ଏଲଓସିରେ ଟ୍ୟାଙ୍କ ଓ ଯୁଦ୍ଧ ଜାହାଜ ମୁତୟନ କରୁଛି ପାକିସ୍ତାନ


ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ପାକିସ୍ତାନ ସୀମାରେ ଏବେ ବଡ଼ ଧରଣର ଚକ୍ରାନ୍ତ ଚଳାଇଛି। ଜମ୍ମୁ-କଶ୍ମୀର ସୀମାରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ରର ଖୁଲାସା ହୋଇଛି। ସୂତ୍ର ମୁତାବକ ପାକିସ୍ତାନ ନିୟନ୍ତ୍ରିତ ରେଖା(ଏଲଓସି)ରେ ବିପୁଳ ପରିମାଣରେ ତୋପ ମୁତୟନ କରିଛି। ଏହା ମଧ୍ୟ କୁହାଯାଉଛି ଯେ ପାକିସ୍ତାନ ନିଜର ସମସ୍ତ  ବାୟୁସେନା ଘାଟିରେ ଅଗ୍ରୀମ ଲଢୁଆ ବିମାନ ମଧ୍ୟ ମୁତୟନ କରିଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ଏଥିରେ ବିଚଳିତ ହୋଇ କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ସହ ପରବର୍ତ୍ତୀ ସମୟରେ ଟ୍ରେନ ସେବା ଓ ବସ୍‌ ସେବାକୁ ମଧ୍ୟ ବାତିଲ କରିଛି। ମାତ୍ର, ଇମ୍ରାନ ସରକାରଙ୍କ ଏହି ନିଷ୍ପତ୍ତିରେ ପାକିସ୍ତାନରେ ଚହଳ ପଡିଛି। ପାକିସ୍ତାନର ବାଣିଜ୍ୟିକ ସଂପର୍କ ଛିନ୍ନ ନିଷ୍ପତ୍ତି ପରିପ୍ରେକ୍ଷୀରେ ଭାରତୀୟ ଚାଷୀ ଓ ବ୍ୟବସାୟୀ ମଧ୍ୟ ପାକିସ୍ତାନକୁ ନିଜର ସାମଗ୍ରୀ ରପ୍ତାନୀ କରିବାକୁ ମନା କରି ଦେଇଛନ୍ତି। ଏହା ସହିତ ସରକାର ଆମଦାନି ଶୁଳ୍କ ବଢାଇ ୨୦୦ ପ୍ରତିଶତ କରିଛନ୍ତି। ଏହି କାରଣରୁ ପାକିସ୍ତାନ ବଜାରରେ ଟମାଟୋ କିଲୋ ପ୍ରତି ୩୦୦ ଟଙ୍କାରେ ପହଞ୍ଚିଛି।

ଜମ୍ମୁ-କଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦ ହଟିବା ପରେ ବ୍ୟସ୍ତ ବିବ୍ରତ ପାକିସ୍ତାନ ଅଯଥା ପ୍ରତିକ୍ରିୟାଶୀଳ ହୋଇ ତରବିଆ ଭାବେ ଅନେକ ନିଷ୍ପତ୍ତି ନେଇଛି। ଯାହାର ଓଲଟା ପ୍ରଭାବ ପାକିସ୍ତାନ ଉପରେ ପଡ଼ିଛି। ଏହା ପରେ ମଧ୍ୟ ପାକ୍ ନିଜର ହୀନ ଚକ୍ରାନ୍ତରୁ ନିବୃତ୍ତ ହେଉ ନାହିଁ। ସୀମାରେ ସୈନ୍ୟ ଠୁଳ କରିବା ସହିତ ବିପୁଳ ପରିମାଣରେ ତୋପ ମୁତୟନ କରିଛି। ଏହା ସହ ନିଜର ବାୟୁସେନା ଘାଟିରେ ଲଢୁଆ ବିମାନ ମୁତୟନ କରୁଥିବା ଜଣା ପଡିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।