ପୁଣି ଗୁଗଲ ରାଣୀ ହେଲେ ସନ୍ନି


ବଲିଉଡ୍‌ରେ ଏଣ୍ଟ୍ରି କରିବା ଦ୍ବାରା ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ତାଙ୍କ ପୁରୁଣା ଛବିରୁ ବାହାରିବାରେ ବହୁତ ସାହାଯ୍ୟ ମିଳିଛି। ନିଜ ଅଭିନୟ ଓ ଡ୍ୟାନ୍ସ ଟ୍ୟାଲେଣ୍ଟ ଦ୍ବାରା ସନ୍ନି ଇଣ୍ଡଷ୍ଟ୍ରୀରେ ନିଜର ଅଲଗା ଏକ ପରିଚୟ ସୃଷ୍ଟି କରିଛନ୍ତି। ସନ୍ନି ସୋସାଲ ମିଡିଆରୁ ଆରମ୍ଭ କରି ଇଣ୍ଟରନେଟ୍‌ରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ସେଲିବ୍ରିଟି ପାଲଟିଛନ୍ତି। ଚଳିତ ବର୍ଷ ମଧ୍ୟ ଭାରତରେ ଗୁଗୁଲ ସର୍ଚ୍ଚରେ ଅଗଷ୍ଟ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ସେଲିବ୍ରିଟି ତାଲିକାରେ ସନ୍ନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପରଷ୍ଟାର ସଲମାନ ଖାନ ଓ ଶାହରୁଖ ଖାନଙ୍କୁ ମଧ୍ୟରେ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ଗୁଗଲ ଟ୍ରେଣ୍ଡସ୍‌ ଆନାଲିଟିକ୍ସଙ୍କ ଅନୁସାରେ ସନ୍ନିଙ୍କ ସହିତ ଜଡ଼ିତ ଅଧିକାଂଶ ସର୍ଚ୍ଚରେ ତାଙ୍କ ଭିଡ଼ିଓ ସ୍ଥାନ ପାଇଛି। ଏହାବ୍ୟତୀତ ତାଙ୍କ ବାୟୋପିକ୍‌ ସିରିଜ ‘କରଣଜିତ କୌର: ଦ ଅନ୍‌ଟୋଲ୍ଡ ଷ୍ଟୋରୀ ଅଫ୍‌ ସନ୍ନି ଲିଓନି’କୁ ମଧ୍ୟ ଲୋକେ ଅଧିକ ସର୍ଚ୍ଚ କରିଛନ୍ତି। ଏହାବ୍ୟତୀତ ସନ୍ନିଙ୍କ ସହିତ ଜଡ଼ିତ ଅଧିକାଂଶ ସର୍ଚ୍ଚ ମଣିପୁର ଓ ଆସାମ ଭଳି ପୂର୍ବୋତ୍ତର ରାଜ୍ୟରେ କରାଯାଇଛି। ଏ ସମ୍ପର୍କରେ ସନ୍ନି କହିଛନ୍ତି ଯେ ତାଙ୍କ ଟିମ୍‌ ଏ ସମ୍ପର୍କରେ ତାଙ୍କୁ ସୂଚନା ଦେଇଛନ୍ତି। ଏହାର ଶ୍ରେୟ ସେ ତାଙ୍କ ପ୍ରଶଂସକଙ୍କୁ ଦେବାକୁ ଚାହୁଛନ୍ତି। ଯେଉଁମାନେ ସବୁବେଳେ ତାଙ୍କ ସହିତ ଠିଆ ହୋଇଛନ୍ତି ବୋଲି ସନ୍ନି କହିଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ ଭାରତରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଉଥିବା ସେଲିବ୍ରିଟି ତାଲିକାରେ ପ୍ରଥମ ସ୍ଥାନରେ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।