ଆଜି ଶ୍ରୀଦେବୀଙ୍କ ଜନ୍ମବାର୍ଷିକୀ: ଜାଣନ୍ତୁ ସୁପରଷ୍ଟାରଙ୍କ ସମ୍ପର୍କରେ ୧୧ଟି ରୋଚକ ତଥ୍ୟ


ମୁମ୍ବାଇ: ତାଙ୍କ ଚେହେରା ଦେଖିବାକୁ ଥିଲା ଯେମିତି, ତା’ ସାଙ୍ଗକୁ ନୃତ୍ୟ ଓ ଅଭିନୟ ମଧ୍ୟ ଥିଲା ସେମିତି। କୌଣସି ପୃଷ୍ଠଭୂମିରେ ଚରିତ୍ର କେମିତି ବି ହେଉ ନା କାହିଁକି, ତାକୁ ବଡ଼ ପରଦାରେ ନିଖୁଣ ଭାବେ ଫୁଟାଇବାର ଦକ୍ଷତା ରଖିଥିଲେ ସେ। ଏହି ସୁପରଷ୍ଟାର ଜଣକ ଶ୍ରୀଦେବୀଙ୍କ ବ୍ୟତୀତ ଆଉ କେହି ନୁହନ୍ତି। ୫ ଦଶନ୍ଧିର କ୍ୟାରିଅରରେ ଅନେକ ପୁରସ୍କାର ଓ ସମ୍ମାନ ଜିତିଥିବା ଏହି ଅଭିନେତ୍ରୀ ଜଣକ ତାଙ୍କ ସମୟରେ ସର୍ବାଧିକ ପାଉଣା ନେଉଥିଲେ। ଏଣୁ ନିର୍ଦ୍ବନ୍ଦ୍ବରେ ତାଙ୍କୁ ଭାରତର ପ୍ରଥମ ମହିଳା ସୁପରଷ୍ଟାରର ଆଖ୍ୟା ପ୍ରଦାନ କରାଯାଇଛି। ଭାରତୀୟ ସିନେମାରେ ବେଶ୍‌ ଲୋକପ୍ରିୟ ଥିବା ଶ୍ରୀଦେବୀଙ୍କୁ ବଲିଉଡ୍‌ର ନାମୀ ନିର୍ଦେଶକ ଷ୍ଟିଫେନ ସ୍ପିଲବର୍ଗ ତାଙ୍କ ସୁପରହିଟ୍‌ ଫିଲ୍ମ ‘ଜୁରାସିକ ପାର୍କ’ ପାଇଁ ଅଫର ଦେଇଥିଲେ ହେଁ ଶ୍ରୀଦେବୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ଜଣକ ଗତବର୍ଷ ଇହଲୀଳା ସମ୍ବରଣ କରିଥିଲେ। ଆଜି ଏହି ନାମୀ ଅଭିନେତ୍ରୀଙ୍କ ୫୬ତମ ଜନ୍ମବାର୍ଷିକୀରେ ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୧ଟି ରୋଚକ ତଥ୍ୟ।

  • ୧୯୬୩ରେ ଆୟାପନ ୟାଙ୍ଗର ଏବଂ ରାଜେଶ୍ବରୀ ୟାଙ୍ଗରଙ୍କ ଔରସରୁ ଶ୍ରୀଦେବୀ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ତାଙ୍କ ନାମ ଶ୍ରୀ ଆମ୍ମା ୟାଙ୍ଗର ଆୟାପନ ରଖାଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ସେ ଶ୍ରୀଦେବୀ ଭାବେ ସିନେଜଗତରେ ପରିଚିତ ହୋଇଥିଲେ।
  • ମାତ୍ର ୪ ବର୍ଷ ବୟସରେ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀଦେବୀ ସର୍ବପ୍ରଥମେ ଥିରୁମୋଘମଙ୍କ ଭକ୍ତିରସାତ୍ମକ ଫିଲ୍ମ ଥୁନାଲିଭାନ (୧୯୬୯)ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଏହାପରେ ୧୯୭୫ରେ ‘ଜୁଲି’ ଫିଲ୍ମରେ ମଧ୍ୟ ଶିଶୁ କଳାକାର ରୂପେ ଅବତୀର୍ଣ୍ଣ   ହୋଇଥିବା ଶ୍ରୀଦେବୀ ୧୯୭୯ରେ ବଲିଉଡ୍‌ ଫିଲ୍ମ ‘ଶୋଲୱା ସାୱନ’ରେ ଡେବ୍ୟୁ କରିଥିଲେ।
  • ୧୯୭୬ରେ ତାମିଲ ଫିଲ୍ମ ‘ମୁନ୍‌ର୍ଧୁ ମୋଦିଚୁ’ରେ ସେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତଙ୍କ ସାବତ ମାଆ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ।
  • ଶ୍ରୀଦେବୀଙ୍କ ଆଇକନିକ୍‌ ଗୀତ ମଧ୍ୟରେ ଜଣାଶୁଣା ‘ଜାଲବାଜ’ ଫିଲ୍ମରେ ନା ଜାନେ କହାଁ ସେ ଆୟୀ ହୈ..... ଗୀତଟି ଶୁଟିଂ ହେଉଥିବା ବେଳେ ସେ ୧୦୩ ଡିଗ୍ରୀ ଜ୍ବରରେ କୁହୁଳୁଥିଲେ।
  • ଶ୍ରୀଦେବୀ ‘ସଦ୍‌ମା’ (୧୯୮୩), ଚାନ୍ଦନୀ (୧୯୮୯), ଗରଜ୍‌ନା (୧୯୯୧) ଓ କ୍ଷଣ କ୍ଷଣ (୧୯୯୧) ଆଦି ଫିଲ୍ମରେ ପ୍ରଚ୍ଛଦ କଣ୍ଠଦାନ ମଧ୍ୟ କରିଥିଲେ।
  • ୧୯୯୨ର ଇନ୍ଦ୍ରକୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ବେଟା’ ତାଙ୍କୁ ଅଫର କରାଯାଇଥିବା ବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ଅଫର କରାଯାଇଥିବା ସରସ୍ବତୀ ଚରିତ୍ରରେ ପରବର୍ତ୍ତୀ ସମୟରେ ମାଧୁରୀ ଦୀକ୍ଷିତ ଅଭିନୟ କରିଥିଲେ। ସେତେବେଳେ ଅନିଲ କପୁରଙ୍କ ସହ   ସେ ଅନେକ ଗୁଡ଼ିଏ ଫିଲ୍ମ କରିସାରିଥିବାରୁ ପୁଣି ଥରେ ତାଙ୍କ ସହ ଏହି ଫିଲ୍ମ କରିବାକୁ ସେ ମନା କରିଥିଲେ।
  • ଶ୍ରୀଦେବୀଙ୍କ କ୍ୟାରିଅରରେ ସବୁଠୁ ଉଲ୍ଲେଖନୀୟ ଘଟଣା ହେଉଛି ହଲିଉଡର ନାମୀ ନିର୍ଦେଶକ ଷ୍ଟିଫେନ ସ୍ପିଲବର୍ଗଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିବା। ସ୍ପିଲବର୍ଗ ତାଙ୍କ ୧୯୯୩ର ସୁପର ଡୁପର ହିଟ ଫିଲ୍ମ ‘ଜୁରାସିକ ପାର୍କ’ ପାଇଁ ଶ୍ରୀଦେବୀଙ୍କୁ ଅଫର ଦେଇଥିଲେ ହେଁ ଏଥିରେ ତାଙ୍କ ଚରିତ୍ର ସ୍ବଳ୍ପ ଥିବା ଦର୍ଶାଇ ସେ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ।
  • ତାଙ୍କ ମାତୃଭାଷା ତାମିଲ ହୋଇଥିବାରୁ ତାଙ୍କ କ୍ୟାରିଅରର ଅଧିକାଂଶ ବଲିଉଡ୍‌ ଫିଲ୍ମ ପ୍ରଥମେ ଡବିଂ କରାଯାଉଥିଲା। ଅତୀତର ଅଭିନେତ୍ରୀ ନାଜ ତାଙ୍କ ପାଇଁ ଡବିଂ କରୁଥିବା ବେଳେ ୧୯୮୬ରେ ‘ଆଖରୀ ରାସ୍ତା’ରେ ରେଖା ତାଙ୍କ ପାଇଁ ଡବିଂ କରିଥିଲେ। ତେବେ ୧୯୮୯ରେ ପ୍ରଥମ ଥର ପାଇଁ   ଶ୍ରୀଦେବୀ ତାଙ୍କ ଫିଲ୍ମ ଚାନ୍ଦନୀ ପାଇଁ ନିଜ ସ୍ବର ଦେଇଥିଲେ।
  • ଶ୍ରୀଦେବୀଙ୍କ ଜବରଦସ୍ତ ପ୍ରତିଦ୍ବନ୍ଦ୍ବୀ ଭାବେ ଜଣାଶୁଣା ଜୟାପ୍ରଦାଙ୍କ ସହ ତାଙ୍କର ସୁସମ୍ପର୍କ ନ ଥିବା ଅନେକେ ଜାଣନ୍ତି। ୧୯୮୪ରେ ‘ମକ୍‌ସଦ’ ଫିଲ୍ମର ଶୁଟିଂ ସମୟରେ ଶ୍ରୀଦେବୀ ଓ ଜୟାପ୍ରଦାଙ୍କ ମଧ୍ୟରେ ଭଲ ସମ୍ପର୍କ ଫେରାଇ ଆଣିବାକୁ ଚେଷ୍ଟା କରି ରାଜେଶ ଖାନା ଓ ଜିତେନ୍ଦ୍ର ସେମାନଙ୍କୁ  ଗୋଟିଏ କୋଠରିରେ ବନ୍ଦ କରିଦେଇଥିଲେ। ଭାବିଥିଲେ ଏଥିରେ ସୁଧାର ଆସିବ। କିନ୍ତୁ ଯେତେବେଳେ ସେମାନେ ଦ୍ବାର ଖୋଲିଲେ, ଦେଖିଲେ କୋଠରିର ଦୁଇଟି ଭିନ୍ନ କୋଣରେ ଅଲଗା ଆଡ଼କୁ ମୁହଁ କରି ଶ୍ରୀଦେବୀ ଓ ଜୟାପ୍ରଦା ବସିଛନ୍ତି।
  • ବଲିଉଡ୍‌ର ‘ଚାଲବାଜ’ ଏକମାତ୍ର ଫିଲ୍ମ ଯେଉଁଥିରେ ସନ୍ନି ଦେଓଲ ଓ ରଜନୀକାନ୍ତ ଏକାଠି ଅଭିନୟ କରିଛନ୍ତି। ଏଥିରେ ସେମାନଙ୍କ ସହ ଶ୍ରୀଦେବୀ ଚମକପ୍ରଦ ଡବଲ ରୋଲରେ ଅବତୀର୍ଣ୍ଣ ହୋଇଥିବା ବେଳେ ଏହାପରେ ସେହି ବର୍ଷ ଶ୍ରୀଦେବୀଙ୍କ ‘ଗୁରୁ’ ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା।
  • ଶ୍ରୀଦେବୀଙ୍କ ଦୁଇଟି ସୁପରହିଟ ଫିଲ୍ମ ପ୍ରଥମେ ଅନ୍ୟ ଅଭିନେତ୍ରୀଙ୍କୁ ଅଫର କରାଯାଇଥିଲା। ୧୯୯୬ରେ ‘ନାଗିନା’ ଫିଲ୍ମଟି ଜୟାପ୍ରଦାଙ୍କୁ ଅଫର କରାଯାଇଥିବା ବେଳେ ୧୯୮୯ରେ ‘ଚାନ୍ଦନୀ’ ଫିଲ୍ମଟିକୁ ରେଖାଙ୍କୁ ଅଫର କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଶ୍ରୀଦେବୀ ଏହି ଦୁଇ ଫିଲ୍ମରେ ଅଭିନୟ କରି କିମ୍ବଦନ୍ତୀ ପାଲଟି ଯାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।