ରକ୍ଷା ବନ୍ଧନରେ ଷ୍ଟାଇଲିଶ୍‌ କୁର୍ତ୍ତା ପିନ୍ଧି ଛାଇଯାଆନ୍ତୁ


ରକ୍ଷା ବନ୍ଧନରେ କେବଳ ଭଉଣୀମାନେ ନୁହନ୍ତି, ଭାଇମାନେ ମଧ୍ୟ ଷ୍ଟାଇଲିଶ୍‌ ଦେଖାଯିବା ଲାଗି ଶପିଂ କରିବା ଆରମ୍ଭ କରି ଦିଅନ୍ତି। ଏହି ଉତ୍ସବରେ ପୁମାନେ ପାରମ୍ପରିକ ପୋଷାକ ଚୟନ କରନ୍ତି। ଏଥିପାଇଁ ସେମାନେ ଅନେକ ଦୋକାନ ବୁଲି ଦେଖିଥାନ୍ତି। ଅନେକ ସମୟରେ ସେମାନେ ଏଭଳି ପୋଷାକ ଚୟନ କରିଥାନ୍ତି, ଯାହା ଷ୍ଟାଇଲିଶ୍‌ ଦେଖାଯିବା ବଦଳରେ ସାଦା ସିଧା ଦେଖାଯାଆନ୍ତି। ଚାଲନ୍ତୁ ଜାଣିବା ଆପଣ କିଭଳି ପୋଷାକ ପିନ୍ଧି ଷ୍ଟାଇଲିଶ୍‌ ଦେଖାଯିବେ।

ବ୍ଲୁ କଟନ୍‌ ଓ ସିଲ୍କ କୁର୍ତ୍ତା

କଟନକୁ ସବୁଠାରୁ ଅଧିକ କମ୍ଫଟେବଲ କପଡ଼ା ଭାବେ ଗ୍ରହଣ କରାଯାଏ। ଏଭଳି ପୋଷାକ ସାରା ଦିନ ପିନ୍ଧିଲେ ମଧ୍ୟ ଅନ୍‌କମ୍ଫଟେବଲ ଲାଗିବ ନାହିଁ। ସେହିପରି ସିଲ୍କର ସାଇନିଂ କ୍ବାଲିଟି କୁର୍ତ୍ତାକୁ ଆହୁରି ଫ୍ୟାଶନେବଲ ଲୁକ୍‌ ଦେଇଥାଏ। ରକ୍ଷା ବନ୍ଧନରେ କୌଣସି ଡଲ୍‌ କଲର ଚୟନ କରିବା ବଦଳରେ ଇଣ୍ଡିଗୋ କିମ୍ବା ନେଭି ବ୍ଲୁ ରଙ୍ଗ ଚୟନ କରିପାରିବେ। ଏହି ରଙ୍ଗ ଅଧିକ ଲାଇଟ୍‌ କିମ୍ବା ଅଧିକ ଡାର୍କ ହୋଇ ନ ଥାଏ।

ବ୍ଲାକ୍‌ ପ୍ରିଣ୍ଟ କୁର୍ତ୍ତା
ପ୍ଲେନ୍‌ ବ୍ଲାକ୍‌ କୁର୍ତ୍ତା ସ୍ଥାନରେ ଆପଣ ବ୍ଲାକ୍‌ ପ୍ରିଣ୍ଟ ଯୁକ୍ତ କୁର୍ତ୍ତା ପିନ୍ଧିପାରିବେ। ଏହାକୁ ମ୍ୟାଚିଂ କରି କଳା ରଙ୍ଗର ଚୁଡ଼ିଦାର ସହ ପିନ୍ଧିପାରିବେ। ଏହି କୁର୍ତ୍ତାର ସ୍ଲିଭ୍‌ ହେଲେ ବେଶୀ ଭଲ ଦେଖାଯାଇଥାଏ।

ଆଇଭରି ଡିଜିଟାଲ ପ୍ରିଣ୍ଟ କୁର୍ତ୍ତା

ଯଦି ଆପଣ ନୂଆ ଓ କ୍ଲାସିକ୍‌ ଷ୍ଟାଇଲ୍‌ ମଧ୍ୟରେ ବାଲାନ୍ସ ରଖିବାକୁ ଚାହୁଛନ୍ତି, ତେବେ ଆଇଭରି ଡିଜିଟାଲ ପ୍ରିଣ୍ଟ କୁର୍ତ୍ତା ଆପଣଙ୍କ ପାଇଁ ପରଫେକ୍ଟ ଅଟେ। କଟନ  ବଦଳରେ ସିଲ୍କ ଫ୍ୟାବ୍ରିକ୍‌ ଚୟନ କରନ୍ତୁ, ଯେଉଁଥିରେ ପ୍ରିଣ୍ଟ ଆହୁରି ସୁନ୍ଦର ଦେଖାଯାଇଥାଏ। ଯାହା ଷ୍ଟାଇଲ୍‌କୁ ଆହୁରି ବଢ଼ାଇ ଦିଏ।

ଶର୍ଟ ଷ୍ଟାଇଲ୍‌ କୁର୍ତ୍ତା

ଯଦି ଆପଣଙ୍କୁ ଲମ୍ବା କୁର୍ତ୍ତା ପସନ୍ଦ ନୁହେଁ, ତେବେ ଶର୍ଟ ଷ୍ଟାଇଲ୍‌ କୁର୍ତ୍ତା ଆପଣଙ୍କ ପାଇଁ ଉପଯୁକ୍ତ। ଶର୍ଟ ଷ୍ଟାଇଲ୍‌ କୁର୍ତ୍ତା ପିନ୍ଧୁଥିଲେ, ପ୍ଲେନ୍‌ କୁର୍ତ୍ତା ବଦଳରେ ଫ୍ଲୋରାଲ ପ୍ରିଣ୍ଟ ଚୟନ କରନ୍ତୁ। ଯଦି ଆପଣ ଭାବୁଥାନ୍ତି ଫ୍ଲୋରାଲ ପ୍ରିଣ୍ଟ କେବଳ ଝିଅମାନେ ପିନ୍ଧିଥାନ୍ତି, ତେବେ ଆପଣ ଭୁଲ୍‌ ଧାରଣା ମଧ୍ୟରେ ଅଛନ୍ତି। ଏବେ ପୁଅମାନେ ମଧ୍ୟ ଫ୍ଲୋରାଲ ପ୍ରିଣ୍ଟର କୁର୍ତ୍ତା ପସନ୍ଦ କରୁଛନ୍ତି।

ଚନ୍ଦେରୀ କୁର୍ତ୍ତା

କଟନ ଓ ସିଲ୍କ ବ୍ୟତୀତ ଚନ୍ଦେରୀ କୁର୍ତ୍ତା ବି ଏକ ଉପଯୁକ୍ତ ବିକଳ୍ପ। ଏହା କେବଳ ଷ୍ଟାଇଲିଶ୍‌ ହୋଇ ନ ଥାଏ, ବରଂ ହଟ୍‌କେ ଲୁକ୍‌ ମଧ୍ୟ ଦେଇଥାଏ। ଚୁଡ଼ିଦାର ସ୍ଥାନରେ ଆପଣ ଆପଣ ଧୋତି ଷ୍ଟାଇଲ୍‌ ପାଇଜାମା ସହିତ ମ୍ୟାଚ୍‌ କରି ପିନ୍ଧିପାରିବେ। ଷ୍ଟାଣ୍ଡ କଲର କୁର୍ତ୍ତା ଚୟନ କରିବାକୁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କୁ ରୟାଲ ଲୁକ୍‌ ଦେବ।

ଓଭରଲ୍ୟାପ୍‌ କୁର୍ତ୍ତା

ଯଦି ଆପଣ ପୂରାପୁରି ଅଲଗା ଦେଖାଯିବାକୁ ଚାହୁଛନ୍ତି, ତେବେ ଓଭରଲ୍ୟାପ୍‌ କୁର୍ତ୍ତା ଉପଯୁକ୍ତ ବିକଳ୍ପ। ଆପଣ ଚାହିଲେ କଳା କିମ୍ବା ଅନ୍ୟ କୌଣସି ରଙ୍ଗ ଚୟନ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ