ଅଧାପୋଡ଼ା ସିଗାରେଟ୍ ଟାଣୁଥିବା ଜଣେ ନିଜାମ


ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ।
ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ  ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।

ନିଜାମ ଓସ୍‌ମାନ ଅଲ୍ଲୀଙ୍କ ପାଖରେ ଏତେ ସୁନା ଥିଲେ ମଧ୍ୟ ସେ କାହାରିକୁ ଗୋଟିଏ ଦେଉ ନ ଥିଲେ। ଟଙ୍କା ଖର୍ଚ୍ଚ ହୋଇଯିବ, ସେଇ ଭୟରେ ସେ ପ୍ରାସାଦର କାନ୍ଥରେ ରଙ୍ଗ ମଧ୍ୟ ଦେଉ ନଥିଲେ।
ନିଜାମଙ୍କ ପୋଷାକ ତାଙ୍କ କୃପଣତାର ନମୁନା ଥିଲା। ମାତ୍ର ଦୁଇ†ତିନି ହଳ ପୋଷାକରେ ତାଙ୍କର ସାରା ଜୀବନ ବିତି ଯାଇଥିଲା। ସୂତାର ଶେରଓ୍ୱାନୀ, ଇସ୍ତ୍ରୀ କରା ଯାଇ ନ ଥିବା ପାଇଜାମା ଏବଂ ଖୁବ୍ ଶସ୍ତା ଚପଲ। ସବୁଠାରୁ ମଜାର କଥା ଗୋଟିଏ ମାତ୍ର ଟୋପିକୁ ସେ ଦୀର୍ଘ ୩୫ ବର୍ଷ ପର୍ଯ୍ୟନ୍ତ ପିନ୍ଧୁଥିଲେ। ଯେତେବେଳେ ନିଜାମ ସେ ଟୋପିକୁ ଫିଙ୍ଗିଲେ, ସେତେବେଳେ ତାହା ସଂପୂର୍ଣ୍ଣ ଭାବରେ ଛିଣ୍ଡିଯାଇଥିଲା। ସିଲେଇ କରିବା ମଧ୍ୟ ଅସମ୍ଭବ ଥିଲା।

ନିଜାମ ଓସ୍‌ମାନ ଅଲ୍ଲୀ କେବେ ସିଗାରେଟ୍ କିଣୁ ନ ଥିଲେ। ଯିଏ ସିଗାରେଟ୍ ଯାଚୁଥିଲେ, ସେ ଏକାଧିକ ସିଗାରେଟ୍ ରଖିନେଉଥିଲେ। ଅଧା ଟାଣି ‘ଆସ୍‌ଟ୍ରେ’ରେ ଫିଙ୍ଗି ଦେଉଥିଲେ। ପୁଣି ଯେତେବେଳେ ସିଗାରେଟ୍ ଟାଣିବାକୁ ଇଚ୍ଛା ହେଉଥିଲା, ସେଇ ଅଧା ପୋଡ଼ା ସିଗାରେଟ୍ ସେଥିରୁ ବାହାର କରି ଟାଣୁଥିଲେ।
 
କେବଳ ସୁନା ନୁହଁ, ନିଜାମଙ୍କ ପାଖରେ ପ୍ରଚୁର ମାତ୍ରାରେ ହୀରା, ନୀଳା, ମୋତି, ମାଣିକ୍ୟ ରହିଥିଲା। ଏସବୁ ରତ୍ନକୁ ସେ ତାଙ୍କ ଶୋଇବା ଘରେ ଏମିତି ଭାବେ ରଖୁଥିଲେ ତାହା ଯେମିତି ରତ୍ନ ନୁହଁ, କୋଇଲା। ତାଙ୍କ ପାଖରେ ପ୍ରସିଦ୍ଧ ‘ଜ୍ୟାକବ୍’ ହୀରା ଥିଲା, ଯାହା ଦେଖିବାକୁ ‘ଅଷ୍ଟ୍ରିଚ୍’ର ଅଣ୍ଡା ଭଳି। ୧୮୪.୭୯ ‘କ୍ୟାରାଟ୍’ ଓଜନର ଏହି ହୀରାର ମୂଲ୍ୟ ଶହେ କୋଟିରୁ ଅଧିକ। ଏଇ ହୀରାକୁ ସେ ଖବରକାଗଜରେ ଗୁଡ଼ାଇ ରଖିଥିଲେ। ୧୯୬୭ ମସିହାରେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁରୁଣା ଚପଲ ଭିତରୁ ଏଇ ହୀରା ମିଳିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ