ଏମିଙ୍କଠାରୁ ନିଅନ୍ତୁ ମାଟର୍ନିଟି ଫ୍ୟାଶନ୍‌ ଟିପ୍ସ


ବ୍ରିଟିଶ ଅଭିନେତ୍ରୀ ତଥା ମଡେଲ୍‌ ଏମି ଜ୍ୟାକ୍‌ସନ୍‌ ଅନେକ ଗୁଡ଼ିଏ ବଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ଏବେ ଏମି ତାଙ୍କ ପ୍ରଥମ ସନ୍ତାନର ସ୍ବାଗତ କରୁଛନ୍ତି। ପ୍ରେଗ୍ନାନ୍ସିଙ୍କୁ ଭରପୂର ଉପଭୋଗ କରୁଥିବା ଏମିଙ୍କ ପ୍ରେଗ୍ନାନ୍ସି ଷ୍ଟାଇଲ୍‌ ମଧ୍ୟ ବହୁତ ଗ୍ଲାମରସ୍‌ ଅଟେ। ଚାଲନ୍ତୁ ଜାଣିବା ଏମିଙ୍କ ପ୍ରେଗ୍ନାନ୍ସି ଷ୍ଟାଇଲ୍‌।

ହାଇ ସ୍ଲିଟ୍‌ ଶିମରି ଗାଉନ୍‌
କିଛି ଦିନ ତଳେ ନିଜ ସିଷ୍ଟର ଇନ୍‌ ଲ’ଙ୍କ ବାହାଘରରେ ଏମି ଗୋଲ୍ଡେନ୍‌ ରଙ୍ଗର ଥାଇ ହାଇ ସ୍ଲିଟ୍‌ ଶିମରି ଗାଉନ୍‌ ପିନ୍ଧିଥିଲେ। ଏହି ଗାଉନ୍‌ରେ ଏମି ବହୁତ ସୁନ୍ଦର ଓ ଗ୍ଲାମରସ୍‌ ନଜର ଆସୁଥିଲେ।

ହ୍ବାଇଟ୍‌ ୱାନ୍‌ ପିସ୍‌

ଏହାପୂର୍ବରୁ ମଧ୍ୟ ଏମିଙ୍କୁ ବେବି ବମ୍ପ ପ୍ଲାଣ୍ଟ କରିଥିବା ଅନେକ ପୋଷାକରେ ଦେଖିବାକୁ ମିଳିଛି। ଏମିଙ୍କୁ ନିଜ ସାଙ୍ଗମାନଙ୍କ ସହ ଧଳା ରଙ୍ଗର ବଡି ହ୍ୟାଙ୍ଗିଙ୍ଗ ଡ୍ରେସ୍‌ରେ ଦେଖିବାକୁ ମିଳିଥିଲା। ଏହି ପୋଷାକରେ ଏମିଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସୁଥିଲା।

ରେଡ୍‌ ୱାନ୍‌ ଶୋଲ୍ଡର ପ୍ୟାଣ୍ଟସୁଟ୍‌
ଏମି ତାଙ୍କ ସୋସାଲ ମିଡିଆ ଆକାଉଣ୍ଟରେ ଏକ ଲାଲ୍‌ ରଙ୍ଗର ୱାନ୍‌ ଶୋଲ୍ଡର ସଟନ୍‌ ପ୍ୟାଣ୍ଟସୁଟ୍‌ ପିନ୍ଧି ଫଟୋ ଶେୟାର କରିଥିଲେ। ଏହି ପୋଷାକ ପିନ୍ଧି ଏମି ଏକ ଲାଲ୍‌ ରଙ୍ଗର କାର୍‌ ଉପରେ ବସି ଫଟୋ ପୋଜ୍‌ ଦେଇଥିଲେ। ଏମିଙ୍କ ଏହି ଲୁକ୍‌ ବହୁତ ସେକ୍ସି ଦେଖାଯାଉଥିଲେ।

ଟ୍ରେଣ୍ଡରେ ନିୟନ ରଙ୍ଗ

ଏବେ ପ୍ରେଗ୍ନାନ୍ସି ସମୟରେ ସେଲିବ୍ରିଟିମାନେ ଜୋର୍‌ଦାର ବ୍ୟାୟାମ କରୁଛନ୍ତି। ଏମି ମଧ ନିୟନ ଗ୍ରୀନ୍‌ ରଙ୍ଗର ଜିମ୍‌ ଶର୍ଟସ୍‌ ସହିତ ସ୍ପୋର୍ଟସ୍‌ ବ୍ରା ଓ ନିୟନ ଫୁଲ୍‌ ସ୍ଲିଭ୍‌ସ୍‌ ଶାର୍ଟରେ ଏମି ବହୁତ ସେକ୍ସି ନଜର ଆସୁଥିଲେ।

କାଜୁଆଲ ଆଉଟିଂ ପାଇଁ ଧଳା ରଙ୍ଗର ଗାଉନ୍‌
କାଜୁଆଲ ଆଉଟିଂ ପାଇଁ ଏମି ଧଳା ରଙ୍ଗର ନି ଲେନ୍‌ଥ ଗାଉନ୍‌ ଚୟନ କରିଥିଲେ। ଏହି ଗାଉନ୍‌ର ବିଶେଷତ୍ବ ହେଉଛି ପ୍ଲଜିଙ୍ଗ ନେକ୍‌ଲାଇନ୍‌ ଓ ଧଳା ରଙ୍ଗର ବେଲ୍ଟ। ଯେଉଁଥିରେ ଏମିଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ଦେଖାଯାଉଥିଲା। ଏହି ଗାଉନ୍‌ ସହ ଏମି ନ୍ୟୁଡ୍‌ ରଙ୍ଗର ଜୋତା, ସାଇଡ୍‌ ସ୍ଲିଙ୍ଗ ବ୍ୟାଗ୍‌ ଓ ବ୍ଲାକ୍‌ ଚଷମା ସହିତ ଟିମ୍‌ଅପ୍‌ କରି ପିନ୍ଧିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ