ଜନ୍ମାଷ୍ଟମୀରେ କହ୍ନୈୟାଙ୍କୁ ଭୋଗ ଲଗାନ୍ତୁ ଏସବୁ ମିଠା


ଜନ୍ମାଷ୍ଟମୀ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ତେଣୁ ଏହି ଦିନରେ ମିଠା ଭୋଗ କରିବା ନିହାତି ଦରକାର। ଭଗବାନ କୃଷ୍ଣଙ୍କୁ ଲହୁଣୀ, ମଲାଇ, କ୍ଷୀର ଆଦି ବହୁତ ପସନ୍ଦ, ଏହା ତ ସମସ୍ତେ ଜାଣନ୍ତି। ଯଦି ଆପଣ ମଧ୍ୟ ଜନ୍ମାଷ୍ଟମୀରେ କ’ଣ ଭଗବାନ କୃଷ୍ଣଙ୍କୁ କ’ଣ ଭୋଗ ଲଗାଇବେ, ଯାହା କହ୍ନୈୟାଙ୍କ ସହ ଘରକୁ ଆସିଥିବା ଅତିଥିଙ୍କୁ ଭଲ ଲାଗିବ, ତାହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି, ତେବେ ଏଠାରେ କେତେକ ପାରମ୍ପରିକ ମିଠା ସମ୍ପର୍କରେ ସୂଚନା ଦିଆଯାଇଛି। ଯାହା ଆପଣ ବାଲ୍‌ ଗୋପାଲଙ୍କୁ ଭୋଗ ଲଗାଇବା ସହିତ ଜନ୍ମାଷ୍ଟମୀ ବ୍ରତ ରଖିଥିଲେ ମଧ୍ୟ ଖାଇପାରିବେ।

କୃଷ୍ଣଙ୍କ ପସନ୍ଦର ରାବିଡି
ଭଗବାନ କୃଷ୍ଣଙ୍କୁ କ୍ଷୀର ଓ ଲହୁଣୀ ବହୁତ ପସନ୍ଦ। ଯେତେବେଳେ କ୍ଷୀରକୁ ଫୁଟାଇ ଗାଢ଼ା କରି କ୍ରୀମ୍‌ ରାବିଡି ତିଆରି କରାଯାଏ, ତାହାର ସ୍ବାଦ କିଛି ଅଲଗା ପ୍ରକାରର ହୋଇଥାଏ। ଆପଣ ନିଜ ସ୍ବାଦ ଅନୁସାରେ ଏକ୍ସପେରିମେଣ୍ଟ କରିବାର ଏହା ଏକ ଉପଯୁକ୍ତ ରେସିପି ଅଟେ। ଆପଣ ଏହାକୁ ଗରମ କରି କିମ୍ବା ଥଣ୍ଡାରେ ଖାଇପାରିବେ।

ଅଟା ହାଲୁଆ

ଜନ୍ମାଷ୍ଟମୀ ଉତ୍ସବ ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। କିନ୍ତୁ ଏହା ଉତ୍ତର ଭାରତର ଲୋକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ଉତ୍ସବ। ଏପରିସ୍ଥଳେ ଉତ୍ତର ଭାରତର ଲୋକେ ପାରମ୍ପରିକ ମିଠା ଅଟା ହାଲୁଆ ଜନ୍ମାଷ୍ଟମୀରେ ପ୍ରସ୍ତୁତ କରିଥାନ୍ତି। ଅଟା ହାଲୁଆ ପିଲାଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଥାଏ।

ମୋହନଥାଳ

ଏହା ଏକ ପାରମ୍ପରିକ ଗୁଜରାଟୀ ମିଠା, ଯାହାକୁ କୃଷ୍ଣଜନ୍ମ ଅବସରରେ ନିହାତି ଭାବେ ତିଆରି କରାଯାଏ। ଏହାକୁ ପ୍ରତ୍ୟେକ ବୟସର ଲୋକେ ଖୁବ୍‌ ପସନ୍ଦ କରିଥାନ୍ତି। ଏହା ତିଆରି କରିବା ଲାଗି ବେଶୀ ସମୟ ମଧ୍ୟ ଲାଗି ନ ଥାଏ। ସହଜରେ ତିଆରି କରାଯାଇପାରୁଥିବା ଏହି ମିଠାର ସ୍ବାଦ ମଧ୍ୟ ବହୁତ ଭଲ।

କଷ୍ଟର୍ଡ ପାଉଡର ହାଲୁଆ
ରକ୍ଷା ବନ୍ଧନ, ଜନ୍ମାଷ୍ଟମୀ ଓ ଦୀପାବଳୀ ଭଳି ଉତ୍ସବ ଅବସରରେ ପାରମ୍ପରିକ ଭାବେ ଘରେ କଷ୍ଟାର୍ଡ ପାଉଡର ହାଲୁଆ ତିଆରି କରାଯାଏ। ଆପଣ ଚାହିଲେ ଏହାକୁ ଅଲଗା ଅଲଗା ଭେରାଇଟିରେ ପ୍ରସ୍ତୁତ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ