ପାକିସ୍ତାନକୁ କାମୁଡ଼ିଲା ତେନ୍ତୁଳିଆ ବିଛା: ନିଜ ଗୋଡ଼ରେ ମାରିଲା କୁରାଢ଼ି

ଭାରତ ସହ ବ୍ୟବସାୟିକ ସମ୍ପର୍କ ତୁଟାଇ ଦେଶବାସୀଙ୍କୁ କଲା ଦହଗଞ୍ଜ

ବାଲାକୋଟ ଆକ୍ରମଣ ପରେ ଜମ୍ମୁ-କଶ୍ମୀର ପାଇଁ ଉଦ୍ଦିଷ୍ଟ ଧାରା ୩୭୦ର ଉଚ୍ଛେଦ ବଢ଼ାଇ ଦେଇଛି ପାକିସ୍ତାନର ଚିନ୍ତା। ଭାରତ ସହ ସମ୍ପର୍କ ତିକ୍ତ ହେବା ପରେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପୁଣି ତେନ୍ତୁଳିଆ ବିଛା କାମୁଡ଼ିଲା ପରି ଲାଗୁଛି। ଏଥର ଧାରା ୩୭୦ର ଉଚ୍ଛେଦ ପରେ ଏହି ଦେଶ ଭାରତ ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ସହ ସମସ୍ତ ଦ୍ବିପାକ୍ଷିକ ସମ୍ପର୍କ ତୁଟାଇବାକୁ ଘୋଷଣା କରିଛି। ଦୁଇ ଦେଶର ବଣିଜ ବେପାରରେ ପାକିସ୍ତାନକୁ ଢେର ଫାଇଦା ମିଳୁଥିଲା ବେଳେ ଏବେ ଏଭଳି ମୁର୍ଖାମି ଦେଶବାସୀଙ୍କ ଚିନ୍ତାକୁ ବହୁଗୁଣିତ କରିଦେଇଛି।

୨୦୧୭ରେ ପାକିସ୍ଥାନରେ କିଲୋ ପ୍ରତି ୩୦୦ ଟଙ୍କା ଦରରେ ଟମାଟୋ ବିକ୍ରି ହେଉଥିଲା ବେଳେ ଏପଟେ ଭାରତରେ ତା’ର ଦର ମାତ୍ର ୨୦ରୁ ୩୦ ଟଙ୍କା ଥିଲା। ସେଠାରେ ପିଆଜର ଭାଉ ମଧ୍ୟ କିଛି କମ୍‌ ନ ଥିଲା। କାହିଁକି ନା ଜଳବାୟୁ କାରଣରୁ ପାକିସ୍ଥାନରେ ପିଆଜ ଓ ଟମାଟୋ ଚାଷ ହୋଇପାରି ନ ଥାଏ। ଟମାଟୋ ଓ ପିଆଜ ପାଇଁ ପାକିସ୍ଥାନ ଭାରତ ଉପରେ ସମ୍ପୂର୍ଣ ଭାବେ ନିର୍ଭର କରେ। ଏଭଳି ପରିସ୍ଥିତିରେ ଯଦି ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଛିନ୍ନ କରି ଦିଆଯାଏ, ତେବେ ଏହାର ପ୍ରଭାବ ସାଧାରଣ ଜନତାଙ୍କ ପକେଟ ଉପରେ ନିଶ୍ଚୟ ପଡ଼ିବ। ଏବେ ପୁଣି ଭାରତ ଦ୍ୱାରା ଜମ୍ମୁ କଶ୍ମୀରରେ ୩୭୦ ଧାରା ଉଛେଦ ପ୍ରତିବାଦରେ ପାକିସ୍ଥାନ ବିଳିବିଳେଇ ନିଜ ଆଡ଼ୁ ଭାରତ ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପରେ କେଉଁ ଦେଶ ଉପରେ କିପରି ପ୍ରଭାବ ପଡିବ, ତାକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି।

ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏବେ ଆହୁରି ତିକ୍ତ ହୋଇଛି। ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନରଙ୍କୁ ପାକିସ୍ତାନ ବହିଷ୍କାର କରିବା ସହିତ ନୂଆଦିଲ୍ଲୀରୁ ଏହାର ହାଇକମିଶନରଙ୍କୁ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି। ଏହାସହିତ ଭାରତ ସହିତ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ମଧ୍ୟ ପ୍ରତ୍ୟାହୃତ କରିଛି। ବୁଧବାର ଇସଲାମାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି ଯେ ଭାରତ ସହ କୂଟନୈତିକ ସମ୍ପର୍କ ପର୍ଯ୍ୟାୟକ୍ରମେ ଛିନ୍ନ ହେବ ଏବଂ ସମସ୍ତ ଦ୍ବିପାକ୍ଷିକ ସମ୍ପର୍କକୁ ବାତିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମ‌େହମୁଦ କୁରୈଶି ଭାରତୀୟ ହାଇକମିଶନରଙ୍କ ବହିଷ୍କାର ଘୋଷଣା କରି କହିଛନ୍ତି, ଆମେ ମଧ୍ୟ ଭାରତରୁ ଆମ ହାଇକମିଶନରଙ୍କୁ ଫେରାଇ ଆଣିବୁ ଏବଂ ଏଥିପାଇଁ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବୁ। ପାକିସ୍ଥାନର କିନ୍ତୁ ଏହି ନିଷ୍ପତ୍ତି ଆତ୍ମଘାତୀ ହେବ ଓ ଏହାର ସିଧା ପ୍ରଭାବ ଜନଗଣଙ୍କ ଉପରେ ପଡ଼ିବ ବୋଲି ବିଶେଷଞମାନେ ସୂଚାଇ ଦେଇଛନ୍ତି।

କିଛି ଦିନ ଧରି ପ୍ରବଳ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ଥାନରେ ଦରଦାମ ଏହାଦ୍ୱାରା ଆହୁରି ବଢ଼ିଯିବ। ଅନ୍ୟ ପକ୍ଷରେ ଭାରତକୁ ବି ସାମାନ୍ୟ କ୍ଷତି ସହିବାକୁ ପଡ଼ିବ। ଧାରା ୩୭୦ ଉଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ଥାନ। ପାକିସ୍ଥାନର ସଂସଦ ଭିତରେ ଭାରତ ଉପରେ ଆକ୍ରମଣ ପାଇଁ ଇମ୍ରାନଙ୍କ ମନ୍ତ୍ରୀ ଧମକ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ବୈଠକ ଜରିଆରେ ଭାରତ ସହ ଦ୍ବିପାକ୍ଷିକ ବ୍ୟବସାୟ ଉପରେ ରୋକ ଲଗାଇଛନ୍ତି। ଭାରତ ସହିତ ସମସ୍ତ ପ୍ରକାର ବ୍ୟବସାୟିକ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଛି। ଏବେ ଭାରତ ସହିତ ଦ୍ବିପାକ୍ଷିକ ଚୁକ୍ତିନାମାର ସମୀକ୍ଷା କରିବ ବୋଲି ପାକିସ୍ତାନ କହିଛି। ୧୭୧ ବିଲିଅନ ଡଲାରରୁ ଅଧିକ ବ୍ୟବସାୟ ଉପରେ ପ୍ରଭାବ ପଡ଼ିବାକୁ ଯାଉଥିଲେ ହେଁ ପାକିସ୍ଥାନ ଏହି ଆତ୍ମଘାତୀ ନିଷ୍ପତ୍ତି ନେଇ ଅଟଳ ରହିଛି।

ଭାରତ ପାକିସ୍ଥାନ ମଧ୍ୟରେ ୨୦୧୭-୧୮ରେ ମୋଟ ଦ୍ବିପାକ୍ଷିକ ବ୍ୟବସାୟ ୨.୪୧ ବିଲିଅନ ଡଲାର ଥିଲା। ୨୦୧୬-୧୭ରେ ଏହା ୨.୨୭ ବିଲିଅନ ଡଲାର ଥିଲା। ଭାରତ ୨୦୧୭-୧୮ ବର୍ଷରେ ୩୧.୫ ବିଲିଅନ ଡଲାର ମୂଲ୍ୟର ଦ୍ରବ୍ୟ ପାକିସ୍ଥାନକୁ ରପ୍ତାନୀ କରିଥିଲା ଓ ୧୨୪ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନି କରିଥିଲା। ୨୦୧୮-୧୯ ବର୍ଷରେ ଭାରତ ପାକିସ୍ଥାନରୁ ୧୪୪.୩ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନି କରିଥିବା ବେଳେ ୩୪.୮ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନୀ କରିଥିଲା। ଯଦି ଭାରତ ପାକିସ୍ଥାନ ଦ୍ବିପାକ୍ଷିକ ବ୍ୟବସାୟର ଧାରା ଉପରେ ନଜର ପକାଇବା, ତେବେ ଏଥିରେ କ୍ରମାଗତ ଅଭିବୃଦ୍ଧି ହେଉଥିବା ସ୍ପଷ୍ଟ ପରିଲକ୍ଷିତ ହେବ। ୨୦୧୩-୧୪ରେ ଭାରତ ପାକିସ୍ଥାନକୁ ୨୬.୧ ବିଲିଅନ ଡଲାରର ସାମଗ୍ରୀ ରପ୍ତାନୀ କରିଥିବା ବେଳେ ୨୦୧୪-୧୫ରେ ଏହି ପରିମାଣ ୩୦.୪ ବିଲିଅନ ଡଲାର ଥିଲା। ୨୦୧୫-୧୬ରେ ଭାରତର ରପ୍ତାନୀ ପରିମାଣ କମିଯାଇ ୨୮.୬ ବିଲିଅନ ଡଲାର ମୂଲ୍ୟର ହୋଇଥିବା ବେଳେ ୨୦୧୮-୧୯ ବର୍ଷରେ ଏହା ପୁଣି ବୃଦ୍ଧି ପାଇ ୩୪.୮ ବିଲିଅନ ଡଲାର ଛୁଇଁଥିଲା। ଫେବ୍ରୁଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଏକ ପ୍ରକାର ଛିନ୍ନ ହୋଇଯାଇଥିଲା। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ କିନ୍ତୁ ସ୍ଥିତିରେ ଢେର ପରିବର୍ତ୍ତନ ହୋଇଆସିଥିଲା। ୨୦୧୮ ଜୁଲାଇ ମାସରୁ ୨୦୧୯ ଜାନୁଆରୀ ମଧ୍ୟରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟରେ ୧.୧୨୨ ବିଲିଅନ ଡଲାର ମୂଲ୍ୟର ବ୍ୟବସାୟ ବଢିଯାଇଥିଲା, ଯାହାକି ଗତବର୍ଷ ଠିକ୍‌ ଏହି ସମୟର ଅବଧି ତୁଳନାରେ ୪.୯୬ ପ୍ରତିଶତ ଅର୍ଥାତ ୧.୦୬୯ ବିଲିଅନ ଡଲାରର ବୃଦ୍ଧି ଦେଖାଯାଇଥିଲା।

ଅଧିକ ରପ୍ତାନୀ କରୁଛି ଭାରତ
୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭ ୭ ମାସର ପରିସଂଖ୍ୟାନ ସୂଚାଇଛି ଯେ ଭାରତ ମୋଟ ଦ୍ୱିପାକ୍ଷିକ ବ୍ୟବସାୟର ୭୯.୩୩ ପ୍ରତିଶତ ଅଂଶ ହେଉଛି କେବଳ ରପ୍ତାନୀ। ୨୦୧୮ ଜୁଲାଇରୁ ୨୦୧୯ ଜାନୁଆରୀ ମଧ୍ୟରେ ଭାରତ ଠାରୁ ପାକିସ୍ଥାନର ଆମଦାନି ବଢିଯାଇଥିଲା। ଏହି ଅବଧି ମଧ୍ୟରେ ବିଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ୮୭୧.୭୧ ମିଲିଅନ ଡଲାରର ଆମଦାନି ହୋଇଥିଲା ଓ ଏଥିରେ ୨.୧୧ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଥିଲା। ଅନ୍ୟ ଦେଶ ତୁଳନାରେ ପାକିସ୍ଥାନର ଭାରତ ଠାରୁ ଆମଦାନି କରିବା ଦେଖାଯାଇଛି ଓ ଏହା ନକାରାତ୍ମକ ଭାବେ ବଢିଛି। ଭାରତ ପାକିସ୍ଥାନ ଠାରୁ ମୁଖ୍ୟତଃ ତାଜା ଫଳ, ସିମେଣ୍ଟ, ଡ୍ରାଏ ଫ୍ରୁଟ, ଚମଡ଼ା ସାମଗ୍ରୀ, ମଦ, ମେଡିକାଲ ଉପକରଣ, ସାମୁଦ୍ରିକ ଉତ୍ପାଦ, ପ୍ଲାଷ୍ଟିକ ଏବଂ କ୍ରୀଡ଼ା ସାମଗ୍ରୀ ଆମଦାନି କରିଥାଏ। ସେହିପରି ପାକିସ୍ତାନ ଭାରତ ଠାରୁ ତୁଳା, ତୁଳା ସୂତା, ରାସାୟନିକ ଦ୍ରବ୍ୟ, ପ୍ଲାଷ୍ଟିକ, ମନୁଷ୍ୟକୃତ ସୂତା ଓ ରଙ୍ଗ ଆଦି ସାମଗ୍ରୀ ଅଧିକ ଆମଦାନି କରିଥାଏ। ୨୦୧୭ରେ ପାକିସ୍ଥାନ ଭାରତକୁ ସବୁଠୁ ଅଧିକ ତାଜାଫଳ, ବାଦାମ, ଲୁଣ, ସଲଫର, ପଥର, ପ୍ଲାଷ୍ଟର, ଲେମ୍ବୁ ଆଉ ସିମେଣ୍ଟ ପଠାଇଥିଲା।

ବଢ଼ିବ ମହଙ୍ଗା
ପାକିସ୍ଥାନ ପକ୍ଷରୁ ଲଗାଯାଇଥିବା ଦ୍ୱିପାକ୍ଷିକ ବ୍ୟବସାୟିକ କଟକଣା ଭାରତ ଉପରେ ପ୍ରଭାବ ପକାଇବାକୁ ଥିବା ବେଳେ ପାକିସ୍ଥାନ ଉପରେ ଏହା ଅଧିକ ପ୍ରଭାବ ପକାଇବ। ବିଶ୍ବବ୍ୟାଙ୍କର କହିବା କଥା ହେଉଛି ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତମ ପରିବେଶ ସୃଷ୍ଟି ହୋଇପାରିଲେ, ଦ୍ବିପାକ୍ଷିକ ବାଣିଜ୍ୟ ୨ ବିଲିଅନ ଡଲାରରୁ ୩୫ ବିଲିଅନ ଡଲାର ପର୍ଯ୍ୟନ୍ତ ବଢ଼ିପାରନ୍ତା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।