ଟ୍ରାଏ କରନ୍ତୁ ଏଗ୍‌ ବୋନ୍ଦା ରେସିପ୍‌


ଯଦି ଆପଣଙ୍କୁ ମଧ୍ୟ ଅଣ୍ଡା ବହୁତ ପସନ୍ଦ, ତେବେ ସବୁବେଳେ ଗୋଟିଏ ପ୍ରକାରର ଡିଶ୍‌ ଖାଇ ବୋର୍‌ ହୋଇଯିବେଣି। ଯଦି ଆପଣ ମଧ୍ୟ ଅଣ୍ଡାର କୌଣସି ଅଲଗା ରେସିପି ଟ୍ରାଏ କରିବାକୁ ଚାହୁଛନ୍ତି, ତେବେ ଏଗ୍‌ ବୋନ୍ଦା ରେସିପି ଟ୍ରାଏ କରିପାରିବେ। ଏହା ଏକ ସ୍ବାଦିଷ୍ଟ ସ୍ନାକ୍‌ସ ରେସିପି। ଏହା ଏକ ଦକ୍ଷିଣ ଭାରତୀୟ ରେସିପି ଅଟେ, ଯାହା ଅଣ୍ଡା, ଚାଉଳ ଗୁଣ୍ଡ, ବେସନ, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣରେ ତିଆରି ଘୋଳରେ ବୁଡ଼ାଇ ତିଆରି କରାଯାଏ।

କ’ଣ ଦରକାର
୩ଟି ସିଝା ଅଣ୍ଡା, ୧ କପ୍‌ ଭେଜିଟେବଲ ଅଏଲ୍‌, ୨ଟି କଞ୍ଚା ଲଙ୍କା, ୧ କପ୍‌ ବେସନ, ସ୍ବାଦାନୁସାରେ ଲୁଣ, ଅଧ ଚାମଚ ଲଙ୍କା ଗୁଣ୍ଡ, ଅଧ କପ୍‌ ଚାଉଳ ଗୁଣ୍ଡ, ୨ ଚିମୁଟା ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ଅଣ୍ଡାର ଖୋଳ ଛଡ଼ାଇ ଏହା ଉପରେ ଲଙ୍କା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ଓ ଲୁଣ ସିଞ୍ଚନ୍ତୁ। ଏକ ପାତ୍ରରେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ମିଶାଇ ବ୍ୟାଟର ପ୍ରସ୍ତୁତ କରନ୍ତୁ। ଧ୍ୟାନ ରଖନ୍ତୁ ଏହି ବ୍ୟାଟର ଗାଢ଼ା ହେବା ଦରକାର। ଏବେ କଡ଼ାଇରେ ତେଲ ଗରମ କରନ୍ତୁ। ସିଝା ଅଣ୍ଡାକୁ ଏହି ବ୍ୟାଟରରେ ବୁଡ଼ାଇ କଡ଼େଇରେ ଡିପ୍‌ ଫ୍ରାଏ କରନ୍ତୁ। ଅଣ୍ଡାର ରଙ୍ଗ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ପରେ ଏହାକୁ କଡ଼େଇରୁ ବାହାର କରନ୍ତୁ। ଏହାକୁ ଧନିଆ ଚଟଣୀ ଓ ସସ୍‌ ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ