ଚଟାପଟ୍‌ ତିଆରି କରନ୍ତୁ ଆପଲ ମିଲ୍କ ଶେକ୍‌


ଅଧିକାଂଶ ପିଲା କ୍ଷୀର ଓ ଫଳ ନାଁ ଶୁଣିବା ମାତ୍ରେ ଦୂରକୁ ଚାଲି ଯା୍ରାନ୍ତି। ଏପରିସ୍ଥଳେ ମା’ ବାପାମାନେ ସେମାନଙ୍କୁ ଦୁଇଟିଯାକ ପୋଷକତତ୍ତ୍ବ ଦେବା ପାଇଁ ଅନେକ ପ୍ରକାରର ଉପାୟ ଖୋଜିଥାନ୍ତି। ଯାହାଫଳରେ ସେମାନେ ଖାଇବାକୁ ମନା କରିପାରିବେ ନାହିଁ। ସେଓର ଫାଇଦା ତ ସମସ୍ତେ ଜାଣନ୍ତି। ତେଣୁ ଏଠାରେ ଟେଷ୍ଟି ଏଣ୍ଡ ହେଲ୍‌ଦି ଆପଲ ମିଲ୍କ ଶେକ୍‌ ତିଆରି କରିବା ଉପାୟ କୁହାଯାଇଛି। ଯାହା କେବଳ ପିଲା ନୁହେଁ, ଘରର ସମସ୍ତ ସଦସ୍ୟ ମଧ୍ୟ ଖୁସିରେ ଆପଲ ମିଲ୍କ ଶେକ୍‌ ପିଇବେ। ଚାଲନ୍ତୁ ଜାଣିବା ଏହି ଏପଲ୍‌ ମିଲ୍କ ଶେକ୍‌ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧ଟା ସେଓ, ୨ ଗ୍ଲାସ୍‌ କ୍ଷୀର, ୧ ଟେବଲସ୍ପୁନ୍‌ ମହୁ, ୨ ଟେବଲସ୍ପୁନ୍‌ ପାଉଡର ଚିନି, ୧ ଚାମଚ ଡାଳଚିନି ପାଉଡର, ୨ ଟେବଲସ୍ପୁନ୍‌ କ୍ରଶ୍‌ଡ ବରଫ, ୩ରୁ ୪ ଟା ବାଦାମ, ୧୦ଟି କିସ୍‌ମିଶ୍‌, ୧୦ଟା ପିସ୍ତା।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସେଓର ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ। ବ୍ଲେଣ୍ଡରରେ ସେଓ ଓ କ୍ଷୀର ରଖି ଭଲ ଭାବେ ମିକ୍ସ କରନ୍ତୁ। ଏହାପରେ ମହୁ, ଚିନି, ଡାଳଚିନି, ଗୁଜୁରାତି ଗୁଣ୍ଡ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଲ ମିଲ୍କ ଶେକ୍‌। ଗ୍ଲାସ୍‌କୁ ବାହାର କରି କ୍ରଶ୍‌ଡ୍‌ ବରଫ ଓ ଡ୍ରାଏ ଫ୍ରୁଟ୍‌ରେ ସଜାଇ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ