ଜାଣନ୍ତୁ ଜ୍ୟାକଲିନ୍‌ଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌


ବଲିଉଡ୍‌ରେ କିକ୍‌, ରେସ୍‌, ଜୁଡୱା ଭଳି ହିଟ୍‌ ଫିଲ୍ମ ଦେଇଥିବା ସିଂହଳ ସୁନ୍ଦରୀ ଜ୍ୟାକଲିନ୍‌ ଫଣ୍ଣାଣ୍ଡେଜ୍‌ଙ୍କ ସୌନ୍ଦର୍ଯ୍ୟର ସମସ୍ତେ ଦିୱାନୀ। ଜ୍ୟାକଲିନ୍‌ଙ୍କୁ ବଲିଉଡ୍‌ରେ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ, ତାଙ୍କ ଫିଟ୍‌ ଫିଗର ମଧ୍ୟ ଅନ୍ୟମାନଙ୍କ ପାଇଁ ଫିଟ୍‌ନେସ୍‌ର ନୂଆ ଗୋଲ୍‌ ସେଟ୍‌ କରୁଛି। ସେକ୍ସି ଫିଗର ଓ ଗର୍ଜିଅସ୍‌ ଲୁକ୍‌ ପାଇଁ ଜଣାଶୁଣା ଜ୍ୟାକଲିନ୍‌ ନିଜ ଫିଟ୍‌ନେସ୍‌ ଅକ୍ଷୂଣ୍ଣ ରଖିବା ଲାଗି କଠିନ ୱାର୍କଆଉଟ୍‌ ରୁଟିନ୍‌ ଓ ଷ୍ଟ୍ରିକ୍ଟ ଡାଏଟ୍‌ ପ୍ଲାନ୍‌ ଅନୁସରଣ କରୁଛନ୍ତି। ଚାଲନ୍ତୁ ଜାଣିବା ଜ୍ୟାକଲିନ୍‌ଙ୍କ ଫିଟ୍‌ନେସ ଓ ବ୍ୟୁଟି ସିକ୍ରେଟ୍‌ ସମ୍ପର୍କରେ।

ସକାଳ ରୁଟିନ୍‌
ଜ୍ୟାକଲିନ୍‌ ନିଜ ଦିନର ଆରମ୍ଭ ଏକ ଗ୍ଲାସ୍‌ ଗରମ ପାଣିରେ ମହୁ ମିଶାଇ ଆରମ୍ଭ କରନ୍ତି। ଏହାପରେ ସେ ସେ ନିଜ ୱାର୍କଆଉଟ୍‌ରେ ଡ୍ୟାନ୍ସ, ଯୋଗ, ୱେଟ୍‌ ଲିଫ୍ଟିଙ୍ଗ ଆଦି ସାମିଲ୍‌ କରନ୍ତି। ୱାର୍କଆଉଟ୍‌ ଶେଷ କରିବା ପରେ ସେ ଏକ କପ୍‌ କଫି ପିଇବାକୁ ପସନ୍ଦ କରନ୍ତି। ଜ୍ୟାକଲିନ୍‌ ତାଙ୍କ ଖାଦ୍ୟରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ଫ୍ୟାଟ୍‌ ଓ ଭେଜିଟେବଲ ସାମିଲ୍‌ କରିଥାନ୍ତି।

ଫିଟ୍‌ନେସ୍‌ ଗୋଲ୍‌
ଜ୍ୟାକ୍‌ଲିନ୍‌ କହିଛନ୍ତି ଯେ ତାଙ୍କର ୨୦୧୯ର ଫିଟ୍‌ନେସ୍‌ ଗୋଲ୍‌ ହେଉଛି ଚଳିତବର୍ଷ ବ୍ୟାକ୍‌ଫ୍ଲିପ୍‌ ଓ ହେଡ୍‌ଷ୍ଟାଣ୍ଡ କରିବା। ସୂଚନାଯୋଗ୍ୟ ଯେ ଜ୍ୟାକଲିନ୍‌ ଦିନରେ ଦୁଇ ଘଣ୍ଟା ବ୍ୟାୟାମ କରିଥାନ୍ତି। ତାଙ୍କ ବ୍ୟାୟାମରେ କପାଳଭାତି ପ୍ରାଣାୟମ ବ୍ୟତୀତ ସ୍ବିମିଂ, ଡ୍ୟାନ୍ସିଂ ଓ ସ୍କିପିଂ ଆଦି ସାମିଲ୍‌ ରହିଛି।

ବ୍ୟୁଟି ସିକ୍ରେଟ୍‌
ଜ୍ୟାକଲିନ୍‌ ଝିଅମାନଙ୍କ ସୌନ୍ଦର୍ଯ୍ୟ ବଢ଼ାଇବାକୁ ଟିପ୍ସ ଦେଇ କହିଛନ୍ତି ଯେ ଖଣ୍ଡେ ବରଫ ଆପଣଙ୍କ ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରେ। ଏହାବ୍ୟତୀତ ଏକ ଭଲ କମ୍ପାନୀର ଆଇଲାଇନର ଓ ବ୍ଲଶର ଆପଣଙ୍କ ଚେହେରାକୁ ସବୁବେଳେ ସତେଜ ରଖିଥାଏ।

ଭ୍ରମଣ ବହୁତ ପସନ୍ଦ
ଜ୍ୟାକଲିନ୍‌ ଛୁଟିରେ ବୁଲିବା ପାଇଁ ବହୁତ ପସନ୍ଦ କରନ୍ତି। ଏହାବ୍ୟତୀତ ତାଙ୍କର ପୁସ୍ତକ ଓ ପଶୁଙ୍କ ପ୍ରତି ଦୁର୍ବଳତା ମଧ୍ୟ ରହିଛି। ଜ୍ୟାକଲିନ୍‌ କହିଛନ୍ତି ଯେ ସେ ଅଭିନେତ୍ରୀ ହୋଇ ନ ଥିଲେ, ୱାଇଲ୍ଡ ଲାଇଫ୍‌ ଡକ୍ୟୁମେଣ୍ଟ୍ରି କରିଥାନ୍ତେ।

ଜ୍ୟାକଲିନ୍‌ଙ୍କ ସଫଳତାର ମନ୍ତ୍ର

ଜ୍ୟାକଲିନ୍‌ଙ୍କ କହିବାନୁସାରେ ସଫଳତା ହେଉଛି, ଯାହା ଆପଣଙ୍କୁ କାମରେ ଫେରିବା ପରେ ବିଛଣାରେ ଆରାମରେ ଶୋଇବାକୁ ଦେବ। ଆପଣଙ୍କ ଚେହେରାରେ ଯଦି ସବୁବେଳେ ସନ୍ତୁଷ୍ଟିର ହସ ଦେଖାଯାଏ, ଜାଣିବେ ଆପଣ ସଫଳ ହୋଇସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।