୩୨ ପ୍ରତିଶତ ବଢିଲା ଆମେରିକାକୁ ଭାରତୀୟ ସାମଗ୍ରୀର ରପ୍ତାନୀ


ନୂଆଦିଲ୍ଲୀ: ଆମେରିକା ଦ୍ଵାରା ଭାରତକୁ ସାମଗ୍ରୀ ଉପରେ ଦିଆଯାଉଥିବା ଶୁଳ୍କ ବ୍ୟବସ୍ଥା ଜିଏସ୍‌ପିର ଲାଭ ସମାପ୍ତ ପରେ ଓଲଟା ଭାରତକୁ ଲାଭ ହୋଇଛି। ଏହି ବ୍ୟବସ୍ଥା ଆଧାରରେ ଭାରତୀୟ ବସ୍ତୁର ହେଉଥିବା ରପ୍ତାନୀରେ ୩୨ ପ୍ରତିଶତ ବୃଦ୍ଧି ଘଟିଛି। ଭାରତୀୟ ବାଣିଜ୍ୟ ସମ୍ବର୍ଦ୍ଧନ ପରିଷଦ(ଟିପିସିଆଇ) ପକ୍ଷରୁ ଏହି ସୂଚନା ମିଳିଛି। ଟିପିସିଆଇ ଆମେରିକା ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ଆୟୋଗ(ୟୁଏସଆଇଟିସି)ର ତଥ୍ୟକୁ ଉଲ୍ଲେଖ କରି କହିଛି ଯେ ଯେଉଁ ଭାରତୀୟ ବସ୍ତୁକୁ ଜିଏସ୍‌ପି ଲାଭ ମିଳୁଥିଲା, ସେହି ବସ୍ତୁର ରପ୍ତାନୀ ଗତ ବର୍ଷ ଜୁନରେ ୪୯.୫୭ କୋଟି ଡଲାରରୁ ବୃଦ୍ଧି ପାଇ ଚଳିତ ବର୍ଷ ଜୁନ ମାସରେ ୬୫.୭୪ କୋଟି ଡଲାରରେ ପହଞ୍ଚିଛି।

ଟିପିସିଆଇର ଅଧ୍ୟକ୍ଷ ମୋହିତ ସିଙ୍ଗଲା ଏକ ବୟାନରେ କହିଛନ୍ତି ଯେ ଗତ ବର୍ଷ ଜୁନ ମାସ ତୁଳନାରେ ଚଳିତ ବର୍ଷ ଜୁନରେ ଆମେରିକାକୁ ରପ୍ତାନୀ ହେଉଥିବା ଜିଏସ୍‌ପି ପ୍ରତ୍ୟାହୃତ ଭାରତୀୟ ସାମଗ୍ରୀର ରପ୍ତାନୀରେ ୩୨ ପ୍ରତିଶତ ବୃଦ୍ଧି ହୋଇଛି। ସେ ପୁଣି କହିଛନ୍ତି, ଏହା ଗୁରୁତ୍ବପୂର୍ଣ୍ଣ ଯେ ଜିଏସ୍‌ପି ଆଧାରରେ ୧୯ କୋଟି ଡଲାରର ଲାଭ ମିଳିବ ବୋଲି ଦାବି କରାଯାଉଥିଲା। ମାତ୍ର ଏହା ହଟିବା ପରେ ବି ୧୬.୧୭ କୋଟି ଡଲାରର ଲାଭ ହୋଇ ସାରିଛି। ଏବେ ମାତ୍ର ୨.୮୩ କୋଟି ଡଲାରର ଲାଭ ହାସଲ କରିବାକୁ ବାକି ରହିଛି ବୋଲି ସେ ସୂଚାଇଥିଲେ।

ଯେଉଁ ଉତ୍ପାଦର ରପ୍ତାନୀରେ ବୃଦ୍ଧି ଦେଖିବାକୁ ମିଳିଛି, ସେଥିରେ ପ୍ଲାଷ୍ଟିକ, ରବର, ଆଲୁମିନିୟମ, ମେସିନ ଓ ଉପକରଣ, ପରିବହନ ଉପକରଣ, ଚମଡ଼ା, ମୋତି, ମୂଲ୍ୟବାନ ପଥର ଆଦି ସାମିଲ। ସିଙ୍ଗଲା କହିଛନ୍ତି ଏଥିରୁ ଜଣାପଡ଼ୁଛି ଯେ ଭାରତୀୟ ବସ୍ତୁ ବିଶ୍ଵସ୍ତରରେ ପ୍ରତିଯୋଗିତା କରିବାର କ୍ଷମତା ରଖିଛି। ଉଲ୍ଲେଖଯୋଗ୍ୟ, କିଛି ଆମେରିକୀୟ ସାଂସଦ ଟ୍ରମ୍ପଙ୍କୁ ପରାମର୍ଶ ଦେଇଥିଲେ ଯେ ଭାରତଠୁ ଏହି ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରା ନ ଯାଉ। କାରଣ ଏହି ପଦକ୍ଷେପରେ ଆମେରିକା ଉଦ୍ୟୋଗପତିଙ୍କୁ ପ୍ରତି ବର୍ଷ ୩୦ କୋଟି ଡଲାରର ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ।

ଆମେରିକା ଜୁନ ୫ରେ ଭାରତୀୟ ଉତ୍ପାଦ ଶୁଳ୍କରେ ସାମାନ୍ୟ ଛାଡ଼ ପ୍ରଣାଳୀ(ଜିଏସପି) ଆଧାରରେ ମିଳୁଥିବା ପ୍ରୋତ୍ସାହନ ସୁବିଧାକୁ ସମାପ୍ତ କରି ଦେଇଥିଲା। ଏହି ସୁବିଧା ୧୯୦୦ ଭାରତୀୟ ଉତ୍ପାଦ ଉପରେ ଦିଆଯାଉଥିଲା। ଜିଏସ୍‌ପି ଅର୍ଥାତ ଜେନେରାଲାଇଜ୍‌ଡ ସିଷ୍ଟମ ଅଫ ପ୍ରିଫରେନ୍ସ। ଏହାର ଆରମ୍ଭ ୧୯୭୬ରେ ବିକାଶଶୀଳ ଦେଶଗୁଡିକର ଆର୍ଥିକ ବୃଦ୍ଧି ବଢାଇବା ପାଇଁ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।