଇଗଲା ପରେ ଏୟାର ଟାଇଟ୍‌ କଣ୍ଟେନରରେ ରଖନ୍ତୁ। ଗରମ ଗରମ ଚା’ କିମ୍ବା କଫି ସହିତ ଫାରସୀ ପୁରିର ମଜା ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ