ଅଣଦେଖା କରନ୍ତୁନି ହିପ୍ସ ଯନ୍ତ୍ରଣା, ଶୀଘ୍ର ଉପଚାର କରନ୍ତୁ


ଶରୀରର ଯେ କୌଣସି ଅଂଶରେ ଯନ୍ତ୍ରଣା ହେଲେ ମଧ୍ୟ ଏହା ସାଧାରଣ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ଅଣ୍ଟା, ବେକ ପଛପାଖ, ମଣିବନ୍ଧ, ପାଦରେ ଯନ୍ତ୍ରଣା ହେଲେ, ଆମେ ଔଷଧ ଲଗାଇ କାମରେ ଲାଗିଯାଇଥାଉ। କିନ୍ତୁ ହିପ୍ସ ଯନ୍ତ୍ରଣାକୁ ଏଭଳି ଅଣଦେଖା କରି ଏହା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବନ ବିତାଇବା ଉଚିତ ନୁହେଁ। ଏହା ଆମର ଦୈନନ୍ଦିନ କାମ ସହ ଶରୀରକୁ ମଧ୍ୟ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ। ହିପ୍ସରେ ଯନ୍ତ୍ରଣା ହେବାର ମୁଖ୍ୟ କାରଣ ସେଠାରେ ଷ୍ଟ୍ରେଚ୍‌, ଫ୍ରାକ୍ଚର, ଆଘାତ ଲାଗିବା କିମ୍ବା ଗଣ୍ଠି ସ୍ଥାନ ଫୁଲିଯିବା ଆଦି ହୋଇପାରେ। ଯଦି ଏହି ଯନ୍ତ୍ରଣାକୁ ଆପଣ ଅଣଦେଖା କରନ୍ତି, ତେବେ ଆପଣଙ୍କ ଚଲାବୁଲା, ବସା ଉଠାରେ ସମସ୍ୟା ହୋଇପାରେ। ଗବେଷଣା ଅନୁସାରେ ୧୦୦ରୁ ୧୦ ଜଣ ଲୋକଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଯନ୍ତ୍ରଣା କାହିଁକି ହେଉଛି, ତାହାର ପରୀକ୍ଷାନୀରିକ୍ଷା ପରେ ଜଣାପଡ଼ିଥାଏ ଯେ ହିପ୍ସର ଡିସ୍କ ଖସି ଯାଇଥିଲେ କିମ୍ବା ଠିକ୍‌ ଭାବରେ ରକ୍ତ ପ୍ରବାହ ନ ହୋଇ ପାରିବା କାରଣରୁ ହିପ୍ସର ଜଏଣ୍ଟ କ୍ଷତିଗ୍ରସ୍ତ ହୋଇଥାଏ। ଅନେକ ସମୟରେ ଏହାକୁ ଅଧିକ ଅଣଦେଖା କରିବା ଫଳରେ ଜଏଣ୍ଟ ରିପ୍ଲେସ୍‌ମେଣ୍ଟ ସର୍ଜରୀ ମଧ୍ୟ କରିବାକୁ ପଡ଼ିଥାଏ।

ହିପ୍ସ ଯନ୍ତ୍ରଣାର କାରଣ
ହିପ୍ସର ହାଡ଼ ମଧ୍ୟରେ ଏକ ଦ୍ରବ୍ୟ ବା ଫ୍ଲୁଇଡ୍‌ ରହିଛି, ଯାହା ସହାୟତାରେ ଏହା ଆରାମରେ କାମ କରିଥାଏ। ବୟସ ବଢ଼ିବା ସହିତ ହାଡ଼ରୁ ଫ୍ଲୁଇଡ୍‌ କମ୍‌ ହେବାରେ ଲାଗେ। ଯେଉଁ କାରଣରୁ ହିପ୍ସରେ ଯନ୍ତ୍ରଣା ହୋଇଥାଏ। ଫ୍ଲୁଇଡ୍‌ କମିଯିବା ଫଳରେ ହାଡ଼ ଘଷି ହୋଇ ଦୁର୍ବଳ ହୋଇଯାଏ। ହାଡ଼ ଦୁର୍ବଳ ହେବା ଫଳରେ ଫ୍ର୍ୟାକ୍ଚର ମଧ୍ୟ ହୋଇପାରେ।

ହୋଇପାରେ ଅଷ୍ଟିଓଆର୍ଥରାଇଟିସ୍‌
ହିପ୍ସରେ ଯନ୍ତ୍ରଣା ଅଷ୍ଟିଓଆର୍ଥାରାଇଟିସ୍‌ ସମସ୍ୟା ମଧ୍ୟ ହୋଇପାରେ। ଆଘାତ ଲାଗିବା ପରେ ଏହି ସମସ୍ୟା ସାମ୍ନାକୁ ଆସିଥାଏ। ଏଥିସହିତ ବଲ୍‌ ଜଏଣ୍ଟରେ ସମସ୍ୟା କିମ୍ବା ରକ୍ତ ପ୍ରବାହ କମିଗଲେ ମଧ୍ୟ ଯନ୍ତ୍ରଣା ଆରମ୍ଭ ହୋଇପାରେ। ଅଧିକ ଧୂମପାନ କରିବା କିମ୍ବା ଦୀର୍ଘ ଦିନ ଯାଏ ଷ୍ଟେରଏଡ୍‌ ନେବା ଦ୍ବାରା ମଧ୍ୟ ଯନ୍ତ୍ରଣା ହୋଇପାରେ। ଏପରି ହେଲେ ହିପ୍ସ ରିପ୍ଲେସ୍‌ମେଣ୍ଟ କରିବାକୁ ପଡ଼ିପାରେ। ଏହାକୁ ହିପ୍‌ ଅର୍ଥୋପ୍ଲାଷ୍ଟି ବୋଲି କୁହାଯାଏ।

ଯନ୍ତ୍ରଣାର ଲକ୍ଷଣ
ଜଂଘରେ ବହୁତ ଯନ୍ତ୍ରଣା ହେବା, ହିପ୍ସ ଭିତରର ଜଏଣ୍ଟରେ ଯନ୍ତ୍ରଣା, ଅଣ୍ଟା ଯନ୍ତ୍ରଣା, ଶୀଘ୍ର କାମ କରିବାବେଳେ ଯନ୍ତ୍ରଣା ଅନୁଭବ, କ୍ୟାଲସିୟମ୍‌ ଓ ଭିଟାମିନ୍‌ ଡି’ର ଅଭାବ, ଅଧିକ ଚିନି ସେବନ ଓ ନିଶା ସେବନ କାରଣରୁ ମଧ୍ୟ ଯନ୍ତ୍ରଣା ହୋଇଥାଏ।

ଉପଚାର

ହିପ୍ସରେ ଯନ୍ତ୍ରଣା ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତୁ। ସନ୍ତୁଳିତ ଖାଦ୍ୟ ସେବନ ସହ ଯନ୍ତ୍ରଣା ହେବା ସ୍ଥାନରେ ଗରମ ସେକ ଦିଅନ୍ତୁ। ଖାଦ୍ୟରେ ଯଥାସମ୍ଭବ ସବୁଜ ପନିପରିବା ସାମିଲ କରନ୍ତୁ। ପୂରା ମାତ୍ରାରେ କ୍ୟାଲସିୟମ ଓ ଭିଟାମିନ୍‌ ଡି ସେବନ କରନ୍ତୁ। ପ୍ରତ୍ୟେକ ଦିନ ଯୋଗ କରନ୍ତୁ। ସମ୍ଭବ ହେଲେ ପାଣି ଭିତରେ ବ୍ୟାୟାମ କରନ୍ତୁ। ରାଶି ସେବନ କରନ୍ତୁ। ଫାଇବର ଯୁକ୍ତ ଅଟା ସେବନ କରନ୍ତୁ। ଷ୍ଟିମ୍‌ ବାଥ୍‌ ସହ ମାଲିସ୍‌ କରନ୍ତୁ। ମାଲିସ୍‌ ପାଇଁ ରାଶି ତେଲ ବ୍ୟବହାର କରନ୍ତୁ। ଉପଯୁକ୍ତ ମାପର ଜୋତା ପିନ୍ଧନ୍ତୁ। ଯନ୍ତ୍ରଣା ହେଉଥିଲେ ମହିଳମାନେ ହିଲ୍‌ସ ପିନ୍ଧନ୍ତୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ