ବିଦେଶରେ ଦେଶୀ ଝିଅଙ୍କ କାରନାମା: ଦେଲେ ଭାରତ ବିରୋଧୀଙ୍କୁ ମୁହଁତୋଡ଼ ଜବାବ

ତ୍ରିରଙ୍ଗାର ଅପମାନ ଦେଖି ସହି ପାରିଲେନି

୧୫ ଅଗଷ୍ଟରେ ଗୋଟିଏ ପଟେ ଭାରତର ଲାଲ୍‌ କିଲ୍ଲାରେ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ଅପରପଟେ ଲଣ୍ଡନରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ସହିତ ଏକ ଘଟଣା ଘଟିଥିଲା। ଲଣ୍ଡନରେ କେତେକ ଲୋକେ ତ୍ରିରଙ୍ଗାକୁ ଅପମାନ କରିଥିଲେ। ଏପରିକି ତ୍ରିରଙ୍ଗାକୁ କେତେକ ଲୋକେ ପାଦରେ ଦଳୁଥିବା ଦେଖିବାକୁ ମିଳିଥିଲା। ଏହାର ତୀବ୍ର ବିରୋଧ କରିଥିଲେ ଭାରତର ଝିଅ ତଥା ମହିଳା ସାମ୍ବାଦିକା ପୁନମ ଯୋଶୀ। ପୁନମ ଏଭଳି ଭାବେ ସେହି ଲୋକଙ୍କୁ ଜବାବ ଦେଇଥିଲେ ଯେ ଏବେ ଏହି ଭାରତର ଝିଅଙ୍କ ନାମ ସାରା ବିଶ୍ବରେ ସମ୍ମାନର ସହ ନିଆଯାଉଛି। ଏଥିସହିତ ସମସ୍ତେ ଭାରତକୁ ସଲାମ ମଧ୍ୟ କରୁଛନ୍ତି।

ପୂରା ଘଟଣାକ୍ରମ
ଯେଉଁ ସମୟରେ ଭାରତରେ ସ୍ବାଧୀନତା ଦିବସର ଉତ୍ସବ ପାଳନ କରାଯାଉଥିଲା, ସେହି ସମୟରେ ଲଣ୍ଡନରେ ଭାରତର ହାଇକମିଶନ ବାହାରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଉଥିଲା। ହାଇକମିଶନ ବାହାରେ ପତାକା ଉତ୍ତୋଳନ କରାଗଲାବେଳେ ୧୦୦ ପାକିସ୍ତାନୀ ଓ ଖଲିସ୍ତାନୀ ସମର୍ଥକ ସେଠାରେ ପହଞ୍ଚି ବିକ୍ଷୋଭ ଆରମ୍ଭ କରି ଦେଇଥିଲେ। ଏହି ସମୟରେ ସେମାନେ ତ୍ରିରଙ୍ଗାକୁ ପାଦରେ ଦଳି ଅପମାନିତ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ମହିଳା ସାମ୍ବାଦିକ ତଥା ଭାରତର ଝିଅ ପୁନମ ଯୋଶୀ ନିଜକୁ ସମ୍ଭାଳି ପାରି ନ ଥିଲେ। ଏଭଳି ଘୃଣ୍ୟ କାମ କରୁଥିବା ଲୋକଙ୍କୁ ସେ କଡ଼ା ଜବାବ ଦେବା ସହ ତଳେ ପଡ଼ିଥିବା ତ୍ରିରଙ୍ଗାକୁ ଉଠାଇ ଆଣିଥିଲେ। ଏପରିକି ପାକିସ୍ତାନୀ ଓ ଖଲିସ୍ତାନ ସମର୍ଥକ ଧରିଥିବା ତ୍ରିରଙ୍ଗା ମଧ୍ୟ ସେମାନଙ୍କଠାରୁ ଛଡ଼ାଇ ଆଣିଥିଲେ ପୁନମ।

ଏହି ସମୟର ଏକ ଭିଡ଼ିଓ ଟ୍ବିଟରରେ ଶେୟାର କରି ପୁନମ ଲେଖିଥିଲେ ଯେ ୧୦୦୦ ଛେଳିକୁ ଯେତେବେଳେ ୨ଟି ସିଂହର ସାମ୍ନା କରିବାକୁ ଛଡ଼ାଯାଏ, ଏପରି ଘଟଣା ଘଟିଥାଏ। ୧୦୦ ଜଣ ପାକିସ୍ତାନୀ ଆମ ପତାକାକୁ ଅପମାନିତ କରିଥିବାବେଳେ ଜଣେ ମାତ୍ର ମହିଳା ସବୁକିଛି ଛଡ଼ାଇ ଆଣିବାରେ ସଫଳ ହୋଇଛି। ଦେଶ ପାଇଁ କର୍ତ୍ତବ୍ୟ କରିବା ପ୍ରଥମ କର୍ତ୍ତବ୍ୟ ବୋଲି ପୁନମ ଲେଖିଛନ୍ତି।

୨୦ ବର୍ଷ ହେଲାଣି ବିଦେଶରେ ଅଛନ୍ତି ପୁନମ
ପୁନମ କହିଛନ୍ତି ଯେ ସେ ନିଜ ଦେଶ ଭାରତକୁ ବହୁତ ଭଲ ପାଆନ୍ତି। ସେ ବିଦେଶରେ ୨୦ ବର୍ଷ ହେଲାଣି ରହୁଥିଲେ ମଧ୍ୟ ଏବେ ବି ତାଙ୍କ ପାସପୋର୍ଟ ଭାରତୀୟ ଅଟେ। ସେ ଅନ୍ୟ କୌଣସି ଦେଶର ନାଗରିକତା ଏ ପର୍ଯ୍ୟନ୍ତ ଗ୍ରହଣ କରି ନାହାନ୍ତି। ଭାରତ ସବୁବେଳେ ତାଙ୍କ ହୃଦୟରେ ରହିଛି। ଯେତେବେଳେ ସେ ଭାରତ ବିରୋଧୀ ପ୍ରଦର୍ଶନକାରୀଙ୍କୁ କଡ଼ା ଜବାବ ଦେଲେ, ସମସ୍ତ ପାକିସ୍ତାନୀଙ୍କୁ ଶିକ୍ଷା ମିଳିଯାଇଥିବ ଯେ ହିନ୍ଦୁସ୍ତାନୀ ଲୋକଙ୍କୁ କେବେ ବି ସେମାନେ ଦୁର୍ବଳ ଭାବିବା ଉଚିତ ନୁହେଁ। ଦେଶ ପାଇଁ ଏକ ଛୋଟ କାମ କରିବା ପରେ ସେ ଏଭଳି ଭାବେ ଟ୍ବିଟରରେ ଛାଇଯିବେ ବୋଲି କେବେ ଭାବି ନ ଥିବା ପୁନମ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ