ବାଃ ବିରାଟ: ସଚିନଙ୍କୁ ବି ଟପି କଲେ ବିଶ୍ବ ରେକର୍ଡ


ମୁମ୍ବାଇ: ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ରବିବାର ପୋର୍ଟ ଅଫ ସ୍ପେନରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଦିନିକିଆରେ ୧୨୫ଟି ବଲରୁ ୧୪ଟି ଚୌକା ଓ ଗୋଟିଏ ଛକ୍‌କା ସହ ତାଙ୍କ ଦିନିକିଆ କ୍ୟାରିଅରର ୪୨ତମ ଶତକ ଲଗାଇଛନ୍ତି। ଏଥିସହ ଏହା ୱେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ଅଷ୍ଟମ ଶତକ ଥିଲା। ଫଳରେ ସେ କ୍ରିକେଟ ଇତିହାସରେ ପ୍ରଥମ ବ୍ୟକ୍ତି ଭାବେ ତିନୋଟି ଭିନ୍ନ ପ୍ରତିପକ୍ଷଙ୍କ ବିରୋଧରେ ୮ ବା ତତୋଽଧିକ ଶତକ ଲଗାଇଛନ୍ତି। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷରେ ଏହି ସଂଖ୍ୟକ ଶତକ ଲଗାଇସାରିଛନ୍ତି। ଏପରି କରି ସେ ଭାରତରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଟପି ଯାଇଛନ୍ତି।

ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିବା ବେଳେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଓ ଶ୍ରୀଲଙ୍କା ବିପକ୍ଷରେ ୮ଟି ଶତକ ଲଗାଇଛନ୍ତି। ତେବେ କୋହଲି ୩ଟି ଦେଶ ବିପକ୍ଷରେ ଏହି କୀର୍ତ୍ତମାନ ରଚି ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି। ଏଥିସହ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୦୦ ରନ ପୂରଣ କରି ସଚିନଙ୍କ ପରେ ଏଭଳି କୀର୍ତ୍ତି କରିବାରେ ଦ୍ବିତୀୟ ହୋଇଛନ୍ତି। କୋହଲି ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ୨୦୦୦ ରନ କରିଛନ୍ତି। ତାଙ୍କ ବ୍ୟତୀତ ମହେନ୍ଦ୍ର ସିଂ ଧୋନି ଶ୍ରୀଲଙ୍କା ବିପକ୍ଷରେ ଏବଂ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୦ ରନ ସ୍କୋର କରିଛନ୍ତି।

ଏଥିସହ କୋହିଲ ଆହୁରି ଅନେକ ରେକର୍ଡ ମଧ୍ୟ କରିଛନ୍ତି। ଦ୍ବିତୀୟ ଦିନିକିଆରେ ୧୨୦ ରନ କରିବା ପରେ ସେ ୱେଷ୍ଟଇଣ୍ଡିଜରେ କୌଣସି ଅଧିନାୟକ ଭାବେ ଏହି ସର୍ବାଧିକ ସ୍କୋର କରିବାରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି। ଏହି ରେକର୍ଡ କରିବାରେ ସେ ୨୦୦୩ରେ ବ୍ରିଜଟାଉନ ଠାରେ ଶ୍ରୀଲଙ୍କା ବିପକ୍ଷରେ ବ୍ରାଏନ ଲାରାଙ୍କ ୧୧୬ ରନକୁ ଅତିକ୍ରମ କରିଛନ୍ତି। ସେହିପରି ଦିନିକିଆରେ ସର୍ବାଧିକ ସ୍କୋର କରିବାରେ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଟପି ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଗାଙ୍ଗୁଲି ୩୧୧ଟି ଦିନିକିଆରେ ୧୧,୩୫୩ ରନ କରିଥିବା ବେଳେ କୋହଲି ମାତ୍ର ୨୩୮ଟି ମ୍ୟାଚରେ ଏହି ସଫଳତା ପାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।