ଗୌହରଙ୍କଠାରୁ ନିଅନ୍ତୁ ସୌନ୍ଦର୍ଯ୍ୟ ଟିପ୍‌ସ, ଚମକିବ ଚେହେରା


ବଲିଉଡ୍‌ ଅଭିନେତ୍ରୀ ଗୌହର ଖାନଙ୍କୁ କିଏ ବା ନ ଜାଣେ! ବିଗ୍‌ବସ୍‌ ସିଜନ୍‌ ୭ର ବିଜେତା ଗୌହର ନିଜ ସୌନ୍ଦର୍ଯ୍ୟ ବଳରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ତାଙ୍କ ଗ୍ଲୋଇଙ୍ଗ ସ୍କିନ୍‌ ଦେଖି କେହି ବି ତାଙ୍କ ବୟସ ଅନୁମାନ କରିପାରିବେ ନାହିଁ। ୩୫ ପ୍ଲସ୍‌ ହେବା ପରେ ମଧ୍ୟ ଗୌହର ବହୁତ ସୁନ୍ଦର ଦେଖାଯାଉଛନ୍ତି। କିଛି ଦିନ ପୂର୍ବେ ଗୌହର ଦେଇଥିବା ତାଙ୍କ ସାକ୍ଷାତକାରରେ ନିଜ ସୌନ୍ଦର୍ଯ୍ୟ ଟିପ୍ସ ଦେଇଛନ୍ତି। ଯାହା ଅନୁସରଣ କରି ଆପଣ ମଧ୍ୟ ତାଙ୍କ ଭଳି ସୁନ୍ଦର ତ୍ବଚା ଓ ସୌନ୍ଦର୍ଯ୍ୟର ଅଧିକାରୀ ହୋଇପାରିବେ।
 ଚାଲନ୍ତୁ ଜାଣିବା ଗୌହରଙ୍କ ସୌନ୍ଦର୍ଯ୍ୟ ଟିପ୍ସ।

ପ୍ରଚୁର ପାଣି

ଶରୀର ଓ ତ୍ବଚାକୁ ହାଇଡ୍ରେଟ୍‌ ରଖିବା ଲାଗି ଗୌହର ସାରା ଦିନରେ ୮ରୁ ୯ ଗ୍ଲାସ୍‌ ପାଣି ପିଇଥାନ୍ତି। କେବଳ ସେତିକି ନୁହେଁ, ସେ ତାଙ୍କ ତ୍ବଚାରେ ସବୁବେଳେ ଗୋଲାପ ଜଳ ସିଞ୍ଚିଥାନ୍ତି। ଯାହାଫଳରେ ତ୍ବଚା ସବୁବେଳେ ସତେଜ ରହିବ।

ବ୍ରଣ ପାଇଁ ଖାସ୍‌ ଟିପ୍ସ

ଗୌହର ଏହି ସାକ୍ଷାତକାରରେ କହିଛନ୍ତି ଯେ ଯଦି ତାଙ୍କ ଚେହେରାରେ ବ୍ରଣ ବାହାରେ, ତେବେ ସେ ଟୁଥ୍‌ପେଷ୍ଟ ବ୍ୟବହାର କରିଥାନ୍ତି। ବ୍ରଣ ଦୂର କରିବା ଲାଗି ଏହା ଏକ ଉତ୍ତମ ଘରୋଇ ଉପଚାର ବୋଲି ଗୌହର କହିଛନ୍ତି।

ପଫି ଆଖି ପାଇଁ ଟିପ୍ସ
ସାଧାରଣତଃ ସକାଳୁ ଉଠିବା ପରେ ଗୌହରଙ୍କ ଆଖି ଫୁଲି ଯାଇଥାଏ। ଏଥିପାଇଁ ସେ ବରଫକୁ କପଡ଼ାରେ ଗୁଡ଼ାଇ ଆଖି ଉପରେ ମାଲିସ୍‌ କରନ୍ତି। ଏହାଫଳରେ ଆଖିର ସ୍ବେଲିଙ୍ଗ ଠିକ୍‌ ହୋଇଯାଏ। ଗୌହର କହିଛନ୍ତି ଯେ ସେ ଆଖିର ମେକ୍‌ଅପ୍‌ ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି। ତାଙ୍କ ହିସାବରେ ଆଖିର ସଠିକ୍‌ ଓ ଉତ୍ତମ ମେକ୍‌ଅପ୍‌ ଆପଣଙ୍କୁ ୟଙ୍ଗ ଲୁକ୍‌ ଦେଇଥାଏ। କେବଳ ସେତିକି ନୁହେଁ, ତାଙ୍କ ବ୍ୟାଗରେ ମଧ୍ୟ ମସ୍କରା, ଆଇଲାଇନର ଓ ଆଇବ୍ରୋ ଫିଲର ନିହାତି ରଖିଥାନ୍ତି। ଏଥିସହିତ ବ୍ୟାଗ୍‌ରେ ଲିପିଷ୍ଟିକ୍‌ ଓ କମ୍ପ୍ୟାକ୍ଟ ପାଉଡର ମଧ୍ୟ ରଖିଥାନ୍ତି।

ଶୋଇବା ପୂର୍ବରୁ ମେକ୍‌ଅପ୍‌ ଛଡ଼ାନ୍ତି
ଗୌହର କହିଛନ୍ତି ଯେ ସେ ଘରକୁ ଆସିବା ପରେ ପ୍ରଥମେ ମେଡିକେଟେଡ୍‌ ଫେସ୍‌ୱାଶ୍‌ରେ ଚେହେରା ସଫା କରନ୍ତି। ଏହାବ୍ୟତୀତ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଚେହେରାକୁ କ୍ଲିଜିଙ୍ଗ ନିହାତି ଭାବେ କରନ୍ତି। ଯାହାଫଳରେ ମେକ୍‌ଅପ୍‌ ଭଲ ଭାବେ ଛାଡ଼ିଯିବ।

ସିଲ୍କ କେଶ ପାଇଁ ଟିପ୍ସ
ସିଲ୍କ ଏଣ୍ଡ ସାଇନିଂ କେଶ ପାଇଁ ଗୌହର କହିଛନ୍ତି ଯେ କେବେ ବି ଓଦା କେଶ କୁଣ୍ଡାଇବା ଉଚିତ ନୁହେଁ। କିନ୍ତୁ ଅଧିକାଂଶ ମହିଳା ଏହି ଭୁଲ୍‌ କରିଥାନ୍ତି। ଯାହାଫଳରେ କେଶ ଝଡ଼ିବାରେ ଲାଗେ। କେଶ ଭଲ ଭାବେ ଶୁଖିଗଲା ପରେ କୁଣ୍ଡାଇବା ଉଚିତ ବୋଲି ଗୌହର କହିଛନ୍ତି। ଏହାବ୍ୟତୀତ ସପ୍ତାହରେ ସେ ଦୁଇ ଥର ନଡ଼ିଆ ତେଲରେ କେଶ ମାଲିସ୍‌ କରିଥାନ୍ତି। ସେ କେଶରେ ତେଲ ଲଗାଇ ରାତିସାରା ଛାଡ଼ି ଦିଅନ୍ତି ଓ ସକାଳୁ ଶାମ୍ପୁରେ କେଶ ଧୋଇଥାନ୍ତି ଓ କଣ୍ଡିସନର ଲଗାଇଥାନ୍ତି। ଏହାଦ୍ବାରା କେଶକୁ ଭୂରପୂର ପୋଷଣ ମିଳିଥାଏ।

ଘରେ ମେକ୍‌ଅପ୍‌ କରି ନ ଥାନ୍ତି
ଯଦି ଗୌହର କୌଣସି ଦିନ ବାହାରକୁ ଯାଇ ନ ଥାନ୍ତି, ସେ ଆଦୌ ମେକ୍‌ଅପ୍‌ କରି ନ ଥାନ୍ତି। ଗୌହରଙ୍କ କହିବାନୁସାରେ ଯେତିକି ଦରକାର ସେତିକି ମେକ୍‌ଅପ୍‌ କରିବା ଉଚିତ। କାରଣ ସବୁବେଳେ ମେକ୍‌ଅପ୍‌ କରିବା ଫଳରେ ସେଥିରେ ଥିବା କେମିକାଲ ତ୍ବଚାକୁ କ୍ଷତି ପହଞ୍ଚାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ