ରେସ୍‌ଲିଂରୁ ରାଜନୀତି: ବିଜେପିରେ ମିଶିଲେ ମହାବୀର ଓ ବବିତା


ନୂଆଦିଲ୍ଲୀ: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରେସ୍‌ଲିଂ ପାଇଁ ଖ୍ୟାତି ଅର୍ଜନ କରିଥିବା ମହାବୀର ସିଂହ ଫୋଗାଟ୍‌ ଓ ତାଙ୍କ ସୁପୁତ୍ରୀ ବବିତା ଫୋଗାଟ୍‌ ସୋମବାର ରେସ୍‌ଲିଂ ଜଗତରୁ ରାଜନୀତି ଜଗତକୁ ଲମ୍ଫ ପ୍ରଦାନ କରିଛନ୍ତି। ଉଭୟ ପିତା-ପୁତ୍ରୀ ବିଜେପିରେ ଯୋଗ ଦେଇ ସେମାନଙ୍କ ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍‌ ରିଜିଜୁଙ୍କ ଉପସ୍ଥିତିରେ ଉଭୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ପକ୍ଷରୁ ଟ୍ବିଟର୍‌ ହ୍ୟାଣ୍ଡଲ୍‌ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଉଭୟ ମହାବୀର ଓ ବବିତାଙ୍କୁ ବିଜେପିକୁ ସ୍ବାଗତ କରାଯିବା ସହ ଏହା ଦଳ ପାଇଁ ଖୁସିର ବିଷୟ ବୋଲି ରିଜିଜୁ କହିଛନ୍ତି। ଏକ ଛୋଟ ଗାଁରେ ବସବାସ କରୁଥିଲେ ମଧ୍ୟ ସେ ଏକାଧିକ ଚାମ୍ପିଅନ୍‌ ସୃଷ୍ଟି କରିଥିବାରୁ ମହାବୀର ସମଗ୍ର ସମାଜ ପାଇଁ ରୋଲ୍‌ ମଡେଲ୍‌ ବୋଲି ତାଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶଂସା କରି ରିଜିଜୁ କହିଛନ୍ତି।

ସେହିପରି ବବିତାଙ୍କୁ ମଧ୍ୟ ରିଜିଜୁ ପ୍ରଶଂସା କରିବା ସହ ସେ ଯୁବପିଢ଼ି ପାଇଁ ଆଦର୍ଶ ଓ ରାଜନୀତିରେ ଯୋଗ ଦେବା ପରେ ମଧ୍ୟ ସେ କ୍ରୀଡ଼ା ଜଗତରେ ସକ୍ରିୟ ରହିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ମହାବୀର ହରିୟାଣାରେ ଦୁଷ୍ୟନ୍ତ ଚୌତାଲାଙ୍କ ଦ୍ବାରା ପ୍ରତିଷ୍ଠିତ ଜନନାୟକ ଜନତା ପାର୍ଟି (ଜେଜେପି)ର ସଦସ୍ୟ ଭାବେ ୨୦୧୮ ଡିସେମ୍ବରରେ ଯୋଗ ଦେଇଥିଲେ। ତାଙ୍କୁ ସେତେବେଳେ ଦଳର କ୍ରୀଡ଼ା ଶାଖାର ମୁଖ୍ୟ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ବବିତା ସବୁବେଳେ ବିଜେପିକୁ ସମର୍ଥନ କରିଆସିଛନ୍ତି। ଗତ ସପ୍ତାହରେ ଯେତେବେଳେ କେନ୍ଦ୍ର ସରକାର ସମ୍ବିଧାନରୁ ୩୭୦ ଧାରା ଉଚ୍ଛେଦ କଲେ, ସେତେବେଳେ ସେ ନରେନ୍ଦ୍ର ମୋଦି ସରକାରକୁ ଟ୍ବିଟ୍‌ କରି ଭୁରି ଭୁରି ପ୍ରଶଂସା କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରାଜ୍ୟସଭାରେ ଏହି ପ୍ରସ୍ତାବ ଆଗତ କରିବା ପରେ ବବିତା ଏହି ଦିନଟିକୁ ସମଗ୍ର ଭାରତ ମନେ ରଖିବ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହଙ୍କୁ ପ୍ରଶଂସା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।