ସେପ୍ଟେମ୍ବର ୫ରୁ ବମ୍ପର କମ୍ବୋ ସେବା ଆଣୁଛି ଜିଓ

ଜିଓ ଗିଗା ଫାଇବର୍‌ ସେବାରେ ଲ୍ୟାଣ୍ଡଲାଇନ୍‌, ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌, ଡିଟିଏଚ୍‌ ଓ ହାଇ ଡେଫିନେସନ୍‌ ସୁବିଧା

ମୁମ୍ବାଇ: ଦେଶର ପ୍ରମୁଖ ଦୂରସଞ୍ଚାର କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ ଜିଓ ସେବା ମାଧ୍ୟମରେ ନିଜର ଗ୍ରାହକ ସଂଖ୍ୟାକୁ ଆଶାତୀତ ଭାବେ ବଢ଼ାଇସାରିଥିବା ବେଳେ ଆସନ୍ତା ସେପ୍ଟେମ୍ବର ୫ରୁ ଡିଟିଏଚ୍‌ ସେବା କ୍ଷେତ୍ରରେ ପ୍ରବେଶ କରିବ। ଉକ୍ତ ଦିନ ଜିଓ ଗିଗା ଫାଇବର୍‌ ସେବା ଆରମ୍ଭ ହେବ। ଏଥିରେ ଗ୍ରାହକମାନେ ଆଜୀବନ ଲ୍ୟାଣ୍ଡ୍‌ଲାଇନ୍‌ରୁ ମାଗଣା କଲିଂ ସୁବିଧା ପାଇବେ। ତା’ଛଡ଼ା ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା (ସର୍ବନିମ୍ନ ୧୦୦ ଏମ୍‌ବିପିଏସ୍‌), ମାଗଣାରେ ହାଇ ଡେଫିନେସନ୍‌ ଟିଭି ଓ ଡିଟିଏଚ୍‌ ସେବା ପାଇଁ ଉଦ୍ଦିଷ୍ଟ ଆଣ୍ଟିନା ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଉପଲବ୍ଧ ହେବ। ଏହିସବୁ ସେବା ପାଇଁ ଗ୍ରାହକଙ୍କୁ ମାସିକ ମାତ୍ର ୭ ଶହ ଟଙ୍କା ପଇଠ କରିବାକୁ ପଡ଼ିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି।

ସୋମବାର ଏଠାରେ ଆର୍‌ଆଇଏଲ୍‌ର ୪୨ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବା ଅବସରରେ ଜିଓ ଲ୍ୟାଣ୍ଡ୍‌ଲାଇନ୍‌ରୁ ଅସୀମିତ ଆଇଏସ୍‌ଡି କଲିଂ ସୁବିଧା ଉପଲବ୍ଧ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଆମେରିକା ଓ କାନାଡାକୁ ମାଗଣା କଲ୍‌ କରିବା ସକାଶେ ଗ୍ରାହକଙ୍କୁ ମାସିକ ୫୦୦ ଟଙ୍କା ପଇଠ କରିବାକୁ ପଡ଼ିବ। ଦେଶର ପ୍ରତିଟି ବର୍ଗ ନିକଟରେ ସେବାକୁ ଉପଲବ୍ଧ କରିବା ସକାଶେ ଅନ୍ତର୍ଜାତୀୟ ଦରର ଏକ-ଦଶମାଂଶ ସ୍ଥିର କରାଯାଇଛି। ଆଗାମୀ ଦିନରେ ବ୍ରଡ୍‌ବ୍ୟାଣ୍ଡ୍‌ର ସ୍ପିଡ୍‌ ୧ ଜିବିପିଏସ୍‌ରେ ପହଞ୍ଚାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ବୋଲି ଅମ୍ବାନୀ କହିଛନ୍ତି। ଜିଓ ଗିଗା ଫାଇବର୍‌ ସେବାର ମାସିକ ମୂଲ୍ୟ ୭ ଶହରୁ ଆରମ୍ଭ ହୋଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ। ଆସନ୍ତା ୨୦୨୦ ମଧ୍ୟ ଭାଗରୁ ଜିଓ ଗିଗା ଫାଇବର୍‌ ଗ୍ରାହକମାନେ ଘରେ ବସି ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ରର ପ୍ରଥମ ଶୋ’ ଉପଭୋଗ କରିପାରିବେ ବୋଲି ମଧ୍ୟ ଅମ୍ବାନୀ ଘୋଷଣା କରିଛନ୍ତି।

ଏହି ଅବସରରେ ନିଜ କମ୍ପାନୀର ଶେୟାରହୋଲଡର୍‌ ଓ ନିବେଶକମାନଙ୍କୁ ଖୁସି କରିବା ସକାଶେ ଅମ୍ବାନୀ ଘୋଷଣା କରିଛନ୍ତି ଯେ ଆସନ୍ତା ୧୮ ମାସ ମଧ୍ୟରେ ଅର୍ଥାତ୍‌ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା କମ୍ପାନୀକୁ ସମ୍ପୂର୍ଣ୍ଣ ଭାବେ ୠଣମୁକ୍ତ କରାଯିବ। ଏଥିସକାଶେ ଆବଶ୍ୟକ ରୋଡ୍‌ମ୍ୟାପ୍‌ର ପ୍ରସ୍ତୁତି ଶେଷ ହୋଇଛି ବୋଲି ଏଜିଏମ୍‌ରେ ଅମ୍ବାନୀ ଘୋଷଣା କରିଛନ୍ତି। ଗତ ୨୦୧୮-୧୯ ଆର୍ଥିକ ବର୍ଷ ଶେଷରେ ଆର୍‌ଆଇଏଲ୍‌ର ନେଟ୍‌ ୠଣ ପରିମାଣ ୧ ଲକ୍ଷ ୫୪ ହଜାର ୪୭୮ କୋଟି ଟଙ୍କା ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।