ବଲିଉଡ୍‌ର ସେଲିବ୍ରିଟିଙ୍କ ଫଙ୍କି ସନ୍‌ଗ୍ଲାସ୍‌ କ୍ରେଜ୍‌


‘ଦ ଫ୍ୟୁଚର ଶୋ ବ୍ରାଇଟ୍‌, ଆଇ ଗଟା ୱିଅର ଶେଡ୍‌’ ଗୀତ ଯଦିଓ ପପ୍‌ ଷ୍ଟାର୍‌ ଟିମ୍ବୁକ ୩ ଗାଇଛନ୍ତି, କିନ୍ତୁ ଏପରି ଲାଗୁଛି ଏହାର ସିଧାସଳଖ ପ୍ରଭାବ ବଲିଉଡ୍‌ ସେଲିବ୍ରିଟିଙ୍କ ଉପରେ ପଡ଼ିଛି। କାରଣ ଆଜିକାଲି ଯେ କୌଣସି ସେଲିବ୍ରିଟିଙ୍କୁ ଦେଖିଲେ, ସେମାନେ ଫଙ୍କି ସନ୍‌ଗ୍ଲାସ୍‌ରେ ନଜର ଆସୁଥିବା ଦେଖିବାକୁ ମିଳୁଛି। ଏଣୁ ସେଲିବ୍ରିଟିଙ୍କ ସନ୍‌ଗ୍ଲାସ୍‌ କ୍ରେଜ୍‌ ଯେ ବଢ଼ିବାରେ ଲାଗିଛି, ଏହା କହିବା ଭୁଲ୍‌ ହେବ ନାହିଁ। ଆଲିଆ ଭଟ୍ଟଙ୍କଠାରୁ ଆରମ୍ଭ କରି ବରୁଣ ଧୱନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଫଙ୍କି ସନ୍‌ଗ୍ଲାସ୍‌ରେ ଦେଖିବାକୁ ମିଳୁଛି।

ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନେ ଫ୍ୟାଶନ୍‌ କ୍ଷେତ୍ରରେ ଗୋଟିଏ ଟ୍ରାକ୍‌ରେ ଚାଲୁଥିବା ନଜର ଆସୁଛନ୍ତି। ଏମିତି ଅନୁଭବ ହେଉଛି ଯେମିତି ବର୍ଷାଦିନେ ସମସ୍ତଙ୍କ ମନ ଫଙ୍କି ହୋଇଯାଇଛି। ତେଣୁ ସମସ୍ତେ ଏଭଳି ସନ୍‌ଗ୍ଲାସ୍‌ରେ ନଜର ଆସୁଛନ୍ତି। କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କୃତି ସେନନ ଏକ ଅଜବ ଡିଜାଇନ୍‌ର ଧଳା ରଙ୍ଗର ସନ୍‌ଗ୍ଲାସ୍‌ରେ ନଜର ଆସିଥିଲେ। ସାଧାରଣତଃ କୃତିଙ୍କୁ ଏଭଳି ଫଙ୍କି ଲୁକ୍‌ରେ ଦେଖିବାକୁ ମିଳି ନ ଥାଏ। କିନ୍ତୁ କୃତିଙ୍କ ଏହି ଷ୍ଟାଇଲ୍‌ ତାଙ୍କୁ ଖୁବ୍‌ ମାନୁଥିଲା। ସେହିପରି ତାଙ୍କ ‘ଦିଲ୍‌ୱାଲେ’ ସହଅଭିନେତା ବରୁଣ ଧୱନ ମଧ୍ୟ ଏହି କ୍ଷେତ୍ରରେ ପଛରେ ନାହାନ୍ତି। ବରୁଣଙ୍କୁ ମଧ୍ୟ ଡ୍ୟାନ୍ସ ରିହର୍ସାଲରୁ ବାହାରିବାବେଳେ ଓଭରସାଇଜ୍‌ଡ୍‌ ଫ୍ରେମ୍‌ର ମଲ୍ଟି ଶେଡ୍‌ସ ସନ୍‌ଗ୍ଲାସ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ଆଲିଆ ଭଟ୍ଟ ମଧ୍ୟ ‘ସଡ଼କ ୨’ର ଶୁଟିଂରୁ ଫେରିବାବେଳେ ତାଙ୍କର ଧଳା ରଙ୍ଗର ସନ୍‌ଗ୍ଲାସ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେହିପରି ତାଙ୍କର ପ୍ରଥମ ମ୍ୟୁଜିକ୍‌ ଆଲ୍‌ବମ୍‌ ‘ପ୍ରାଡା’ରେ ମଧ୍ୟ ଆଲିଆ ଫଙ୍କି ସନ୍‌ଗ୍ଲାସ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ପରିଣିତି ଚୋପ୍ରା ଧଳା ରଙ୍ଗର ଟି-ଶାର୍ଟ ଓ ବ୍ଲୁ ଜିନ୍ସ ସହିତ କ୍ରୀମ୍‌ କଲରର ଶ୍ରଗ୍‌ରେ ବିମାନବନ୍ଦରରେ ନଜର ଆସିଥିଲେ। ଏହି ଲୁକ୍‌ରେ ସେ ଅବିକଳ ଜଣେ ହଲିଉଡ୍‌ ଷ୍ଟାର୍‌ ଭଳି ଦେଖାଯାଉଥିଲେ। କିନ୍ତୁ ଏହି ଲୁକ୍‌କୁ ଆହୁରି ଆକର୍ଷଣୀୟ କରି ଦେଇଥିଲା ତାଙ୍କ ରିଫ୍ଲେକ୍ଟିଭ୍‌ ସନ୍‌ଗ୍ଲାସ୍‌। ସୋନାକ୍ଷୀ ସିହ୍ନା ମଧ୍ୟ ଶୁଟିଂ ସମୟରେ ଏକ ଶାର୍ପ କ୍ୟାଟ୍‌ ଆଇ ଫଙ୍କି ସନ୍‌ଗ୍ଲାସ୍‌ ପିନ୍ଧି ପୋଜ୍‌ ଦେଇଥିବା ଦେଖିବାକୁ ମିଳିଥିଲେ। ସେହିପରି ରଣବୀର ସିଂ ଓ ଅର୍ଜୁନ କପୁର ମଧ୍ୟ ଓଭରସାଇଜଡ୍‌ କଲରଫୁଲ ସନ୍‌ଗ୍ଲାସ୍‌ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ