ବର୍ଷାରେ କପଡ଼ା ଦୁର୍ଗନ୍ଧ ଦୂର କରିବାର ସହଜ ଉପାୟ


ବର୍ଷାଦିନେ କପଡ଼ା ଶୁଖିବା ଲାଗି ସୂର୍ଯ୍ୟକିରଣ ପାଇ ନ ଥାଏ। ବାହାରେ ବର୍ଷା ହେଉଥିବାରୁ ସାଧାରଣତଃ କପଡ଼ାକୁ ଘର ଭିତରେ ଶୁଖାଇବାକୁ ପଡ଼ିଥାଏ। ଯାହାଫଳରେ କପଡ଼ା ଓଦା ରହିବା କାରଣରୁ ଏଥିରୁ ଗନ୍ଧ ବାହାରିଥାଏ। ଏଭଳି ଦୁର୍ଗନ୍ଧ ବାହାରୁଥିବା କପଡ଼ା ପିନ୍ଧିବାକୁ ଇଚ୍ଛା ହୋଇ ନ ଥାଏ। ଏହି କପଡ଼ାକୁ ବାରମ୍ବାର ଧୋଇବା ପାଇଁ ମଧ୍ୟ ସମୟ ମିଳି ନ ଥାଏ। ଏପରିସ୍ଥଳେ ତିନୋଟି ଜିନିଷ ଆପଣଙ୍କୁ ସାହାଯ୍ୟ କରିପାରେ। ଚାଲନ୍ତୁ କେମିତି ଜାଣିବା ବର୍ଷାଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧ କିଭଳି ଭାବେ ଦୂର କରାଯାଇପାରିବ।

ଭିନେଗାର
ବର୍ଷାଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବାରେ ଭିନେଗାର ସାହାର୍ଯ୍ୟ କରିପାରେ। ଏଥିପାଇଁ ଆପଣଙ୍କୁ କପଡ଼ା ଧୋଇବା ପରେ ଅଧ ବାଲ୍ଟି ପାଣିରେ ଦୁଇ ବଡ଼ ଚାମଚ ଭିନେଗାର ପକାନ୍ତୁ। ଏହି ଭିନେଗାର ପାଣିରେ ୧୦ ମିନିଟ୍‌ ପାଇଁ କପଡ଼ା ଭିଜାଇ ରଖନ୍ତୁ। ଏହାପରେ କପଡ଼ାରୁ ପାଣି ବାହାର କରି ଶୁଖାଇ ଦିଅନ୍ତୁ। ଦେଖିବେ କପଡ଼ା ଦୁର୍ଗନ୍ଧ ଦୂର ହୋଇଯିବ।

ଡେଟଲ
ବର୍ଷାଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧ ଦୂର କରିବାରେ ଡେଟଲ ମଧ୍ୟ ସାହାଯ୍ୟ କରିପାରେ। ତେଣୁ କପଡ଼ା ଧୋଇବା ପରେ ୧୦ ମିନିଟ୍‌ ଯାଏ ଡେଟଲ ପାଣିରେ ଏହାକୁ ଭିଜାଇ ରଖନ୍ତୁ। ପରେ ଭଲ ଭାବେ ଚିପୁଡ଼ି ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ଏପରି କରିବା ଦ୍ବାରା କପଡ଼ାର ଦୁର୍ଗନ୍ଧ ଦୂର ହେବା ସହିତ ପିନ୍ଧିବାକୁ ଆରାମ ଲାଗିବ।

ଧୂପବତୀ
ପୂଜା କରିବା ସମୟରେ ଆପଣ ଧୂପବତୀ ବ୍ୟବହାର କରିଥାନ୍ତି। ଘରେ ବାସ୍ନା ବ୍ୟାପିବା ପାଇଁ ସକାଳ ସନ୍ଧ୍ୟାରେ ଧୂପବତୀ ଲଗାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କପଡ଼ାରୁ ଦୁର୍ଗନ୍ଧ ଦୂର କରିବାରେ ମଧ୍ୟ ଏହା ସାହାଯ୍ୟ କରିପାରେ। କପଡ଼ା ଧୋଇ ଶୁଖାଇବା ପରେ ଏହାର ଆଖପାଖରେ ଧୂପବତୀ ଲଗାନ୍ତୁ। ଏହାର ଧୂଆଁ ଓ ସୁଗନ୍ଧ କପଡ଼ାରେ ଦୁର୍ଗନ୍ଧ ହେବାକୁ ଦେବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ