ମହିଳାଙ୍କ ପରିଚ୍ଛନ୍ନତା ପାଇଁ ଆଗଭର ଶାଲିନୀ ଠାକ୍‌ରେ


ଏବେ ବି ସମାଜରେ ମହିଳାଙ୍କୁ ଟଏଲେଟ୍‌ ସସମ୍ୟାର ସମ୍ମୁଖୀନ ଅଧିକ ହେବାକୁ ପଡ଼ୁଛି। ସରକାର ଓ ଲୋକଙ୍କ ପକ୍ଷରୁ ଅଭିଯାନ ଚଳାଯିବା ପରେ ମଧ୍ୟ ଅଧିକାଂଶ ମହିଳା ଟଏଲେଟ୍‌ ବ୍ୟବହାର ନ କରି ଖୋଲାରେ ଶୌଚ ହେବାକୁ ଯାଉଛନ୍ତି। ଏହାଦ୍ବାରା କେବଳ ସେମାନଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁନାହିଁ, ସେମାନଙ୍କୁ ଅସଦାଚରଣର ଶିକାର ମଧ୍ୟ ହେବାକୁ ପଡ଼ୁଛି। ଏଥସହିତ ଅଧିକାଂଶ ମହିଳା ମାସିକ ଧର୍ମ ସମୟରେ ସାନିଟାରୀ ନ୍ୟାପ୍‌କିନ୍‌ ବ୍ୟବହାର ନ କରି କପଡ଼ାର ବ୍ୟବହାର କରୁଛନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସଚେତନତା ନେଇ ଅନେକ ଅଭିଯାନ ଚଳା ଯାଉଥିଲେ ମଧ୍ୟ ମହିଳାଙ୍କ ମନରେ କେତେକ ଭ୍ରାନ୍ତ ଧାରଣା ରହିଯାଇଛି, ଯାହାକୁ ଭାଙ୍ଗିବା ନିହାତି ଦରକାର। ଏହି କ୍ଷେତ୍ରରେ ମୁମ୍ବାଇର ଶାଲିନୀ ଠାକ୍‌ରେ କାମ କରୁଛନ୍ତି। ସେ ମହିଳାଙ୍କ ପାଇଁ ତାଙ୍କ ଅଞ୍ଚଳରେ ବାୟୋ ଟଏଲେଟ୍‌ ତିଆରି କରିବା ସହିତ ସାନିଟାରୀ ନ୍ୟାପ୍‌କିନ୍‌ ମେସିନ୍‌ ମଧ୍ୟ ଲଗାଇଛନ୍ତି।

କଳ୍‌କୀ ଫାଉଣ୍ଡେସନ୍‌ର ପ୍ରତିଷ୍ଠା

ମହାରାଷ୍ଟ୍ରର ନବନିର୍ମାଣ ସେନାର ଜେନେରାଲ ସେକ୍ରେଟାରୀ ଶାଲିନୀ ଠାକ୍‌ରେ ମହିଳାଙ୍କ ପାଇଁ ସାନିଟେସନ୍‌ ଓ ସ୍ବାସ୍ଥ୍ୟ ଆଦି ପ୍ରସଙ୍ଗ ଉପରେ କାମ କରିବା ଲାଗି କଳ୍‌କୀ ଫାଉଣ୍ଡେସନ୍‌ ପ୍ରତିଷ୍ଠା କରିଥିଲେ। ସର୍ବପ୍ରଥମେ ଏହା ଅଧୀନରେ ମୁମ୍ବାଇର ଆଖପାଖ ଗ୍ରାମୀଣ ଅଞ୍ଚଳରେ ବାୟୋ ଟଏଲେଟ୍‌ ନିର୍ମାଣ କରାଯାଇଥିଲା। ଏଥିରେ କମ୍‌ ବିକଶିତ କ୍ଷେତ୍ର ଓ ଜଙ୍ଗଲରେ ମହିଳାଙ୍କ ପାଇଁ ଟଏଲେଟ୍‌ ତିଆରି କରାଯାଇଥିଲା।

ମହିଳାଙ୍କ ପାଇଁ ସାନିଟାରୀ ନ୍ୟାପ୍‌କିନ୍‌

ଫାଉଣ୍ଡେସନ୍‌ ପକ୍ଷରୁ ମୁମ୍ବାଇରେ ପଢ଼ୁଥିବା ଯୁବତୀଙ୍କ ପାଇଁ ସାନିଟାରୀ ନ୍ୟାପ୍‌କିନ୍‌ ଭେଣ୍ଡିଂ ମେସିନ୍‌ ଲଗାଯାଇଛି। ସେହିପରି ଗ୍ରାମାଞ୍ଚଳରେ ରହୁଥିବା ମହିଳାଙ୍କ ପାଇଁ ସରକାରଙ୍କ ସହିତ ମିଶି ଶସ୍ତା ଦାମ୍‌ରେ ନ୍ୟାପ୍‌କିନ୍‌ ଉପଲବ୍ଧ କରାଯାଉଛି। ଏହାଛଡ଼ା ଫାଉଣ୍ଡେସନ୍‌ ପକ୍ଷରୁ ଏପର୍ଯ୍ୟନ୍ତ ମୁମ୍ବାଇର ପଶ୍ଚିମ ଉପନଗରୀୟ ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ବ ଶୌଚାଳୟ ତିଆରି କରାଯାଇଛି। କାଣ୍ଡିଭିଲି, ଗୋରେଗାଁଓ ଓ ମଲାଡ଼ରେ ସ୍ଥିତ ୧୦ରୁ ଊର୍ଦ୍ଧ୍ବ ଘରୋଇ ସ୍କୁଲ୍‌ରେ ସାନିଟାରୀ ନ୍ୟାପ୍‌କିନ୍‌ ମେସିନ୍‌ ମଧ୍ୟ ଲଗାଯାଇଛି।

ମହିଳାଙ୍କ ଦୁଃଖ ଦେଖି ନେଲେ ସଂକଳ୍ପ
କଳ୍‌କୀ ଫାଉଣ୍ଡେସନ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେମାନଙ୍କ ସମସ୍ୟାର ସମାଧାନ କରିବା। ଏକଦା ଶାଲିନୀ ବସ୍ତି ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ସାକ୍ଷାତ କରିଥିଲେ, ଯିଏ ଜୀବନରେ କେବେ ବି ଶୌଚାଳୟ ବ୍ୟବହାର କରି ନ ଥିବା କହିଥିଲେ। ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏହା ଶୁଣି ଶାଲିନୀ ଏଭଳି ମହିଳାଙ୍କ ପାଇଁ କିଛି କରିବା ପାଇଁ ସଂକଳ୍ପ ନେଇଥିଲେ।

ବାୟୋ ଟଏଲେଟ୍‌ କ’ଣ?

ବାୟୋ ଟଏଲେଟ୍‌ ଏବେ ବ୍ୟବହାର କରାଯାଉଥିବା ଟଏଲେଟ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଏଥିରେ ବ୍ୟାକ୍ଟେରିଆ ସହାୟତାରେ ମାନବ ମଳକୁ ପାଣି କିମ୍ବା ଗ୍ୟାସରେ ପରିବର୍ତ୍ତନ କରାଯାଇ ପାଣି ସଞ୍ଚୟ କରାଯାଏ। ଏଥିରେ ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ଏହି ପ୍ରକ୍ରିୟା ଅଧୀନରେ ମଳ ଷଢ଼ିଯିବା ପରେ କେବଳ ମିଥେନ୍‌ ଗ୍ୟାସ ଓ ପାଣି ହିଁ ବଞ୍ଚିଥାଏ। ଏହାପରେ ପାଣିକୁ ରିସାଇକଲ କରି ଶୌଚାଳୟରେ ବ୍ୟବହାର କରାଯାଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।