ମହିୟସୀଙ୍କୁ ମନେପକାଉଛି ଦେଶ: ଦେଇଥିଲେ ନିଜ ଜୀବନର ଆହୂତି


ଭାରତ ସ୍ବାଧୀନ ହେବାର ୭୩ ବର୍ଷ ପୂରି ଯାଇଛି। ଏହି ଅବସରରେ ଦେଶ ପାଇଁ ଶହୀଦ ହୋଇଥିବା ବ୍ୟକ୍ତିଙ୍କୁ ପୂରା ଦେଶ ପୂରା ସମ୍ମାନର ସହ ମନେ ପକାଉଛନ୍ତି। ଯେଉଁମାନେ ଦେଶକୁ ସ୍ବାଧୀନ କରିବା ଲାଗି ନିଜ ଜୀବନ,ପରିବାର ସବୁକିଛି ବାଜି ଲଗାଇ ଦେଇଥିଲେ। ଏମାନଙ୍କ ମଧ୍ୟରେ କେବଳ ପୁରୁଷ ନାହାନ୍ତି, ମହିଳାମାନେ ମଧ୍ୟ ସାମିଲ୍‌ ଅଛନ୍ତି। ଯେଉଁମାନେ ବୀରଙ୍କ ଭଳି ଲଢ଼େଇ କରି ନିଜ ମାତୃଭୂମିକୁ ସ୍ବାଧୀନ କରାଇଥିଲେ। ଏଠାରେ ଦେଶର ଏପରି କେତେକ ବୀରାଙ୍ଗନାଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁମାନେ ଦେଶକୁ ବିଦେଶୀଙ୍କ କବଳରୁ ରକ୍ଷା କରିବା ଲାଗି ନିଜ ପ୍ରାଣ ମଧ୍ୟ ବିସର୍ଜନ କରିଛନ୍ତି।

ବିଜୟ ଲକ୍ଷ୍ମୀ ପଣ୍ଡିତ

କୁଳିନ ବ୍ରାହ୍ମଣ ପରିବାରରୁ ଆସିଥିବା ବିଜୟ ଲକ୍ଷ୍ମୀ ପଣ୍ଡିତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭଉଣୀ ଥିଲେ। ନିଜ ଭାଇଙ୍କ ଭଳି ବିଜୟ ଲକ୍ଷ୍ମୀ ମଧ୍ୟ ଦେଶର ସ୍ବାଧୀନତା ପାଇଁ ନିଜର ପୂରା ଯୋଗଦାନ ଦେଇଥିଲେ। ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ତାଙ୍କୁ ଅନେକ ଦିନ ଧରି ଜେଲ୍‌ରେ ରହିବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ, ଭାରତର ରାଜନୈତିକ ଇତିହାସରେ ବିଜୟ ଲକ୍ଷ୍ମୀ ପ୍ରଥମ ମହିଳା ମନ୍ତ୍ରୀ ମଧ୍ୟ ଥିଲେ। ଏହାପରେ ବିଜୟ ଲକ୍ଷ୍ମୀ ମିଳିତ ଜାତିସଂଘର ପ୍ରଥମ ଭାରତୀୟ ମହିଳା ଅଧ୍ୟକ୍ଷ ହେବା ସହିତ ସ୍ବାଧୀନ ଭାରତର ପ୍ରଥମ ମହିଳା ରାଷ୍ଟ୍ରଦୂତ ମଧ୍ୟ ଥିଲେ। ସେ ମସ୍କୋ, ଲଣ୍ଡନ ଓ ଓ୍ବାଶିଂଟନରେ ଭାରତର ପ୍ରତିନିଧିତ୍ବ କରିଥିଲେ।

ସୁଚେତା କୃପଲାନୀ
ଜଣେ ସ୍ବାଧୀନତା ସଂଗ୍ରାମୀ ହେବା ସହିତ ସୁଚେତା କୃପଲାନୀ ବିଭାଜନ ଦଙ୍ଗା ସମୟରେ ମହାତ୍ମା ଗାନ୍ଧିଙ୍କ ବହୁତ ସହାୟତା କରିଥିଲେ। ଇଣ୍ଡିଆନ୍‌ ନ୍ୟାସନାଲ କଂଗ୍ରେସ୍‌ରେ ସାମିଲ୍‌ ହେବା ପରେ ସୁଚେତା ରାଜନୀତିରେ ମଧ୍ୟ ସକ୍ରିୟ ଭୂମିକା ତୁଲାଇଥିଲେ। ସେହିପରି ଭାରତୀୟ ସମ୍ବିଧାନ ତିଆରି କରିବା ସମୟରେ ସୁଚେତାଙ୍କୁ ଗଠିତ ସମ୍ବିଧାନ ସଭାର ଡ୍ରାଫ୍ଟିଙ୍ଗ ସମିତିର ସଦସ୍ୟ ଭାବେ ମଧ୍ୟ ଚୟନ କରାଯାଇଥିଲା। ସ୍ବାଧୀନତା ପରେ ସୁଚେତାଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଚୟନ କରାଯାଇଥିଲା।

ସରୋଜିନୀ ନାଇଡ଼ୁ
ସରୋଜିନୀ ନାଇଡ଼ୁ କେବଳ ସ୍ବାଧୀନତା ସଂଗ୍ରାମୀ ନ ଥିଲେ, ବରଂ ସେ ମଧ୍ୟ ଜଣେ ଉତ୍ତମ କବୟିତ୍ରୀ ଥିଲେ। ତାଙ୍କୁ ଭାରତର କୋକିଳ ବୋଲି ମଧ୍ୟ କୁହାଯାଏ। ସେ ଖିଲାପତ ଆନ୍ଦୋଳନର କମାଣ ସମ୍ଭାଳି ଭାରତରୁ ଇଂରେଜକୁ ବିତାଡ଼ିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ରାଣୀ ଲକ୍ଷ୍ମୀ ବାଈ
ରାଣୀ ଲକ୍ଷ୍ମୀ ବାଈ ଏବେ ବି ପ୍ରତ୍ୟେକ ମହିଳାଙ୍କ ପାଇଁ ଜଣେ ପ୍ରେରଣା ଅଟନ୍ତି। ଯେତେବେଳେ ଭାରତୀୟ ମହିଳାଙ୍କ ସଶକ୍ତିକରଣ କଥା ଆସେ, ସର୍ବପ୍ରଥମେ ରାଣୀ ଲକ୍ଷ୍ମୀ ବାଈଙ୍କ କଥା ସାମ୍ନାକୁ ଆସେ। ୧୮୫୭ରେ ସେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ କେବଳ ନିଜର ବୀରତ୍ବ ବଳରେ ନୁହେଁ, ନିଜ ବୁଝାମଣାରେ ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲେ। ତାଙ୍କ ବୀରତ୍ବ ଦେଖି ଇଂରେଜମାନେ ମଧ୍ୟ ଚକିତ ହୋଇଯାଇଥିଲେ।

କସ୍ତୁରବା ଗାନ୍ଧି

କସ୍ତୁରବା ଗାନ୍ଧି କେବଳ ମହାତ୍ମା ଗାନ୍ଧିଙ୍କ ପତ୍ନୀ ଭାବେ ନୁହେଁ, ବରଂ ସ୍ବାଧୀନତା ସଂଗ୍ରାମରେ ସେ ନିଜ ପତିଙ୍କୁ ପୂର୍ଣ୍ଣତଃ ସାଥ୍‌ ଦେଇଥିବା ନେଇ ପରିଚିତ ହୋଇଛନ୍ତି। ଅନେକ ଥର ଗାନ୍ଧିଜୀଙ୍କ ମନା କରିବା ପରେ ମଧ୍ୟ ସେ ବିଭିନ୍ନ ପ୍ରକାର ଆନ୍ଦୋଳନରେ ସାମିଲ୍‌ ହୋଇ କସ୍ତୁରବା ଗାନ୍ଧି ଜେଲ୍‌ ମଧ୍ୟ ଯାଇଥିଲେ। ଏଥିପାଇଁ ସେ ଅନେକ ସଂଘର୍ଷର ମଧ୍ୟ ସମ୍ମୁଖୀନ ହୋଇଥିଲେ। ଏଥିସହିତ ମହାତ୍ମା ଗାନ୍ଧିଙ୍କ ପ୍ରେରଣା ଥିଲେ କସ୍ତୁରବା ଗାନ୍ଧି, ଯିଏକି ଦେଶର ସ୍ବାଧୀନତା ଆନ୍ଦୋଳନରେ ଆଗେଇ ଯିବାକୁ ଗାନ୍ଧିଜୀଙ୍କୁ ପ୍ରେରଣା ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ