ଘରକୁ ଏପରି କରନ୍ତୁ ପ୍ଲାଷ୍ଟିକ୍‌ ଫ୍ରି


ଯେଉଁଭଳି ଆମେ ପରିବେଶକୁ କ୍ଷତି ପହଞ୍ଚାଉଛୁ, ଏହାଦ୍ବାରା ଆଗାମୀ ପିଢ଼ିଙ୍କ ପାଇଁ ସୁରକ୍ଷିତ ପରିବେଶ ବଞ୍ଚିବ ନାହିଁ। ପରିବେଶକୁ ପ୍ଲାଷ୍ଟିକ୍‌ ବହୁତ କ୍ଷତି ପହଞ୍ଚାଇଥାଏ। ପ୍ଲାଷ୍ଟିକ୍‌ ମାଟିରେ ମିଶି ନ ଥାଏ କିମ୍ବା ସମ୍ପୂର୍ଣ୍ଣ ଭାବେ ଷଢ଼ି ନ ଥାଏ। ଏହାକୁ ଜାଳିବା ଦ୍ବାରା ସୃଷ୍ଟି ହେଉଥିବା ହାନିକାରକ ଗ୍ୟାସ୍‌ ପରିବେଶକୁ ଆହୁରି ଦୂଷିତ କରିଥାଏ। ଯଦି ଆପଣ ଚାହୁଛନ୍ତି ଆପଣଙ୍କ ଆଗାମୀ ପିଢ଼ିକୁ ସୁସ୍ଥ ପରିବେଶ ମିଳୁ, ତେବେ ଏବେଠାରୁ ଆରମ୍ଭ କରିବାକୁ ପଡ଼ିବ। ସାଧାରଣତଃ କୁହାଯାଏ, ଯେତେବେଳେ କୌଣସି ଜିନିଷର ଆରମ୍ଭ କରିବାକୁ ହୁଏ, ତେବେ ନିଜ ଘରୁ ପ୍ରଥମେ ଆରମ୍ଭ କରିବା ଉଚିତ। ଏହି କଥାକୁ ଧ୍ୟାନରେ ରଖି ପରିବେଶକୁ ପ୍ଲାଷ୍ଟିକ୍‌ ଫ୍ରି କରିବାର ଆରମ୍ଭ ଘରୁ ହିଁ କରିବାକୁ ପଡ଼ିବ। ଚାଲନ୍ତୁ ଜାଣିବା ଘରକୁ କିଭଳି ଭାବେ ପ୍ଲାଷ୍ଟିକ୍‌ ଫ୍ରି କରିପାରିବେ।

ବଦଳାନ୍ତୁ ପ୍ଲାଷ୍ଟିକ୍‌ ବୋତଲ
ଘରେ ପାଣି ପିଇବା ଲାଗି ସାଧାରଣତଃ ଆମେ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ବୋତଲକୁ ଶୀଘ୍ର ବଦଳାଇ ଦେବା ଉଚିତ। ପ୍ଲାଷ୍ଟିକ୍‌ ବୋତଲ  ସ୍ଥାନରେ ଆପଣ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଓ କାଚ ବୋତଲ ବ୍ୟବହାର କରିବା ଉଚିତ।

ବାୟୋଡିଗ୍ରେଡେବଲ ଗାର୍ବେଜ୍‌ ବ୍ୟାଗ୍‌ ବ୍ୟବହାର କରନ୍ତୁ
ଘରେ ଜମା ହେଉଥିବା ଅଳିଆ ଫିଙ୍ଗିବା ଏକ ବହୁତ ବଡ଼ ସମସ୍ୟା ହୋଇଥାଏ। ଅଧିକାଂଶ ମହିଳା ଅଳିଆ ରଖିବା ଲାଗି ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କରିଥାନ୍ତି। ଏହା ବଦଳରେ ବାୟୋଡିଗ୍ରେଡେବଲ ଗାର୍ବେଜ୍‌ ବ୍ୟାଗ୍‌ ବ୍ୟବହାର କରିବା ଉଚିତ। ଏହା ବଜାରରେ ବହୁତ ସହଜରେ ମିଳିଯାଏ ଓ ଦାମ୍‌ ମଧ୍ୟ ବହୁତ କମ୍‌ ରହିଛି।

ବିସ୍‌ୱାକ୍ସ ରାପ୍‌ର ବ୍ୟବହାର

କିଚେନ୍‌ରେ ଖାଦ୍ୟ ଗୁଡ଼ାଇ ରଖିବା ଲାଗି ସାଧାରଣତଃ ଫଏଲ ରାପ୍‌ ବ୍ୟବହାର କରାଯାଏ। ଏପରିସ୍ଥଳେ ଆପଣ ବିସ୍‌ୱାକ୍ସ ରାପ୍‌ ବ୍ୟବହାର କରିପାରିବେ। ଏଥିରେ ଉପଲବ୍ଧ ପ୍ରାକୃତିକ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଖାଦ୍ୟକୁ ପ୍ଲାଷ୍ଟିକ୍‌ ତୁଳନାରେ ଅଧିକ ସୁରକ୍ଷିତ ଓ ଫ୍ରେଶ୍‌ ରଖିଥାଏ।

ବାମ୍ବୋ ଟୁଥ୍‌ବ୍ରଶ୍‌
ନର୍ମାଲ ଲାଇଫ୍‌ରେ ବ୍ୟବହାର ହେଉଥିବା ଟୁଥ୍‌ବ୍ରଶ୍‌କୁ ଡିକମ୍ପୋଜ ହେବା ପାଇଁ ୪ ଶହ ବର୍ଷ ଲାଗିଯାଏ। ଏହା ଆମ ପରିବେଶକୁ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ କରିଥାଏ। ଏହା ବଦଳରେ ଆପଣ ବାମ୍ବୋ ଟୁଥ୍‌ବ୍ରଶ୍‌ ବ୍ୟବହାର କରିପାରିବେ। ଏହା ନର୍ମାଲ ବ୍ରଶ୍‌ ଭଳି ହୋଇଥିବାବେଳେ ଶୀଘ୍ର ଡିକମ୍ପୋଜ୍‌ ମଧ୍ୟ ହୋଇଯାଏ।

ଇକୋଫ୍ରେଣ୍ଡଲି ସାନିଟାରୀ ପ୍ରଡକ୍ଟ

ସାନିଟାରୀ ନ୍ୟାପ୍‌କିନ୍‌ ପରିବେଶ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏହା ବଦଳରେ ମହିଳାଙ୍କୁ କଟନ୍‌, କପଡ଼ାର ପ୍ୟାଡ୍‌ କିମ୍ବା ମେନ୍‌ଷ୍ଟ୍ରୁଆଲ କପ୍‌ସ ବ୍ୟବହାର କରିବା ଉଚିତ।

ଶପିଂ ବ୍ୟାଗ୍‌
ବଜାରକୁ ଶପିଂ କରିବାକୁ ଗଲାବେଳେ ପ୍ଲାଷ୍ଟିକ୍‌ ବ୍ୟାଗ ବଦଳରେ କପଡ଼ା ବ୍ୟାଗ୍‌ ନେଇ ଯାଆନ୍ତୁ। ପ୍ଲାଷ୍ଟିକ୍‌ ବ୍ୟାଗ୍‌ ସ୍ଥାନରେ କାନ୍‌ଭାସ୍‌, ଝୋଟ୍‌ ବ୍ୟାଗ୍‌ ମଧ୍ୟ ବ୍ୟବହାର କରିପାରିବେ।

ସିଡ୍‌ ପେନ୍‌
ପ୍ଲାଷ୍ଟିକ୍‌ ପେନ୍‌ ପରିବେଶ ପାଇଁ ବହୁତ କ୍ଷତିକାରକ। ପରିବେଶର ସୁରକ୍ଷା ପାଇଁ ପ୍ଲାଷ୍ଟିକ୍‌ କଲମ ସ୍ଥାନରେ ଇଙ୍କ୍‌ ଯୁକ୍ତ ପେନ୍‌ ବ୍ୟବହାର କରିବା ଉଚିତ। ଆପଣ ଚାହିଲେ ସିଡ୍‌ ପେନ୍‌ ମଧ୍ୟ ବ୍ୟବହାର କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ