ଅଜଣା ଲୋକଙ୍କ ସହ ଗଢ଼ନ୍ତୁନି ଭାଇ ଭଉଣୀ ସମ୍ପର୍କ, ପଡ଼ିପାରେ ଭାରୀ


ରକ୍ଷା ବନ୍ଧନ ପୂର୍ବରୁ ଲୋକେ ଏହାର ପ୍ରସ୍ତୁତିରେ ଲାଗିପଡ଼ନ୍ତି। ଏହି ସମୟରେ ଯାହାର ଭାଇ ଭଉଣୀ ନ ଥାନ୍ତି, ସେମାନେ ସାଧାରଣତଃ ଅଜଣା ବ୍ୟକ୍ତିଙ୍କୁ ନିଜର ଭାବି ଭୁଲ୍‌ କରି ବସନ୍ତି। କିନ୍ତୁ ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରିବାର ଫଳ ପରେ ଆପଣଙ୍କୁ ଭୋଗିବାକୁ ପଡ଼ିପାରେ। ଚାଲନ୍ତୁ ଜାଣିବା ଅଜଣା ବ୍ୟକ୍ତିଙ୍କ ସହ ଭାଇ ଭଉଣୀ ସମ୍ପର୍କ ଗଢ଼ିବା କିପରି ଆପଣଙ୍କ ଉପରେ ଭାରୀ ପଡ଼ିପାରେ।

ପକେଟ୍‌ ଖାଲି ହୋଇପାରେ
ଟଙ୍କାଠାରୁ ବଡ଼ ଗ୍ରହ ଆଉ କିଛି ନ ଥାଇ ପାରେ। ଏଥିପାଇଁ କୁହାଯାଏ ଟଙ୍କା ସବୁ ସମ୍ପର୍କକୁ ବିଗାଡ଼ି ଦିଏ। କୌଣସି ବ୍ୟକ୍ତିଙ୍କ ପାଖରେ ପ୍ରଚୁର ଟଙ୍କା ଦେଖି ମଧ୍ୟ ଅନେକ ଲୋକ ଜବରଦସ୍ତ ସମ୍ପର୍କ ଯୋଡ଼ିବା ବାହାନା କରିଥାନ୍ତି। ଏଭଳି ଲୋକଙ୍କଠାରୁ ସାବଧାନ ରହନ୍ତୁ। ଏଭଳି ବ୍ୟକ୍ତି ଆପଣଙ୍କ ପକେଟ୍‌ ଖାଲି କରିପାରନ୍ତି।

ବିପଦରେ ବ୍ୟକ୍ତିଗତତା

ଅନେକ ସମୟରେ ଅଜଣା ବ୍ୟକ୍ତି ବିନା କାରଣରେ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରନ୍ତି। ଏପରି ଲୋକେ ସୁଯୋଗ ମିଳିବା ମାତ୍ରେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରନ୍ତି ଓ ପରେ ଏହାର ଫାଇଦା ଉଠାନ୍ତି। ତେଣୁ ଅଜଣା ଲୋକଙ୍କ ସହ କୌଣସି ସମ୍ପର୍କ ଗଢ଼ିବା ସମୟରେ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଓ ସିକ୍ରେଟ୍‌ କାହାରି ଆଗରେ ଶେୟାର କରନ୍ତୁ ନାହିଁ।

ଆଖି ବନ୍ଦ କରି ବିଶ୍ବାସ କରନ୍ତୁନି
ସମ୍ପର୍କର ଦ୍ବାହିରେ ଅନେକ ଲୋକଙ୍କ ସହ ବହୁତ ବଡ଼ ଧୋକା ହୋଇଯାଏ। ପରେ ସେମାନେ ଏଥିପାଇଁ ପଶ୍ଚାତାପ କରିଥାନ୍ତି। ତେଣୁ କୌଣସି ସମ୍ପର୍କ ଉପରେ ଆଖି ବନ୍ଦ କରି ବିଶ୍ବାସ କରିବା ବଦଳରେ ସେମାନଙ୍କ ଉଦ୍ଦେଶ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ।

ଜୀବନ ପ୍ରତି ବିପଦ

ଅନେକ ସମୟରେ ଅଜଣା ଲୋକଙ୍କ ପାଇଁ ଆପଣ ଭବିଷ୍ୟତରେ ବହୁତ ବଡ଼ ବିପଦରେ ପଡ଼ିପାରନ୍ତି, ଯାହାଦ୍ବାରା ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇପାରେ। କୌଣସି ବିପଦରେ ଫସିବା ପୂର୍ବରୁ ପ୍ରଥମେ ଏହାର ସଙ୍କେତକୁ ବୁଝିବାକୁ ଚେଷ୍ଟା କରନ୍ତୁ। ତା’ ପରେ ଯାଇ ଅଜଣା ବ୍ୟକ୍ତିଙ୍କ ସହ କୌଣସି ସମ୍ପର୍କ ଗଢ଼ନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ