ସ୍ବାଧୀନତା ଦିବସ ଛୁଟିରେ ଚାଲନ୍ତୁ ଏସବୁ ସ୍ଥାନ


ଚଳିତ ବର୍ଷ ଗୁରୁବାର ଦିନ ସ୍ବାଧୀନତା ଦିବସ ପଡ଼ୁଛି। ଯଦି ଆପଣ କୌଣସି ପ୍ରକାରେ ଶୁକ୍ରବାର ଛୁଟି ମ୍ୟାନେଜ୍‌ କରିପାରିବେ, ତେବେ ଆପଣ ଏକ ଚାରି ଦିନିଆ ଟ୍ରିପ୍‌ ପ୍ଲାନ୍‌ କରିପାରିବେ। ଭାରତରେ ଏବେ ବର୍ଷାଦିନ ଚାଲିଛି ଓ ଚାରିଆଡ଼େ ସୌନ୍ଦର୍ଯ୍ୟ ଛାଇ ହୋଇ ରହିଛି। ଏପରିସ୍ଥଳେ ଆପଣ ନିଜ ପକେଟ୍‌କୁ ସୁହାଇବା ଭଳି ଏକ ଟ୍ରିପ୍‌ ପ୍ଲାନ୍‌ କରିପାରିବେ। ଚାଲନ୍ତୁ ଜାଣିବା ସ୍ବାଧୀନତା ଦିବସ ଅବସରରେ ଆପଣ କେଉଁ ସ୍ଥାନ ଭ୍ରମଣ କରିବାକୁ ଯାଇପାରିବେ।

ଦିଲ୍ଲୀରୁ ଅମୃତସର
ଯଦି ଆପଣ କୌଣସି ଧାର୍ମିକ ସ୍ଥଳ ବୁଲି ଯିବାକୁ ଚାହୁଛନ୍ତି, ତେବେ ଅମୃତସରର ସ୍ବର୍ଣ୍ଣମନ୍ଦିର ଏକ ସୁନ୍ଦର ବିକଳ୍ପ ହୋଇପାରେ। ଆପଣ ନିଜ ବଜେଟ୍‌ରେ ପାଖପାଖି ମାତ୍ର ୭୦୦୦ଟଙ୍କା ଖର୍ଚ୍ଚ କରି ୪ ଦିନିଆ ଟ୍ରିପ୍‌ ପ୍ଲାନ୍‌ କରିପାରିବେ। ଏଠାରେ ଆପଣ ସ୍ବର୍ଣ୍ଣ ମନ୍ଦିର ବ୍ୟତୀତ ୱାଘା ବର୍ଡର ଓ ଜାଲିଆନାୱାଲାବାଗ ଭଳି ସ୍ଥାନ ବୁଲି ଦେଶପ୍ରେମକୁ ଉଜ୍ଜୀବିତ କରିପାରିବେ।

ମୁମ୍ବାଇରୁ ମହାବଳେଶ୍ବର

ମୁମ୍ବାଇ ପାଖାପାଖି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ମହାବଳେଶ୍ବର ଏକ ଉତ୍ତମ ବିକଳ୍ପ ହୋଇପାରେ। ଅସ୍ତଗାମୀ ସୂର୍ଯ୍ୟର ଆକର୍ଷକ ଦୃଶ୍ୟ ପାଇଁ ଏହି ସ୍ଥାନ ବହୁତ ଲୋକପ୍ରିୟ। ଟ୍ରେକିଂ ଓ ଶିକାରା ରାଇଡିଂ ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଆପଣ ଏଠାରେ ପାଖାପାଖି ୬୦୦୦ ଟଙ୍କାରେ ଟ୍ରିପ୍‌ ପ୍ଲାନ୍‌ କରିପାରିବେ।

ଦିଲ୍ଲୀରୁ ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡର ଶିବପୁରିରେ ବର୍ଷକ ୧୨ ମାସ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥାଏ। ଶିବପୁରିରେ ଆପଣ ରିଭର ରାଫ୍ଟିଂ, ବଞ୍ଜି ଜମ୍ପିଂ ଓ ଟ୍ରେକିଂ ସଉକ ଥିବା ଲୋକେ ଏଠାକୁ ବୁଲି ଯାଇପାରିବେ। ମାତ୍ର ୩୦୦୦ ଟଙ୍କାରେ ଆପଣ ଏଠାରେ ବୁଲିବା ପାଇଁ ଯୋଜନା କରିପାରିବେ।

ଦିଲ୍ଲୀରୁ ହରିୟାଣା

ହରିୟାଣାରେ ଥିବା ଦମ୍‌ଦମା ହ୍ରଦ ଦେଖିବା ଲାଗି ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଆରାବଳୀ ପର୍ବତମାଳା ଏହି ସ୍ଥାନକୁ ଆହୁରି ସୁନ୍ଦର କରିଦେଉଛି। ମାତ୍ର ୪୦୦୦ଟଙ୍କାରେ ଆପଣ ଏଠାକୁ ବୁଲିଯିବାର ଯୋଜନା କରିପାରିବେ।

ଚେନ୍ନାଇରୁ ପୁଡ଼ୁଚେରୀ
ଚେନ୍ନାଇ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ପୁଡ଼ୁଚେରୀ ବୁଲି ଯାଇପାରିବେ। ଏଠାରେ ଥିବା ବେଳାଭୂମିରେ କିଛି ସମୟ ବିତାଇବା ପରେ ଆପଣଙ୍କୁ ବହୁତ ଶାନ୍ତି ମିଳିବ। ମାତ୍ର ୫୦୦ ଟଙ୍କା ଖର୍ଚ୍ଚ କରି ଆପଣ ଏଠାରେ ଶାନ୍ତିରେ କିଛି ମୁହୂର୍ତ୍ତ ବିତାଇପାରିବେ।

ଦିଲ୍ଲୀରୁ ରାଜସ୍ଥାନ
ଦିଲ୍ଲୀରୁ ରାଜସ୍ଥାନ ଆଡ଼କୁ ଟ୍ରିପ୍‌ ଯୋଜନା କରୁଥିବା ଲୋକଙ୍କ ପାଇଁ ଅନେକ ଗୁଡ଼ିଏ ବିକଳ୍ପ ରହିଛି। ରାଜସ୍ଥାନରେ ଆପଣ ରନଥମବୋର ନ୍ୟାସନାଲ ପାର୍କ ଓ ଉଦୟପୁର ଦୁର୍ଗ ଦେଖିବାର ମଜା ଉଠାଇପାରିବେ। ରନଥମବୋର ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକ ବାଘ ଦେଖିବା ଲାଗି ବେଶୀ ମାତ୍ରାରେ ଆସିଥାନ୍ତି। ଏଠାରେ ବୁଲିବା ପାଇଁ ଆପଣ ମାତ୍ର ୬୦୦୦ଟଙ୍କା ଖର୍ଚ୍ଚ କରି ମଧ୍ୟ ମଜା ନେଇପାରିବେ।

ବେଙ୍ଗାଳୁରୁରୁ କୁର୍ଗ
ନିଜର ସୌନ୍ଦର୍ଯ୍ୟ ପାଇଁ କୁର୍ଗ କେବଳ ଦେଶରେ ନୁହେଁ ପୂରା ବିଶ୍ବରେ ମଧ୍ୟ ଲୋକପ୍ରିୟ। କୁର୍ଗକୁ ଭାରତର ସ୍କର୍ଟଲ୍ୟାଣ୍ଡ ବୋଲି ମଧ୍ୟ କୁହାଯାଏ। କଫି ବଗିଚାରେ ଭରା କୁର୍ଗ ଫ୍ରୁଟ୍‌, ୱାଇନ୍‌ ସହିତ କ୍ୟାପିଂ ପାଇଁ ମଧ୍ୟ ଖୁବ୍‌ ଲୋକପ୍ରିୟ। ମାତ୍ର ୫୦୦୦ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆପଣ ଏଠାରେ ବୁଲିପାରିବେ।

କୋଲକାତାରୁ କୁର୍ସିଓଙ୍ଗ
ଦାର୍ଜିଲିଂ ପାଖାପାଖି ୩୦ କିମି ଦୂରରେ ଅବସ୍ଥିତ କୁର୍ସିଓଙ୍ଗ ଏକ ସୁନ୍ଦର ଡେଷ୍ଟିନେସନ୍‌ ଅଟେ। କୁର୍ସିଓଙ୍ଗକୁ ଭାରତର ହରର୍‌ ହିଲ୍‌ଷ୍ଟେସନ୍‌ ବୋଲି ମଧ୍ୟ କୁହାଯାଏ। ମାତ୍ର ୮୦୦୦ ଟଙ୍କାରେ ଆପଣ ଏଠାରେ ଟ୍ରିପ୍‌ ପ୍ଲାନ୍‌ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ