ଦିନିକିଆ ସିରିଜ୍‌ରେ ଭାରତକୁ ଅଗ୍ରଣୀ ଦେଲେ କୋହଲି ଓ ଭୁବି


ତ୍ରିନିଦାଦ୍‌: ଚଳିତ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି କାରଣରୁ ବାତିଲ୍‌ ହୋଇଯିବା ପରେ ରବିବାର ଏଠାରେ ଦ୍ବିତୀୟ ଦିନିକିଆ ଖେଳାଯାଇଛି। ଏଥିରେ ଭାରତ ଘରୋଇ ଇଣ୍ଡିଜ୍‌କୁ ଡକ୍‌ୱର୍ଥ ଲୁଇସ୍‌ (ଡି/ଏଲ୍‌) ନିୟମରେ ୫୯ ରନ୍‌ରେ ପରାସ୍ତ କରି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଦଳକୁ ସିରିଜ୍‌ରେ ଅଗ୍ରଣୀ ଦେଇଛନ୍ତି ଦୁଇ ଜଣ ପ୍ରମୁଖ ଖେଳାଳି। ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଶତକୀୟ ଇନିଂସ ଖେଳି ଦଳୀୟ ସ୍କୋର୍‌କୁ ୭ ୱିକେଟ୍‌ ବିନିମୟରେ ୨୭୯ରେ ପହଞ୍ଚାଇବା ପରେ ବୋଲିଂରେ ଭୁବନେଶ୍ବର କୁମାର ୪ଟି ୱିକେଟ୍‌ ନେଇ ଘରୋଇ ଦଳର ଇନିଂସକୁ ୨୧୦ ରନ୍‌ରେ ସୀମିତ ରଖିଥିଲେ। ଦିନିକିଆ କ୍ୟାରିଅର୍‌ରେ ୪୨ତମ ଶତକ ହାସଲ କରିବା ସହ ଏକାଧିକ ରେକର୍ଡ ପ୍ରତିଷ୍ଠା କରିଥିବା କୋହଲି ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ପ୍ରଥମ ଓଭର୍‌ରେ ଓପନର ଶିଖର ଧୱନ୍‌ (୨)ଙ୍କୁ ହରାଇଥିଲା। କିନ୍ତୁ ଦ୍ବିତୀୟ ୱିକେଟ୍‌ ପାଇଁ ଅନ୍ୟତମ ଓପନର ରୋହିତ ଶର୍ମା ଓ ଅଧିନାୟକ କୋହଲି ୭୪ ରନ୍‌ ଯୋଡ଼ିଥିଲେ। ଇତିମଧ୍ୟରେ କୋହଲି-ରୋହିତ ଭାରତ ପକ୍ଷରୁ ଦ୍ବିତୀୟ ସର୍ବାଧିକ ପାର୍ଟନର୍‌ଶିପ୍‌ କରିଥିଲେ। ରୋହିତ ୨ଟି ଚୌକା ସହ ୧୮ ରନ୍‌ କରି ବିଦାୟ ନେବା ପରେ ୠଷଭ ପନ୍ତ୍‌ ୨ଟି ଚୌକା ସହ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ସମୟରେ ଅଧିନାୟକ କୋହଲି ଓ ଯୁବ ଖେଳାଳି ଶ୍ରେୟସ୍‌ ଆୟର୍‌ଙ୍କ ମଧ୍ୟରେ ୧୨୫ ରନ୍‌ର ବଡ଼ ଭାଗିଦାରୀ ହେବା ଫଳରେ ଭାରତ ଦୁଇ ଶହ ଅତିକ୍ରମ କରିଥିଲା। ଇତି ମଧ୍ୟରେ କୋହଲି ତାଙ୍କର ଶତକ ପୂରଣ କରିଥିଲେ। କୋହଲି ୧୨୫ ବଲ୍‌ ଖେଳି ୧୪ ଚୌକା ଓ ଗୋଟିଏ ଛକା ସହ ୧୨୦ ରନ୍‌ କରିଥିଲେ।

ଏଥିସହ ସେ ୱେଷ୍ଟ୍‌ଇଣ୍ଡିଜ୍‌ ମାଟିରେ ଅଧିନାୟକ ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିଥିଲେ। ପୂର୍ବରୁ ଏହି ରେକର୍ଡ ଇଣ୍ଡିଜ୍‌ର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରା (୧୧୬)ଙ୍କ ନାମରେ ଥିଲା। ସେହିପରି କୋହଲି ମଧ୍ୟ ଇଣ୍ଡିଜ୍‌ ବିପକ୍ଷରେ ମାତ୍ର ୩୪ଟି ମ୍ୟାଚ୍‌ରେ ୨ ହଜାର ରନ୍‌ ପୂରଣ କରି ଏକ ନିର୍ଦ୍ଦିଷ୍ଟ ଦେଶ ବିପକ୍ଷରେ ଏହି ସଂଖ୍ୟକ ରନ୍‌ ପୂରଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ରୋହିତଙ୍କ ନାମରେ ଏହି ରେକର୍ଡ ଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୩୭ଟି ମ୍ୟାଚ୍‌ରେ ୨୦୦୦ ରନ୍‌ ପୂରଣ କରିଥିଲେ। ଏହା ମଧ୍ୟ କୋହଲିଙ୍କର ଇଣ୍ଡିଜ୍‌ ବିପକ୍ଷରେ ଅଷ୍ଟମ ଶତକ। କୌଣସି ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍‌ ସୂଚୀରେ କୋହଲି ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ସହ ସଚିନ୍‌ ପ୍ରଥମ ସ୍ଥାନରେ ଅଛନ୍ତି। ଭାରତ ପକ୍ଷରୁ ଆୟର୍‌ ୬୮ ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ସହ ୭୧ ରନ୍‌ କରିଥିବା ବେଳେ କେଦାର ଯାଦବ ଓ ରବୀନ୍ଦ୍ର ଜାଡେଜା ୧୬ ରନ୍‌ ଲେଖାଏଁ କରିଥିଲେ। ଇଣ୍ଡିଜ୍‌ ପକ୍ଷରୁ କାର୍ଲୋସ୍‌ ବ୍ରେଥ୍‌ୱେଟ୍‌ ସର୍ବାଧିକ ୩ଟି ୱିକେଟ୍‌‌ ନେଇଥିଲେ।

ଜବାବରେ ଇଣ୍ଡିଜ୍‌ ବେଶ୍‌ ମନ୍ଥର ଗତିରେ ଇନିଂସ ଆରମ୍ଭ କରିଥିଲା। କିନ୍ତୁ ଦଳୀୟ ସ୍କୋର୍‌ ୪୫ ଥିବା ବେଳେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ (୧୧)ଙ୍କୁ ଭୁବି ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିଦେଇଥିଲେ। ପରେ ଶାଇ ହୋପ୍‌ ମାତ୍ର ୫ ରନ୍‌ କରି ଖଲିଲ୍‌ ଅହମଦଙ୍କ ଶିକାର ହୋଇଥିଲେ। ଏହାପରେ ବର୍ଷା ପାଇଁ କିଛି ସମୟ ଖେଳ ବନ୍ଦ ରହିବା ଫଳରେ ଇଣ୍ଡିଜ୍‌ ପାଇଁ ୪୬ ଓଭର୍‌ରେ ୨୬୦ ରନ୍‌ର ଟାର୍ଗେଟ୍‌ ଧାର୍ଯ୍ୟ କରାଯାଇଥିଲା। ଅନ୍ୟତମ ଓପନର ଏଭିନ୍‌ ଲୁଇସ୍‌ ଓ ନିକୋଲାସ୍‌ ପୂରନ୍‌ ଯଥାକ୍ରମେ ୬୫ ଓ ୪୨ ରନ୍ କରିଥିଲେ ହେଁ ଭାରତୀୟ ବୋଲର୍‌ମାନେ କୌଣସି ବଡ଼ ଭାଗିଦାରୀ ହେବାକୁ ନ ଦେବା ଫଳରେ ଇଣ୍ଡିଜ୍‌ ୪୨ ଓଭର୍‌ରେ ୨୧୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଲୁଇସ୍‌ଙ୍କ ଇନିଂସରେ ୮ଟି ଚୌକା ଓ ଗୋଟିଏ ଛକା ରହିଥିବା ବେଳେ ପୂରନ୍‌ ୪ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଏହାଛଡ଼ା ଶିମରୋନ ହେଟମେୟର୍‌ ଓ ରୋଷ୍ଟନ୍‌ ଚେଜ୍‌ ୧୮ ଲେଖାଏଁ ଓ ଶେଲଡନ୍‌ କୋଟ୍ରେଲ୍‌ ୨ଟି ଚୌକା ଓ ଗୋଟିଏ ଛକା ସହ ୧୭ ରନ୍‌ କରିଥିଲେ। ଭାରତ ପକ୍ଷରୁ ଭୁବି ୪ଟି, ମହମ୍ମଦ ଶମୀ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ସିରିଜ୍‌ର ତୃତୀୟ ତଥା ଅନ୍ତିମ ଦିନିକିଆ ଆସନ୍ତା ୧୪ ତାରିଖରେ ଏଠାରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।