ଜାଣନ୍ତୁ କିଚେନ୍‌ ସହିତ ଜଡ଼ିତ ବାସ୍ତୁ ଟିପ୍ସ


ଘର ଲୋକଙ୍କ ରୋଗର କାରଣ କେବଳ ଖରାପ ଖାଦ୍ୟପେୟ କିମ୍ବା ରୋଷେଇ ଘରର ଅପରିଷ୍କାର ଅପରିଚ୍ଛନ୍ନତା ନୁହେଁ, ଏହାର କାରଣ କିଚେନ୍‌ର ବାସ୍ତୁ ଦୋଷ ମଧ୍ୟ ହୋଇପାରେ। ଅନେକ ସମୟରେ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇବା ପରେ ମଧ୍ୟ ଘରର କୌଣସି ନା କୌଣସି ସଦସ୍ୟ ରୋଗରେ ପଡ଼ିଯାଆନ୍ତି। ଆପଣଙ୍କ ଘରେ ମଧ୍ୟ କ’ଣ ଏପରି ହେଉଛି କି? ଏହାର କାରଣ କିଚେନ୍‌ ସହିତ ଜଡ଼ିତ ବାସ୍ତୁଦୋଷ ହୋଇପାରେ। ଚାଲନ୍ତୁ ଜାଣିବା ଏପରି କେତେକ ବାସ୍ତୁ ଟିପ୍ସ ସମ୍ପର୍କରେ ଯାହା ଆପଣଙ୍କ ଘରର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିପାରେ।

ନ ଗାଧୋଇ ରୋଷେଇ ଘରେ ପ୍ରବେଶ
ଯେଉଁ ସ୍ତ୍ରୀ ମାନେ ନ ଗାଧୋଇ ରୋଷେଇ ଘରକୁ ଯାଇ କାମ ଆରମ୍ଭ କରନ୍ତି, ସେହି ଘରେ ରୋଗ କେବେ ବି ଶେଷ ହୋଇ ନ ଥାଏ। ଅନେକ ଲୋକେ ଉଠିବା ମାତ୍ରେ ଚା’ ପିଇବାକୁ ପସନ୍ଦ କରନ୍ତି। ସ୍ନାନ ନ କରି, ଏପରିକି ବ୍ରଶ୍‌ ମଧ୍ୟ ନ କରି କିଚେନ୍‌କୁ ଯାଇ ଚା’ ତିଆରି କରିଥାଆନ୍ତି। ଏପରି କରିବା ଦ୍ବାରା କେବଳ ରୋଷେଇ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇ ନ ଥାଏ, ପତି ପତ୍ନୀଙ୍କ ମଧ୍ୟରେ ମଦଭେଦ ସୃଷ୍ଟି ହୋଇଥାଏ। ପିଲାଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ସବୁବେଳେ ସ୍ନାନ କରିବା ପରେ ରୋଷେଇ ଘରେ ପ୍ରବେଶ କରିବା ଉଚିତ। ଯାହାଫଳରେ ଆପଣଙ୍କ ଘର ଲୋକଙ୍କ ସ୍ବାସ୍ଥ୍ୟ ଓ ଖୁସି ସବୁବେଳେ କାଏମ ରହିବ।

ପଶ୍ଚିମ ଦିଗରେ ରୋଷେଇ କରନ୍ତୁ

ରୋଷେଇ ଘରେ ଚୁଲିର ମୁହଁ ପଶ୍ଚିମ ଦିଗକୁ ରହିବା ଦରକାର। ପୂର୍ବ ଦିଗରେ ଠିଆ ହୋଇ କିମ୍ବା ବସି ତିଆରି କରାଯାଇଥିବା ଖାଦ୍ୟ ଘର ଲୋକଙ୍କୁ ଶକ୍ତି ଯୋଗାଇଥାଏ। ଘରର ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ବିଶେଷକରି ପୂର୍ବାଭିମୁଖ କରି ଭୋଜନ ପ୍ରସ୍ତୁତ କରିବା ବ୍ୟବସ୍ଥା କରାଯିବା ଉଚିତ। ଏହାଦ୍ବାରା ତାଙ୍କର ଶକ୍ତି ବୃଦ୍ଧି ହେବ। ଘରେ ସୁଖ ଶାନ୍ତି ଅକ୍ଷୂଣ୍ଣ ରଖିବା ଲାଗି ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ। ଏହି ଦିଗ ସବୁଠାରୁ ଉତ୍ତମ ବୋଲି କୁହାଯାଏ। ଘରର କିଚେନ୍‌ ଯେ କୌଣସି ଦିଗରେ ହେଉ ନା କାହିଁକି ଖାଦ୍ୟ ପ୍ରସ୍ତୁତ କରୁଥିବା ଲୋକଙ୍କ ମୁହଁ ପୂର୍ବ ଦିଗ ଆଡ଼କୁ ରହିଲେ ଶୁଭ ବୋଲି କୁହାଯାଏ।

ଦକ୍ଷିଣ ଦିଗରେ ହୋଇଥାଏ କ୍ଷତିକାରକ

ରୋଷେଇ ଘରେ ଖାଦ୍ୟ ଦକ୍ଷିଣ ଦିଗରେ ପ୍ରସ୍ତୁତ କରିବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଆପଣ ପଳୂର୍ବ ଦିଗକୁ ମୁହଁ କରି ଖାଦ୍ୟ ନ ରାନ୍ଧିଲେ ଚଳିବ, କିନ୍ତୁ ଦକ୍ଷିଣ ଦିଗରେ ଖାଦ୍ୟ ତିଆରି କରିବାର ଭୁଲ୍‌ କେବେ ବି କରନ୍ତୁ ନାହିଁ। ରୋଗ ସହିତ ଏହି ଦିଗରେ ଖାଦ୍ୟ ରାନ୍ଧିବା ଦ୍ବାରା କଳି ଝଗଡ଼ାର କାରଣ ମଧ୍ୟ ହୋଇଥାଏ। ଯାହାଫଳରେ ଘରର ସୁଖ ଶାନ୍ତି ସମ୍ପୂର୍ଣ୍ଣ ଭାବେ ଭଙ୍ଗ ହୋଇଯାଏ।

ପୂର୍ବ ଦିଗରେ ଝରକା
ଘରେ ସୁଖ ଶାନ୍ତି ଅକ୍ଷୂଣ୍ଣ ରଖିବା ଲାଗି ରୋଷେଇ ଘରର ପୂର୍ବ ଦିଗରେ ଝରକା ନିହାତି ଭାବେ ତିଆରି କରନ୍ତୁ। ଘରୁ କୌଣସି ବି ପ୍ରକାରର ନେଗେଟିଭ୍‌ ଶକ୍ତି ବାହାରକୁ ବାହାର କରିବାରେ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇ ନ ପାରେ। ଝରକା ମଧ୍ୟ ବହୁତ ବଡ଼ ହେବା ଉଚିତ, ଯାହାଫଳରେ କିଚେନ୍‌କୁ ବାହାରର ତାଜା ପବନ ଆସିପାରିବ। ଏଥିସହିତ ଏହା ଆପଣଙ୍କ କିଚେନ୍‌କୁ ଏକ ଅଲଗା ଲୁକ୍‌ ପ୍ରଦାନ କରିବ।

ପଶୁଙ୍କ ପାଇଁ ରୁଟି

ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ରୁଟି ତିଆରି କରିବାବେଳେ ପ୍ରଥମ ରୁଟି ଗାଈ କିମ୍ବା କୁକୁରକୁ ନିହାତି ଭାବେ ଖୁଆଇବା ଉଚିତ। ଏପରି କରିବା ଦ୍ବାରା ଶରୀର ସୁସ୍ଥ ରହିବା ସହିତ ଶୁଭ କାମରେ ଆସୁଥିବର ବିଘ୍ନ ମଧ୍ୟ ଦୂର ହୋଇଯିବ। କୁକୁରକୁ କ୍ଷୀର ଓ ରୁଟି ଖୁଆଇବା ଦ୍ବାରା ଆପଣଙ୍କର ଦୀର୍ଘ ଦିନ ଧରି ଚାଲିଥିବା ଶତ୍ରୁତା ଦୂର ହୋଇପାରେ।

ବାଥ୍‌ରୁମ୍‌ ସାମ୍ନାରେ ରୋଷେଇ ଘର

ବାସ୍ତୁ ଅନୁସାରେ ଘରର ବାଥ୍‌ରୁମ୍‌ ସାମ୍ନାରେ ରୋଷେଇ ଘର ତିଆରି କରିବା ଉଚିତ ନୁହେଁ। ଯଦି କିଚେନ୍‌ ଆଖପାଖରେ ବାଥ୍‌ରୁମ୍‌ ରହିଛି, ତେବେ ଏହାର କବାଟ ସବୁବେଳେ ବନ୍ଦ ରଖନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ