ଓଡ଼ିଶାର ସୁବ୍ରତ ଦାସଙ୍କୁ ଜାତୀୟ ଯୁବ ପୁରସ୍କାର

ସମାଜ ସେବା କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ଲାଗି ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ ୨୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏବଂ ୩ଟି ସଙ୍ଗଠନକୁ ସାଙ୍ଗଠନିକ ଭାବେ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଆଦିବିକାଶ ଓ ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗଦାନ ଲାଗି ସୋମବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ପୁରସ୍କାର ସ୍ୱରୂପ ଏକ ମେଡାଲ, ପ୍ରମାଣ ପତ୍ର ଏବଂ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ସେହିପରି ଯୁବ ସଙ୍ଗଠନଗୁଡ଼ିକୁ ପୁରସ୍କାର ସ୍ୱରୂପ ମେଡାଲ, ପ୍ରମାଣ ପତ୍ର ଏବଂ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ବ୍ୟକ୍ତିଗତ ଭାବେ ପୁରସ୍କୃତ ହୋଇଛନ୍ତି ସୁବ୍ରତ କୁମାର ଦାସ (ଓଡ଼ିଶା) ରୋହିତ କୁମାର କାଶ୍ୟପ (ଉତ୍ତର ପ୍ରଦେଶ), ବିନିତ ଦେବୀଦାଶ ମାଲପୁରେ (ମହାରାଷ୍ଟ୍ର), ମୋମୋତା ଥୌନାଓଜାମ୍‌ (ମଣିପୁର), ନିତେଶ କୁମାର ସାହୁ (ଛତିଶଗଡ଼), ଓଡ଼ିରାଜୁ ଭାମଶିକ୍ରିଷ୍ଣା (ତେଲେଙ୍ଗାନା), ପ୍ରିନ୍ସ ସିଙ୍ଘଲ (ଝାଡ଼ଖଣ୍ଡ), ଅପୂର୍ବ ଓମ୍‌ (ଦିଲ୍ଲୀ), ଏଜି ପଦ୍ମନାଭନ୍‌ (ତାମିଲନାଡୁ), ଓଁକାର ରାଜୀବ ନାଭାଲିହାଲକାର (ମହାରାଷ୍ଟ୍ର), ଗାତେମ ଭେଙ୍କଟେସ୍‌ (ଆନ୍ଧ୍ର ପ୍ରଦେଶ), କେ କ୍ରିର୍ଷ୍ଣା ମୋହନ ସିଙ୍ଘା (ଆସାମ), ପୃଧ୍ୱୀ ଗୋଲା (ଆନ୍ଧ୍ର ପ୍ରଦେଶ), ରାଜୁ ଗୋରାଇ (ପଶ୍ଚିମବଙ୍ଗ), ରହୁଲ ଦାବୁର (ହରିୟାନା), ହଂସରାଜ ଖାଟାୱାଲିଆ (ରାଜସ୍ଥାନ), ପ୍ରିତୀଶ କୁମାର (ଉତ୍ତର ପ୍ରଦେଶ), ମୃତ୍ୟୁଞ୍ଜୟ ଦ୍ୱିବେଦୀ (ଉତ୍ତର ପ୍ରଦେଶ), ମିତେଶ ଗଜ୍ଜର (ଗୁଜୁରାଟ), ମନୁ କାମ୍ବୋଜ (ରାଜସ୍ଥାନ)। ସେହିପରି ସଙ୍ଗଠନ ବର୍ଗରେ ଇକୋ-ପ୍ରୋ ବହୁଦେଶୀୟ ସଂସ୍ଥା, ଚନ୍ଦ୍ରପୁର (ମହାରାଷ୍ଟ୍ର), କେୟାର ଆଣ୍ଡ୍‌ ସେୟାର ଫାଉଣ୍ଡେସନ୍‌ (ମଣିପୁର), ସମଉତ୍କର୍ଷ ଯୁବ ବିକାଶ ନବଯୁବକ ମଣ୍ଡଳ, ରାଜସ୍ଥାନ ପୁରସ୍କୃତ  ହୋଇଛି।

ଏହି ପୁରସ୍କାରର ଲକ୍ଷ୍ୟ ହେଉଛି ଜାତୀୟ ବିକାଶ ଓ ସମାଜ ସେବା କ୍ଷେତ୍ରରେ ଉକ୍ରର୍ଷ ହାସଲ କରିଥିବା, ଭଲ ନାଗରିକ ହେବା ପାଇଁ ଯୁବ ବର୍ଗଙ୍କୁ ପ୍ରୋତ୍ସାହିତ କରିଥିବା ଏବଂ ସମାଜ ସେବାରେ ଉତ୍କୃଷ୍ଟ ଯୋଗଦାନ କରିଥିବା ବ୍ୟକ୍ତିବିଶେଷ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସ୍ୱୀକୃତି ଓ ସମ୍ମାନ ଦେବା ଲକ୍ଷ୍ୟରେ ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହିତ ଭାରତୀୟ ଯୁବବର୍ଗଙ୍କ ଦୃଷ୍ଟିରେ ଚାଇନା -୨୦୧୯’ ଶୀର୍ଷକ ଫଟୋ ପ୍ରଦର୍ଶନୀ ପାଇଁ ୩ଟି ବ୍ୟକ୍ତିଗତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।