ବୟସ ଅଧିକ ହେଲେ ପ୍ରୋଷ୍ଟେଟ୍‌ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ


ପ୍ରୋଷ୍ଟେଟ୍‌ ଗ୍ରନ୍ଥି ପୁରୁଷଙ୍କଠାରେ ଦେଖିବାକୁ ମିଳିଥାଏ। ଯେଉଁଥିରୁ ବାହାରୁଥିବା ପଦାର୍ଥ ସ୍ପର୍ମକୁ ଜୀବିତ ଓ ସୁସ୍ଥ ରଖିଥାଏ। ସ୍ପର୍ମର ପାଖାପାଖି ୭୦ ପ୍ରତିଶତ ଏହି ଗ୍ରନ୍ଥି ଭିତରେ ନିର୍ମାଣ ହୋଇଥାଏ। ବୟସ ବଢ଼ିବା ସହିତ ହର୍ମୋନ ସମ୍ବନ୍ଧିତ ପରିବର୍ତ୍ତନ କାରଣରୁ ପ୍ରୋଷ୍ଟେଟ୍‌ର ଆକାର ବଢ଼ିବାରେ ଲାଗିଥାଏ, ଯାହାଫଳରେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଇଥାଏ।

ଲକ୍ଷଣ
ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା ଲାଗିଲେ ମଧ୍ୟ ପରିସ୍ରା ନ ହେବା,  ପରିସ୍ରା ଧିରେ ଧିରେ ହେବା, ପରିସ୍ରା କରିବା ପରେ ମଧ୍ୟ ଟିକେ ଟିକେ ପଡ଼ିବା ଓ ପୂରା ମୂତ୍ରତ୍ୟାଗ କରି ନ ପାରିବା ପ୍ରୋଷ୍ଟେଟ୍‌ର ଲକ୍ଷଣ ଅଟେ।

ଏହି ସମସ୍ୟା ହୋଇଥାଏ
ଧ୍ୟାନ ରଖନ୍ତୁ ପ୍ରୋଷ୍ଟେଟ୍‌ର ଆକାର ସବୁବେଳେ ଏହାର ଲକ୍ଷଣ ସହିତ ସମ୍ବନ୍ଧ ରହି ନ ଥାଏ। ଅନେକ ସମୟରେ ପ୍ରୋଷ୍ଟେଟ୍‌ ଅଳ୍ପ ବଢ଼ିଗଲେ ମଧ୍ୟ ଲକ୍ଷଣ ଦେଖା ଦେଇଥାଏ। ଅନେକ ସମୟରେ ପ୍ରୋଷ୍ଟେଟ୍‌ ଅଧିକ ବଢ଼ି ଯାଇଥିଲେ ମଧ୍ୟ ଲକ୍ଷଣ ଦେଖାଯାଇ ନ ଥାଏ। ପ୍ରୋଷ୍ଟେଟ୍‌ ବଢ଼ିବା କାରଣରୁ ପରିସ୍ରା ସମ୍ବନ୍ଧିତ ଏହି ସମସ୍ୟା ଏହିଠାରେ ଶେଷ ହୋଇଯାଏ ନାହିଁ। ଏହି କାରଣରୁ ପରିସ୍ରାରେ ସଂକ୍ରମଣ କିମ୍ବା ଷ୍ଟୋନ୍‌ ମଧ୍ୟ ହୋଇପାରେ। ଏହାବ୍ୟତୀତ ପ୍ରୋଷ୍ଟେଟ୍‌ କାରଣରୁ ମୂତ୍ରାଶୟ ଓ କିଡ୍‌ନୀକୁ ମଧ୍ୟ କ୍ଷତି ପହଞ୍ଚିଥାଏ।

ହର୍ମୋନରେ ପରିବର୍ତ୍ତନ ଓ ମୋଟାପଣ
ପ୍ରୋଷ୍ଟେଟ୍‌ ବୃଦ୍ଧିକୁ ମେଡିକାଲ ଭାଷାରେ ବେନାଇନ୍‌ ପ୍ରୋଷ୍ଟେଟିକ୍‌ ହାଇପରପ୍ଲାଜିଆ (ବିପିଏଚ୍‌)ବୋଲି କୁହାଯାଏ। ଏହାକୁ କୌଣସି ଚେଷ୍ଟା କରି ରୋକା ଯାଇପାରିବ ନାହିଁ। ବୟସ ବଢ଼ିବା କାରଣରୁ ହେଉଥିବା ହର୍ମୋନ ସମ୍ବନ୍ଧିତ ପରିବର୍ତ୍ତନ, ମୋଟାପଣ, ସକ୍ରିୟ ଜୀବନ ବିତାଇ ନ ପାରିବା ଓ ପରିବାରରେ ଅନ୍ୟ କୌଣସି ସଦସ୍ୟଙ୍କଠାରେ ଏହି ରୋଗ ଥିଲେ ଅନ୍ୟଙ୍କୁ ଏହି ରୋଗ ହେବାର ଆଶଙ୍କା ବଢ଼ିଯାଏ।

ୟୁରୋଲୋଜିଷ୍ଟଙ୍କ ପରାମର୍ଶ ନିଅନ୍ତୁ
ଲକ୍ଷଣ ବ୍ୟତୀତ ଡିଜିଟାଲ ରେକ୍ଟଲ ଏଗ୍‌ଜାମିନେସନ୍‌ (ଡିଆର୍‌ଆଇ) ମାଧ୍ୟମରେ ମଧ୍ୟ ଡାକ୍ତର ପ୍ରୋଷ୍ଟେଟ୍‌ର ସାଇଜ୍‌ର ସୂଚନା ଜଣାପଡ଼ିବ। ଏହାବ୍ୟତୀତ ଅନ୍ୟାନ୍ୟ ଯାଞ୍ଚରେ ମଧ୍ୟ ଏହାର ଉପଚାର ଆରମ୍ଭ କରିପାରିବେ। ପ୍ରୋଷ୍ଟେଟ୍‌ ବୃଦ୍ଧିର ଉପଚାର ଔଷଧ ଓ ସର୍ଜରୀ ଦ୍ବାରା କରାଯାଇଥାଏ। ତେଣୁ ଲକ୍ଷଣ ଦେଖିବା ମାତ୍ରେ ୟୁରୋଲୋଜିଷ୍ଟଙ୍କ ପରାମର୍ଶ ନେବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ