ଖୁବ୍‌ଶୀଘ୍ର ସମୁଦ୍ରରେ ବିଲୀନ କୃଷ୍ଣଙ୍କ ନଗରୀର ଅବଶେଷକୁ ସ୍କୁବା ଡାଇଭିଂରେ ଦେଖି ହେବ


ଭଗବାନ କୃଷ୍ଣଙ୍କ ଭକ୍ତ ଜନ୍ମାଷ୍ଟମୀକୁ ଖୁବ୍‌ ଧୁମ୍‌ଧାମରେ ପାଳନ କରିଥାନ୍ତି। ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଅଲଗା ଅନ୍ଦାଜରେ ପାଳନ କରିବା ଲାଗି ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତି। ବହୁତ କମ୍‌ ଲୋକେ ଜାଣନ୍ତି, ଶ୍ରୀକୃଷ୍ଣଙ୍କ ନଗରୀ କୁହାଯାଉଥିବା ଦ୍ବାରକାର ନିର୍ମାଣ ଅନେକଗୁଡ଼ିଏ ଦ୍ବାରର ସମିଶ୍ରଣରେ ହୋଇଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଯାହାର ୩ଟି ଦ୍ବାର ଏବେ ବି ସମୁଦ୍ରର ଗଭୀରତାରେ ପାଖାପାଖି ୮୦ ଫୁଟ୍‌ ଭିତରେ ରହିଛି।

ଯଦି ଆପଣ ଶ୍ରୀକୃଷ୍ଣଙ୍କ ନଗରୀ ଦ୍ବାରକାର ଅବଶେଷକୁ ଦର୍ଶନ କରିବାକୁ ଚାହୁଛନ୍ତି, ତେବେ ଏହା ମଧ୍ୟ ସମ୍ଭବ। ଗୁଜରାଟରେ ଅବସ୍ଥିତ ଦ୍ବାରିକାରେ ଆପଣ ସ୍କୁବା ଡାଇଭିଂ ମାଧ୍ୟମରେ କୃଷ୍ଣ ନଗରୀର ସମସ୍ତ ଅବଶେଷକୁ ଦେଖିପାରିବେ। ସ୍କୁବା ଡାଇଭିଂ ଟ୍ରେନର ଶାନ୍ତିଭାଇ ବମ୍ଭାନିୟା କହିଛନ୍ତି ଯେ ଲୋକେ ପ୍ରାଚୀନ ଦ୍ବାରକାର ପାଣିରେ ବୁଡ଼ି ରହିଥିବା ଅବଶେଷକୁ ଦେଖିବା ଲାଗି ବହୁତ ଉତ୍ସାହିତ ଅଛନ୍ତି। କିନ୍ତୁ ଏଥିପାଇଁ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। କାରଣ ଏହା ଉପରେ ଏବେ ଗବେଷଣା ଚାଲିଛି ଓ ଖୁବ୍‌ଶୀଘ୍ର ସ୍କୁବା ଡାଇଭିଂ ମାଧ୍ୟମରେ ଏହାକୁ ଦର୍ଶନ କରିବା ଲାଗି ସାଧାରଣ ଲୋକଙ୍କ ପାଇଁ ସୁଯୋଗ ଉପଲବ୍ଧ ହେବ ବୋଲି ଶାନ୍ତିଭାଇ କହିଛନ୍ତି।

ଶାନ୍ତିଭାଇ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଅତଳ ସମୁଦ୍ର ଭିତରେ ବୁଡ଼ି ରହିଥିବା କୃଷ୍ଣ ନଗରୀର ଅବଶେଷ ଉପରେ କରାଯାଉଥିବା ଗବେଷଣା ପୂରା ହୋଇଯିବ ବୋଲି ତାଙ୍କର ଆଶା ରହିଛି। ଏହାପରେ ସରକାର ସ୍କୁବା ଡାଇଭିଂ ମାଧ୍ୟମରେ ଏହାର ଦର୍ଶନ କରିବା ଲାଗି ଅନୁମତି ଦେଇପାରନ୍ତି ବୋଲି ଶାନ୍ତିଭାଇ କହିଛନ୍ତି। ୬୦ରୁ ୮୦ ଫୁଟ୍‌ ଗଭୀରକୁ ଯିବା ପରେ ଦିବ୍ୟ ଦ୍ବାରକା ନଗରର ଅବଶେଷକୁ ଦର୍ଶନ କରାଯାଇପାରିବ। ଯଦିଓ ପର୍ଯ୍ୟଟକ ଏବେ ବି ଏଠାରେ ସ୍କୁବା ଡାଇଭିଂର ମଜା ଉଠାଇପାରିବେ। ରଙ୍ଗବେରଙ୍ଗର ମାଛ ଓ ଗଛର ଅନେକ ପ୍ରଜାତି ଏଠାରେ ଦେଖିବାକୁ ମିଳୁଛି। ତେବେ କୃଷ୍ଣ ନଗରୀର ଅବଶେଷ ଦର୍ଶନ କରିବା ଲାଗି ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ଶାନ୍ତିଭାଇ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ