ବର୍ଷା ଓ ବନ୍ୟାରେ ୮ ଜଣଙ୍କର ମୃତ୍ୟୁ: ଏସ୍‌ଆର୍‌ସି


ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଲଗାଣ ବର୍ଷା ଓ ବନ୍ୟାରେ ଗତ ସପ୍ତାହକ ମଧ୍ୟରେ ୮ ଜଣ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ।

ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଆର୍‌ସି କହିଛନ୍ତି, କଳାହାଣ୍ଡି ଓ ବଲାଙ୍ଗିରର ୪ଟି ବ୍ଲକ୍‌ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଏହି ସ୍ଥାନଗୁଡିକରେ ୩୦୦ରୁ ୪୦୦ ମିମି ବର୍ଷା ହୋଇଛି। କରଲାମୁଣ୍ଡା ବ୍ଲକ୍‌ରେ ସର୍ବାଧିକ ୬୦୮ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ୪୦ଟି ବ୍ଲକ୍‌ରେ ୧୦୦ରୁ ୨୦୦ ମିମି ବର୍ଷା ହୋଇଛି। କନ୍ଧମାଳ ଓ ସୋନପୁରରେ ୧୨୫ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ସୋନପୁର ଓ କନ୍ଧମାଳ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ବିଭିନ୍ନ ଜିଲ୍ଲାର ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। କେବଳ କଳାହାଣ୍ଡି କାଳୀଗଙ୍ଗା ନଦୀ ଜଳସ୍ତର ବଢ଼ିଛି। କଳାହାଣ୍ଡି ସାରଗଡ଼ ଗାଁର ୧୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି। ଏଥିସହ ଡିଜିପଡ଼ା ଓ ଦେଉଳିପଡ଼ାର ୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ମାଲକାନଗିରି ଜିଲ୍ଲାକୁ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଯିବା ପାଇଁ ପ୍ରସ୍ତୁତ ରଖାଯାଇଛି। କନ୍ଧମାଳ ଏନ୍‌ଏଚ୍‌-୫୯ର ଧୋଇଯାଇଥିବା ଅସ୍ଥାୟୀ ପୋଲକୁ ପୁନଃ ନିର୍ମାଣ କରାଯାଇଛି। ତୁମୁଡ଼ିବନ୍ଧଠାରେ ଭାସିଯାଇଥିବା ଅସ୍ଥାୟୀ କଲଭର୍ଟକୁ ମଧ୍ୟ ତିଆରି କରାଯାଇଛି। ସ୍ଥିତି ମୁକାବିଲା ପାଇଁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌କୁ ମଧ୍ୟ ମୁତୟନ କରାଯାଛି। ବର୍ଷା ପ୍ରଭାବିତ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି।

ସେହିପରି ଉତ୍ତର, ଉପକୂଳ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥା‌ନେ ଅତିରୁ ଅତିପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କନ୍ଧମାଳ, ରାୟଗଡ଼ ଓ କଳା‌ହାଣ୍ଡିରେ ବର୍ଷା ଭୟାନକ ସ୍ଥିତି ଉପୁଜାଇବା ସମ୍ଭାବନା ଏଡାଇ ଦେଇ ହେବ ନାହିଁ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।